Advertisment

ଦୁଷ୍କର୍ମ ମାମଲାରେ ଜାମିନ ପାଇଁ ‘ଲିଭ ଇନ୍‌’ ଚୁକ୍ତିପତ୍ର ଦେଖାଇଲେ, ରହିଛି ୭ଟି ସର୍ତ୍ତ

ଜାମିନ ପାଇଁ ସେ ଓ ତାଙ୍କ ପାର୍ଟନର ଲିଭ ଇନ୍‌ ରହିବାକୁ କରିଥିବା ଚୁକ୍ତିପତ୍ର ବ୍ୟକ୍ତି ଜଣଙ୍କ ଦେଖାଇଛନ୍ତି।

author-image
Hemant Lenka
Live In

Live In

ପାର୍ଟନର ରୁଜୁ କରିଥିବା ଦୁଷ୍କର୍ମ ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ୪୬ ବର୍ଷୀୟ ବ୍ୟକ୍ତି ଆଗୁଆ ଜାମିନ ଆବେଦନ କରିଛନ୍ତି। ଆବେଦନ ବେଳେ ସେ ଓ ତାଙ୍କ ପାର୍ଟନର ଲିଭ ଇନ୍‌ ରହିବାକୁ କରିଥିବା ଚୁକ୍ତିପତ୍ର ବ୍ୟକ୍ତି ଜଣଙ୍କ ଦେଖାଇଛନ୍ତି। ଏଥିରେ ଉଭୟ ପରସ୍ପର ବିରୋଧରେ କେବେ ହେଲେ ଯୌନ ନିର୍ଯାତନା ମାମଲା ରୁଜୁ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି।

Advertisment

ତେବେ ଅଭିଯୋଗ ଆଣିଥିବା ୨୯ ବର୍ଷୀୟ ମହିଳା ଜଣଙ୍କ ମୁମ୍ବାଇର ଗୋଟିଏ କୋର୍ଟକୁ କହିଛନ୍ତି ଯେ ଲିଭ ଇନ୍‌ ଚୁକ୍ତିରେ ଥିବା ଦସ୍ତଖତ ତାଙ୍କର ନୁହେଁ।

ଅଭିଯୋଗକାରୀ ମହିଳା ଜଣଙ୍କ ବୟସ୍କ ଦେଖାଶୁଣା କାମ କରନ୍ତି। ସେହିପରି ଅଭିଯୁକ୍ତ ଜଣଙ୍କ ଜଣେ ସରକାରୀ କର୍ମଚାରୀ। ଏବେ ପୁଲିସ୍‌ ତଥାକଥିତ ଲିଭ ଇନ୍‌ ଚୁକ୍ତିର ସତ୍ୟତା ଯାଞ୍ଚ କରୁଛି।

Advertisment

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉଭୟ ଲିଭ ଇନରେ ରହିଥିଲେ। ଏତିକି ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୁକ୍ତ ପାଇଁ କୋର୍ଟରେ ଯୁକ୍ତି ଉପସ୍ଥାପନ କରୁଥିବା ଓକିଲ ସବୁ ଅଭିଯୋଗକୁ ମିଛ ଓ ଏହା ଏକ ଠକେଇ ମାମଲା ବୋଲି ସେ କହିଛନ୍ତି।

ଓକିଲ ସୁନୀଲ ପାଣ୍ତେ କହିଛନ୍ତି, “ଏହି ମାମଲାରେ ବ୍ୟକ୍ତିଙ୍କୁ ଫସାଇ ଦିଆଯାଇଛି। ସେ ପରିସ୍ଥିତିର ଶିକାର ବନିଛନ୍ତି। ଉଭୟ ଲିଭ ଇନ ରିଲେସନରେ ଥିଲା। ଏନେଇ ଉଭୟ ଗୋଟିଏ ଚୁକ୍ତି ମଧ୍ୟ କରିଛନ୍ତି। ବୁଝାମଣା ପତ୍ରରେ ମହିଳାଙ୍କ ଦସ୍ତଖତ ରହିଛି। ଚୁକ୍ତପତ୍ରରୁ ସ୍ପଷ୍ଟ ହୋଇଛି ଯେ ଉଭୟ ପରସ୍ପର ସହ ସମ୍ପର୍କରେ ରହିବେ ବୋଲି ରାଜି ହୋଇଥିଲେ।”

ଚୁକ୍ତ ପତ୍ରରେ ୭ଟି ପଏଣ୍ଟ ରହିଛି। ଏଥିରେ କୁହାଯାଇଛି ଯେ

୧- ସେମାନେ ୨୦୨୪ ଅଗଷ୍ଟ ୧ରୁ ୨୦୨୫ ଜୁନ ୩୦ ଯାଏ ଏକାଠି ରହିବେ।

୨- ଏହି ସମୟସୀମା ମଧ୍ୟରେ କେହି କାହା ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିବେ ନାହିଁ ଓ ପରସ୍ପର ସହ ଶାନ୍ତିପୂର୍ଣ୍ଣ ଭାବେ ରହିବେ।

୩- ମହିଳା ଜଣଙ୍କ ବ୍ୟକ୍ତିଙ୍କ ଘରେ ରହିବେ। ଯଦି କୌଣସି ସମୟରେ ମହିଳା/ପୁରୁଷ ପରସ୍ପର ବ୍ୟବହାରରେ ଅତିଷ୍ଟ ହେବେ, ତା’ହେଲେ ମାସକର ନୋଟିସ ଦେଇ ଅଲଗା ହୋଇପାରିବେ।

୪- ବ୍ୟକ୍ତିଙ୍କ ଘରେ ମହିଳା ଜଣଙ୍କ ରହିବା ସମୟରେ ତାଙ୍କର କୌଣସି ସମ୍ପର୍କୀୟ ସେଠାକୁ ଆସିପାରିବେ ନାହିଁ।

୫- ମହିଳା ଜଣଙ୍କ କେବେ ହେଲେ ବି ବ୍ୟକ୍ତିଙ୍କୁ ମାନିସିକ ନିର୍ଯାତନା ଦେଇ ପାରିବେ ନାହିଁ।

୬- ଲିଭ ଇନରେ ରହିବା ବେଳେ ଯଦି ମହିଳା ଜଣଙ୍କ ଗର୍ଭବତୀ ହେଉଛନ୍ତି, ତା’ହେଲେ ଏଥିପାଇଁ ବ୍ୟକ୍ତି ଜଣଙ୍କ ଉତ୍ତରଦାୟୀ ରହିବେ ନାହିଁ।

୭- ଯଦି ମହିଳା ଜଣଙ୍କ ବ୍ୟକ୍ତିଙ୍କ ଉପରେ ମାନସିକ ଚାପ ପକାନ୍ତି ଓ ତାଙ୍କ ଜୀବନ ପ୍ରଭାବିତ ହୁଏ, ତା’ହେଲେ ଏଥିପାଇଁ ମହିଳା ଜଣଙ୍କ ଦାୟୀ ରହିବେ

Mumbai Live In Relation Live In Partner