Advertisment

ବାଇକ୍‌ରେ ଷ୍ଟଣ୍ଟ ସିନ୍‌ କରିବା କାଳ ହେଲା, ଚାଲିଗଲା ଚାଳକଙ୍କ ଜୀବନ

ଷ୍ଟଣ୍ଟ ସିନ୍‌ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ । ଏଥିସହ ଯୁବକଙ୍କ ପଛରେ ବସିଥିବା ତାଙ୍କ ସାଙ୍ଗଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Stunt Sceen

Stunt Sceen

Advertisment

ବାଇକ୍‌ରେ ଷ୍ଟଣ୍ଟ ସିନ୍‌ର ନିଶା କାଳ ହେଲା। ଷ୍ଟଣ୍ଟ ସିନ୍‌ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ । ଏଥିସହ ଯୁବକଙ୍କ ପଛରେ ବସିଥିବା ତାଙ୍କ ସାଙ୍ଗଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ବିଚଳିତ କରିବା ପରି ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ମୃତକ ୨୬ ବର୍ଷୀୟ ବାଇକ୍‌ ଚାଳକ ବିଜୟ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ତାଙ୍କ ସାଙ୍ଗ ଲଳିତଙ୍କ ଅବସ୍ଥା ଗୁରୁତର ଅଛି।

Advertisment

ବିଜୟ ନିଜ ବାଇକ୍‌ରେ ଲଳିତଙ୍କୁ ବସାଇ ରାସ୍ତା ଉପରେ ଷ୍ଟଣ୍ଟ ସିନ୍‌ କରୁଥିଲେ। ଏହି ସମୟରେ ସେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ। ମାତ୍ର ମାସ୍କଟି ତାଙ୍କ ଆଖି ଆଗକୁ ଚାଲି ଯିବାରୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।

ଏହାପରେ ଦ୍ରୁତ ଗତିରେ ଥିବା ବାଇକ୍‌ଟି ରାସ୍ତା ତଳକୁ ଖସି ଏକ କାନ୍ଥରେ ପିଟି ହୋଇଥିଲା। ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ଲଳିତାଙ୍କ ଅବସ୍ଥା ଗୁରୁତର ରହିଛି। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ରାଜସ୍ଥାନର ଅଲୱରରେ କିଛି ଦିନ ପୂର୍ବେ ଏପରି ଏକ ଘଟଣା ଘଟିଥିଲା। ବାଇକ୍‌ରେ ଛିଡ଼ା ହୋଇ ଷ୍ଟଣ୍ଟ ଦେଉଥିବା ବେଳେ ଦୁଇ ଯୁବକ ରିଲ୍ସ କରୁଥିଲେ। ମାତ୍ର ହଠାତ୍‌ ଏକ କାର୍‌ ବାଇକ୍‌କୁ ଧକ୍କା ଦେଲା ଓ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

..............

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe