Advertisment

ଦୋକାନରେ ମିଠା ପ୍ୟାକିଂ କରୁଥିବା ବେଳେ ଟଳିପଡ଼ିଲେ ଯୁବକ, ସାମ୍ନାକୁ ଆସିଲା ଭିଡିଓ

ଦୋକାନାରେ ମିଠା ପ୍ୟାକିଂ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଛନ୍ତି ଜଣେ ଯୁବକ। ଦୋକାନରେ ଲାଗିଥିବା ସିସିଟିଭିରେ ଅକସ୍ମାତ ମୃତ୍ୟୁର ବିଚଳିତ କରିବା ଭଳି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Shop

Shop

ମୃତ୍ୟୁ କେତେବେଳେ ଓ କେଉଁଠି ଆସେ, ତାହା କଳ୍ପନା କରିବା ବେଶ ମୁସ୍କିଲ। ମୃତ୍ୟୁ ହଠାତ୍‌ ଆମେ ଓ ସବୁ କିଛି ବରବାଦ କରି ଚାଲିଯାଏ। ଏମିତି ଏକ ହଠାତ ମୃତ୍ୟୁର ଘଟଣା ଉତ୍ତର ପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି।

Advertisment

ଦୋକାନାରେ ମିଠା ପ୍ୟାକିଂ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଛନ୍ତି ଜଣେ ଯୁବକ। ଦୋକାନରେ ଲାଗିଥିବା ସିସିଟିଭିରେ ଅକସ୍ମାତ ମୃତ୍ୟୁର ବିଚଳିତ କରିବା ଭଳି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଆଗ୍ରାର କମଳା ନଗରରେ ଠାରେ ଥିବା ଗୋଟିଏ ମିଠା ଦୋକାନରେ ଯୁବକ ଜଣଙ୍କ କାମ କରନ୍ତି। ସବୁଦିନ ଭଳି ଗୁରୁବାର ମଧ୍ୟ ଯୁବକ ଜଣଙ୍କ ଦୋକାନରେ କାମ କରୁଥିଲେ। କିନ୍ତୁ ଏହି ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣଙ୍କ ବେଶ ସ୍ୱାଭାବିକ ଭାବେ ଦୋକାନରେ ଗୋଟିଏ ମିଠା ବକ୍ସ ପ୍ୟାକିଂ କରୁଛନ୍ତି। ମିଠା ପ୍ୟାକିଂ କରୁଥିବା ବେଳେ ସେ ହଠାତ୍‌ ଅସହଜ ଅନୁଭବ କରିଥିଲେ।

କେହି କିଛି ବୁଝିବା ଆଗରୁ ଯୁବକ ଜଣଙ୍କ ସିଧା ଟଳି ପଡ଼ିଥିଲେ। ଦୋକାନାରେ ଥିବା ତାଙ୍କ ସହଯୋଗୀମାନେ ତୁରନ୍ତ ଦୌଡ଼ି ଆସିବା ସହ ଯୁବକଙ୍କୁ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ଯାଞ୍ଚରୁ ଜଣପଡ଼ିଛି ଯେ ଯୁବକ ଜଣଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି। ତଥାପି ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

Sudden Heart Attack Heart Attack Uttar Pradesh