Advertisment

ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ପ୍ରେମିକ, ଶେଷ ମୁହୂର୍ତ୍ତରେ ପଲଟି ଗଲେ ପ୍ରେମିକା

ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପ୍ରେମିକଙ୍କ ପରିବାର।

author-image
Jitendra Garnayak
ଅଦ୍ୟତନ ହୋଇଛି
Hands

Hands

ଏକାଠି ହେବାର ଆଶା ମଉଳି ଯାଉଥିବା ବେଳେ ଏକାଠି ମରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମିକ ଓ ପ୍ରେମିକା। ସେଥିପାଇଁ ଦୁହେଁ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିବାକୁ ଯାଇଥିଲେ। ପ୍ରେମିକ ଡେଇଁ ପଡ଼ିଲେ। ହେଲେ ଶେଷ ମୁହୂର୍ତ୍ତରେ ପଲଟି ଯାଇଥିଲେ ପ୍ରେମିକା। ସେ ଟ୍ରେନ୍‌ ଆଗକୁ ଡେଇଁ ନଥିଲେ। ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ବାଲୋତରେ ଜିଲ୍ଲା ପଚପଦରା ଥାନା ଅଞ୍ଚଳରେ।

Advertisment

ମୃତ ପ୍ରେମିକଙ୍କ ନାଁ ରାଜୁ ଭଟ୍ଟ। ସେ ଜଣେ ଶ୍ରମିକ ଥିଲେ। ତାଙ୍କୁ ୩୪ ବର୍ଷ ହୋଇଥିଲା। ସେ ବିବାହିତ ଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ଜଣଙ୍କୁ ଆଠ ବର୍ଷ ଓ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଛି। ତଥାପି ବର୍ଷେ ତଳେ ସେ ତାଙ୍କ ଗାଁ ଖେଡର ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଙ୍କ ପ୍ରେମିକାଙ୍କ ନାଁ ରବୀନା। ତାଙ୍କୁ ୨୦ ବର୍ଷ ହୋଇଛି।

ରବୀନାଙ୍କ ପ୍ରେମରେ ପଡ଼ିଥିଲେ ବି ବିଭିନ୍ନ କାରଣରୁ ପତ୍ନୀ ଓ ପିଲାଛୁଆଙ୍କୁ ଛାଡ଼ି ତାଙ୍କୁ ବାହା ହୋଇପାରୁ ନଥିଲେ ରାଜୁ ଭଟ୍ଟ। ସେଥିପାଇଁ ପ୍ରେମିକା ରବୀନା ତାଙ୍କ ସହିତ ବିଭନ୍ନ ସମୟରେ ଝଗଡ଼ା କରୁଥିଲେ। ଗତ ଗୁରୁବାର ସେମାନଙ୍କ ମଧ୍ୟରେ ହୋଇଥିଲା ଭୀଷଣ ଝଗଡ଼ା। ଏହା ପରେ ଦୁହେଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ସେମାନେ ଗୁରୁବାର ରାତିରେ ଖେଡ ଗାଁ ଦେଇ ଯାଇଥିବା ରେଳ ଧାରଣାକୁ ଯାଇଥିଲେ। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ରାଜୁ ଭଟ୍ଟ। କିନ୍ତୁ ରବୀନା ଡେଇଁ ନଥିଲେ। ରବୀନାଙ୍କ କହିବା ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌କୁ ଦେଖି ସେ ଡରି ଯାଇଥିଲେ। ଅନ୍ୟପକ୍ଷରେ ରବୀନା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ରାଜୁ ଭଟ୍ଟଙ୍କ ପରିବାର ଲୋକେ।

ରାଜୁଙ୍କୁ ପୂର୍ବରୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା ବୋଲି ତାଙ୍କ ଭାଇ କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ରବୀନାଙ୍କ ପରିବାର ଲୋକେ ରାଜୁଙ୍କୁ ମାରି ଦେଇଛନ୍ତି। ସେମାନେ ରାଜୁଙ୍କୁ ଅଲଗା ଜାଗାରେ ମାରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ରେଳ ଧାରଣାରେ ରଖି ଦେଇଥିଲେ।

ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାଜୁଙ୍କ ପରିବାର ଲୋକେ ଦାବି କରୁଥିବା ବେଳେ ପୁଲିସ୍ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।ତାହା ସହିତ ଘଟଣାର ତଦନ୍ତ ଜାରି ରଖିଛି। 

Suicide Love Love Betrayal Love Story