Advertisment

ବାପ ଘରେ ରହିଗଲେ ସ୍ତ୍ରୀ, ରାଗରେ ନିଜ ଗୁପ୍ତାଙ୍ଗ କାଟି ଦେଲେ ସ୍ୱାମୀ

ଅଜବ କାଣ୍ଡ ଘଟାଇଥିବା ୨୫ ବର୍ଷୀୟ କୃଷ୍ଣ ବାସୁକି ହେଉଛନ୍ତି ମହେନ୍ଦ୍ର ବାସୁକିଙ୍କ ପୁଅ। ସେ ଛୋଟେ ଲାଲ ବାସୁକିଙ୍କ ଝିଅ ଅନୀତାଙ୍କୁ ବିବାହ କରିଥିଲେ।

chops

chops

Advertisment

ପତ୍ନୀ ବାପା ମା’ଙ୍କ ପାଖରେ ରହିଯିବାରୁ ଅଜବ କାଣ୍ଡ ଘଟାଇଛନ୍ତି ସ୍ୱାମୀ। ସେ ରାଗରେ ନିଜ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି। ବିହାରର ମାଧେପୁରା ପୁଲିସ ଷ୍ଟେସନ ଅନ୍ତର୍ଗତ ରାଜନୀ ନାରାୟଣନଗର ଅଞ୍ଚଳରେ ଶୁକ୍ରବାର ରାତିରେ ଏପରି ଘଟଣା ଘଟିଛି।

Advertisment

ଅଜବ କାଣ୍ଡ ଘଟାଇଥିବା ୨୫ ବର୍ଷୀୟ କୃଷ୍ଣ ବାସୁକି ହେଉଛନ୍ତି ମହେନ୍ଦ୍ର ବାସୁକିଙ୍କ ପୁଅ। ସେ ଛୋଟେ ଲାଲ ବାସୁକିଙ୍କ ଝିଅ ଅନୀତାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ୩ ଝିଅଙ୍କ ସମେତ ୪ଟି ସନ୍ତାନ ରହିଛନ୍ତି। କୃଷ୍ଣ ପଞ୍ଜାବର ମଣ୍ଡିରେ ରହିବା ସହ ସେଠାରେ କାମ କରନ୍ତି। ସେ ୨ ମାସ ତଳେ ଛୁଟି ନେଇ ରଜନୀ ନାରାୟଣନଗରରେ ରହୁଥିବା ପରିବାର ଲୋକଙ୍କ ପାଖକୁ ବୁଲିବାକୁ ଆସିଥିଲେ।

ଏହି ସମୟରେ ଅନୀତା ନିଜ ବାପ ଘରକୁ ଯିବା ସହ ସେଠାରେ ବେଶ କିଛି ଦିନ ରହିଥିଲେ। ପତ୍ନୀଙ୍କୁ ସେ ଘରକୁ ଆସିବାକୁ କହିଥିଲେ ମଧ୍ୟ ସେ ଦିନ ଗଡ଼ାଇ ଚାଲିଥିଲେ। ଏଥିରେ ରାଗି ଯାଇ କୃଷ୍ଣ ନିଜ ଗୁପ୍ତାଙ୍ଗକୁ ଗୋଟିଏ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି।

Advertisment

ଘଟଣା ପରେ ସେ ଘର ମଧ୍ୟରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଏହାଦେଖି ସମ୍ପର୍କୀୟମାନେ ତାଙ୍କୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କିଛି ଲୋକଙ୍କ କହିବା କଥା କୃଷ୍ଣ ମାନସିକ ରୋଗରେ ମଧ୍ୟ ପୀଡ଼ିତ। ଏଥିପାଇଁ ସେ ନିଜର ହିତାହିତ ଜ୍ଞାନ ହରାଇ ଏପରି କାଣ୍ଡ ଘଟାଇଛନ୍ତି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ଓ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe