Gujarat High Court
ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୭ ମାସର ଗର୍ଭବତୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ନିଜର ସମଲିଙ୍ଗୀ ପାର୍ଟନରଙ୍କ ସହ ଫେରାର ହୋଇଯାଇଛନ୍ତି। ଗର୍ଭବତୀ ଜଣଙ୍କ ତାଙ୍କ ଗର୍ଲଫ୍ରେଣ୍ଡ ସହ ଘର ଛାଡ଼ି ଚାଲିଯିବା ଜାଣିବା ପରେ ସମସ୍ତ ଚକିତ ହୋଇଛନ୍ତି। ଗର୍ଭବତୀଙ୍କ ସ୍ୱାମୀ ଏନେଇ ସିଧା ଗୁଜରାଟ ହାଇକୋର୍ଟରେ ପହଞ୍ଚି ଯାଇଛନ୍ତି।
ଅହମଦାବାଦରେ ରହୁଥିବା ଅଭିଯୋଗକାରୀ ସ୍ୱାମୀ କହିଛନ୍ତି ଯେ ୨୦୨୨ରେ ତାଙ୍କର ବିବାହ ହୋଇଥିଲା। ବାହାଘର ପୂର୍ବରୁ ମହିଳା ଜଣଙ୍କ ସମଲିଙ୍ଗୀ ଓ ତାଙ୍କର ଜଣେ ଗର୍ଲଫ୍ରେଣ୍ଡ ରହିଛନ୍ତି ବୋଲି ସେ ଜାଣିଥିଲେ। ତଥାପି ସବୁ ଜାଣି ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ।
ବାହାଘରେ ପରେ ସବୁ କିଛି ଠାକ ଚାଲିଥିଲା। ହେଲେ ଗୁପ୍ତ ଭାବେ ମହିଳା ଜଣଙ୍କ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ମଧ୍ୟ ସମୟ କାଟୁଥିଲେ। ଏକଥା ସ୍ୱାମୀଙ୍କୁ ଜଣା ନଥିଲା। ମହିଳା ଜଣଙ୍କ ସ୍ୱାଭାବିକ ଭାବେ ସ୍ୱାମୀଙ୍କ ସହ ବି ରହୁଥିଲେ। ଏସବୁ ଭିତରେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହାକୁ ନେଇ ସମସ୍ତେ ଖୁସି ମଧ୍ୟ ହୋଇଥିଲେ।
ହେଲେ ୨୦୨୪ ଅକ୍ଟୋବର ମାସରେ ଘଟିଥିଲା ଅଘଟଣ। ଅଭିଯୋଗକାରୀଙ୍କ ପତ୍ନୀ ୭ ମାସର ଗର୍ଭବତୀ ଥିବା ବେଳେ କୌଣସି କାମରେ ବାପଘରକୁ ବାହାରିଥିଲେ। ହେଲେ ସେ ଆଉ ସ୍ୱାମୀ ଘରକୁ ଫେରି ନଥିଲେ। ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର ବୈବାହିକ ତିକ୍ତତା ମଧ୍ୟ ନଥିଲା।
ଗର୍ଭବତୀ ପତ୍ନୀ ଘରକୁ ନ ଫେରିବାରୁ ବ୍ୟକ୍ତି ଜଣଙ୍କ ଚାନ୍ଦଖେଡା ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଫେରାର ମହିଳା ଜଣଙ୍କ ସମ୍ପର୍କ ଆଉ ଜଣେ ଯୁବତୀଙ୍କ ସହ ରହିଥିଲା। ବାହାଘର ପୂର୍ବରୁ ମହିଳା ଜଣଙ୍କ ସମଲିଙ୍ଗୀ ସମ୍ପର୍କରେ ରହିଥିବା ଉଭୟ ପରିବାର ଜାଣିଥିଲେ। ଏବେ ସେ ତାଙ୍କ ଗର୍ଲଫ୍ରେଣ୍ଡ ସହ ଫେରାର ହୋଇଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ହେଲେ ତାଙ୍କୁ ଖୋଜି ବାହାର କରିପାରି ନଥିଲା।
ପୁଲିସ୍ ଗର୍ଭବତୀ ପତ୍ନୀଙ୍କୁ ଠାବ ନ କରିବାରୁ ବ୍ୟକ୍ତି ଜଣଙ୍କ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଏହାର ଶୁଣାଣି କରି ଗର୍ଭବତୀଙ୍କୁ ଡିସେମ୍ବର ୨୩ ସୁଦ୍ଧା ହାଜର କରାଇବାକୁ ପୁଲିସ୍ ଓ ସରକାରୀ ଅଧିକାରୀଙ୍କୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1734618951.jpg)