Advertisment

କଳହ ତୁଟାଇବାକୁ ଯାଇଥିଲେ ଯୁବକ, କାନ ଛିଣ୍ଡାଇଦେଲେ ପଡ଼ୋଶୀ

ଉତ୍ତ୍ୟକ୍ତ ପଡ଼ୋଶୀ ଯୁବକଙ୍କୁ ମାରି ଲହୁଲୁହାଣ କରିଥିବା ବେଳେ ତାଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ।

author-image
Niharika Rout
Attack

Attack

ପଡ଼ୋଶୀଙ୍କ ବିବାଦ ସମାଧାନ କରିବାକୁ ଯାଇ ହଟହଟା ହେଲେ ଯୁବକ । ଭୋଗିଲେ ସାଂଘାତିକ ଯନ୍ତ୍ରଣା। ଉତ୍ତ୍ୟକ୍ତ ପଡ଼ୋଶୀ ଯୁବକଙ୍କୁ ମାରି ଲହୁଲୁହାଣ କରିଥିବା ବେଳେ ତାଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା କେରଳର ଥିରୁଅନନ୍ତପୁରମରେ ଘଟିଛି।

Advertisment

ଆକ୍ରମଣର ଶିକାର ଯୁବକଜଣକ ହେଲେ ରାହୁଲ ରାଜ । ରାହୁଲଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ବିବେକଙ୍କୁ ବାନ୍ଧିଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି।

ରାହୁଲ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପଡ଼ୋଶୀ ବିବେକଙ୍କ ଘରୁ ପାଟିତୁଣ୍ଡର ଶବ୍ଦ ଶୁଣି ସେ ସେଠାକୁ ଯାଇଥିଲେ। ସେଠାରେ ବିବେକ ଓ ସାବୁ ନାମକ ଯୁବକଙ୍କ ମଧ୍ୟରେ ତର୍କବିତର୍କ ଚାଲିଥିଲା।

Advertisment

ଏହି କଳହକୁ ତୁଟାଇବାକୁ ରାହୁଲ ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉଭୟ ବିବେକ ଓ ସାବୁ ରାହୁଲଙ୍କ ଉପରେ ନିଜ ରାଗ ଶୁଝାଇଲେ। ସାବୁ ରାହୁଲଙ୍କୁ ମାଡ଼ି ବସିଥିବା ବେଳେ ବିବେକ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଲେ। ଏତିକିରେ ବି ତାଙ୍କ ରାଗ ଶାନ୍ତ ହେଲାନି। ବିବେକଙ୍କ ଆକ୍ରମଣରେ ରାହୁଲଙ୍କ ଆଙ୍ଗୁଠି ଭାଙ୍ଗି ଯାଇଛି। ଏଥିସହ ସେ ତାଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଇଥିଲେ।

ରାହୁଲଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ଛିଣ୍ଡା କାନକୁ ଯୋଡ଼ା ଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ରାହୁଲଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ବିବେକଙ୍କୁ ବାନ୍ଧିଛି। ଘଟଣାସ୍ଥଳରୁ ସାବୁ ଫେରାର ହୋଇଯାଇଥିବାରୁ ପୁଲିସ୍‌ ତାଙ୍କୁ ଖୋଜୁଛି।

Kerala