Advertisment

୫ ଷ୍ଟାର ହୋଟେଲରେ ୨ ବର୍ଷ ରହିଲେ, ୫୮ ଲକ୍ଷ ଟଙ୍କାର ଚୂନ ଲଗାଇ ଚାଲିଗଲେ

ବାର୍ଡ ଏୟାରପୋର୍ଟସ ହୋଟେଲ ପ୍ରାଇଭେଟ ଲିଃର ଅଧିକୃତ ଅଧିକାରୀ ବିନୋନ୍ଦ ମାଲହୋତ୍ରା ଦେଇଥିବା ଏଫଆଇଆରରେ କହିଛନ୍ତି ଯେ ଅଙ୍କୁଶ ଦତ୍ତା ନାମକ ଜଣେ ବ୍ୟକ୍ତି ୬୦୩ ଦିନ କାଳ ହୋଟେଲରେ ରହିଥିଲେ।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଥିବା ଗୋଟିଏ ୫ ଷ୍ଟାର ହୋଟେଲ ୫୮ ଲକ୍ଷ ଟଙ୍କାର କ୍ଷତି ସହିଛି। ଜଣେ ବ୍ୟକ୍ତି ଉକ୍ତ ହୋଟେଲରେ ୨ ବର୍ଷ କାଳ କିଛି କର୍ମଚାରୀଙ୍କୁ ହାତ କରି ବାକିରେ ରହିଥିଲେ। ଶେଷରେ ବିଲ୍‌ ନ ଦେଇ ସେ ଫେରାର ହୋଇ ଯାଇଛନ୍ତି। ଏନେଇ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ଥିବା ୫ ଷ୍ଟାର ହୋଟେଲ ପକ୍ଷରୁ ପୁଲିସ୍‌ରେ ଅଭିଯୋଗ କରାଯାଇଛି।

Advertisment

ବାର୍ଡ ଏୟାରପୋର୍ଟସ ହୋଟେଲ ପ୍ରାଇଭେଟ ଲିଃର ଅଧିକୃତ ଅଧିକାରୀ ବିନୋନ୍ଦ ମାଲହୋତ୍ରା ଦେଇଥିବା ଏଫଆଇଆରରେ କହିଛନ୍ତି ଯେ ଅଙ୍କୁଶ ଦତ୍ତା ନାମକ ଜଣେ ବ୍ୟକ୍ତି ୬୦୩ ଦିନ କାଳ ହୋଟେଲରେ ରହିଥିଲେ। ତାଙ୍କର ୫୮ ଲକ୍ଷ ଟଙ୍କାର ବିଲ୍‌ ହୋଇଥିଲା। କିନ୍ତୁ ସେ ଟଙ୍କାଟିଏ ମଧ୍ୟ ନ ଦେଇ ହୋଟେଲରୁ ଚାଲି ଯାଇଛନ୍ତି।

ହୋଟେଲର ପ୍ରଣ୍ଟ ଅଫିସ ମୁଖ୍ୟ ପ୍ରେମ ପ୍ରକାଶ ରୁମ ଦାମ ସ୍ଥିର କରନ୍ତି ଓ ଅତିଥିମାନଙ୍କ ନେଣଦେଣର ହିସାବ ତାଙ୍କ ପାଖରେ ରହିଥାଏ। କିନ୍ତୁ ଦତ୍ତା ବାକିରେ ରହୁଥିବା ବେଳେ ସେ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ। ଏହା ହୋଟେଲରେ ପ୍ରଚଳିତ ନିୟମର ଉଲ୍ଲଙ୍ଘନ। ହୋଟେଲ ମ୍ୟାନେଜମେଣ୍ଟ ଆଶଙ୍କା କରୁଛନ୍ତି ଯେ ପ୍ରେମ ପ୍ରକାଶ ସମ୍ଭବତଃ କିଛି ଟଙ୍କା ବ୍ୟକ୍ତିଗତ ଭାବେ ଦତ୍ତାଙ୍କ ଠାରୁ ପାଇଥିଲେ। ଏଥିପାଇଁ ସେ ତାଙ୍କୁ ହୋଟେଲରେ ବାକିରେ ରହିବାକୁ ଅନୁମତି ଦେଇଥିଲା।

Advertisment

ଅଙ୍କୁଶ ଦତ୍ତା, ପ୍ରେମ ପ୍ରକାଶ ଓ ଆଉ କିଛି ହୋଟେଲ କର୍ମଚାରୀ ମିଳିତ ଭାବେ ଅପରାଧିକ ଷଡ଼ଯନ୍ତ୍ର କରିଥିଲେ। ବେଆଇନ ଭାବେ ସେମାନେ ବ୍ୟକ୍ତିଗତ ଲାଭ ପାଇଁ ହୋଟେଲ ନିୟମକୁ ଉଲ୍ଲଙ୍ଘନ କରିଥିଲେ ବୋଲି ଏଫଆଇଆର୍‌ରେ କୁହାଯାଇଛି।

୨୦୧୯ ମେ’ ୩୦ରେ ଅଙ୍କୁଶ ଦତ୍ତା ହୋଟେଲକୁ ଆସିଥିଲେ। ସେ ପ୍ରଥମେ ଗୋଟିଏ ରାତି ପାଇଁ ରୁମ ବୁକ କରିଥିଲେ। ମେ’ ୩୧ରେ ସେ ରୁମ ଛାଡ଼ିବାର ଥିଲା। କିନ୍ତୁ ସେ ତାଙ୍କ ଚେକଆଉଟ ସମୟକୁ ୨୦୨୧ ଜାନୁଆରୀ ୨୨ ଯାଏ ଘୁଞ୍ଚାଇ ଚାଲିଥିଲେ।

ହୋଟେଲର ନିୟମ ଅନୁଯାୟୀ, ଯଦି କୌଣସି ଅତିଥି ୭୨ ଘଣ୍ଟା ଯାଏ ଟଙ୍କା ଦେଉ ନାହାନ୍ତି, ତା’ହେଲେ କର୍ମଚାରୀମାନେ ଏହି ପ୍ରସଙ୍ଗକୁ ହୋଟେଲର ସିଇଓ ଓ ଫାଇନାନ୍ସିଆଲ କଣ୍ଟ୍ରୋଲରଙ୍କ ପାଖକୁ ଆଣିବେ। ହେଲେ ଦତ୍ତାଙ୍କ କ୍ଷେତ୍ରରେ ପ୍ରକାଶ ହୋଟେଲର ସିଇଓ କିମ୍ବା ଏଫସିଙ୍କୁ କିଛି ବି ଜଣାଇ ନଥିଲେ।

ପ୍ରକାଶ ହିଁ ଦତ୍ତାଙ୍କ ସହ ମିଶି ହୋଟେଲକୁ ଠକି ଛନ୍ତି। ସେ ଆକାଉଣ୍ଟକୁ ହେରଫେର କରି ଅନ୍ୟ ଅତିଥିମାନେ ଦତ୍ତାଙ୍କ ନାଁରେ ଟଙ୍କା ଦେଇଥିବା କଥା ଉଲ୍ଲେଖ କରିଥିଲେ। କିନ୍ତୁ ଏହା ତ୍ରୁଟିପୂର୍ଣ୍ଣ ଥିବା ସ୍ପଷ୍ଟ ହୋଇଛି। ପ୍ରକାଶ ଓ କିଛି କର୍ମଚାରୀ ମିଳିତ ଭାବେ ଦତ୍ତାଙ୍କୁ ସହଯୋଗ କରିବା ପାଇଁ ନକଲି ବିଲ୍‌ ମଧ୍ୟ ପ୍ରସ୍ତୁତ କରିଥିବା ଏଫଆଇଆରରେ ଅଭିଯୋଗ କରାଯାଇଛି।

ଦତ୍ତା ୧୦ ଲକ୍ଷ, ୭ ଲକ୍ଷ ଓ ୨୦ ଲକ୍ଷ ଟଙ୍କାର ୩ଟି ଚେକ୍‌ ଭିନ୍ନଭିନ୍ନ ସମୟରେ ଦେଇଥିଲେ। ହେଲେ ଏହା ବାଉନ୍ସ ହୋଇଯାଇଥିଲା। ଏକଥା ମଧ୍ୟ ପ୍ରକାଶ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିଲେ। ତେଣୁ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହୋଟେଲ ମ୍ୟାନେଜମେଣ୍ଟ ପୁଲିସ୍‌କୁ ଅନୁରୋଧ କରିଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe