Advertisment

ଶାଳୀର ପାର୍ଟିରେ ନାଚୁଥିଲେ ଭିଣୋଇ, ଡ୍ୟାନ୍ସ ଫ୍ଲୋରରେ ଗଲା ଜୀବନ

ନବ ବିବାହିତାଙ୍କ ଭଉଣୀ, ଭିଣୋଇଙ୍କ ପରିବାର ବି ଏହି ପାର୍ଟିରେ ସାମିଲ ହୋଇଥିଲେ। ନିଜ ଶାଳୀଙ୍କ ଆନିଭର୍ସରୀରେ ଭିଣୋଇ ଅମରଦୀପଙ୍କ ଖୁସି ବନ୍ଧବାଡ଼ ମାନୁ ନ ଥିବା ବେଳେ ସେ ବି ଡ୍ୟାନ୍ସ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ୍‌ ସେ ତଳେ ପଡ଼ିଗଲେ।

author-image
Niharika Rout
Party

Party

ଶାଳୀର ବିବାହ ବାର୍ଷିକୀ ପାର୍ଟିରେ ଭିଣୋଇଙ୍କ ଗୋଡ଼ ତଳେ ଲାଗୁ ନ ଥିଲା। କମ୍ପୁଥିଲା ଡ୍ୟାନ୍ସ ଫ୍ଲୋର, ନାଚଗୀତରେ ମସଗୁଲ ଥିଲେ ଭିଣୋଇ ଓ ଅନ୍ୟମାନେ। ଏହି ସମୟରେ ହଠାତ୍‌ ଭିଣୋଇ ତଳେ ପଡ଼ିଗଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତର ପାଖକୁ ନେବାରୁ ଡାକ୍ତର ମୃତ ଘୋଷଣା କଲେ। ଏହାପରେ ହସଖୁସିର ପରିବେଶରେ ହଠାତ୍‌ ଖେଳିଗଲା ଶୋକ । ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ପ୍ରୟାଗରାଜରେ ଘଟିଛି। ମୃତକଙ୍କ ନାମ ଅମରଦୀପ ବୋଲି ଜଣାପଡ଼ିଛି।

Advertisment

ପ୍ରୟାଗରାଜର ଏକ ଦମ୍ପତିଙ୍କ ବିବାହକୁ ବର୍ଷେ ପୂରିବା ପରେ ସେମାନେ ବନ୍ଧୁବାନ୍ଧବଙ୍କୁ ଏକ ଭବ୍ୟ ପାର୍ଟି ଦେବାକୁ ସ୍ଥିର କଲେ। ଏଥିନିମନ୍ତେ ସେମାନେ ଏକ ଗେଷ୍ଟ ହାଉସ୍‌ ବୁକ୍‌ କଲେ। ନିର୍ଦ୍ଧାରିତ ସମୟରେ ସମସ୍ତ ବନ୍ଧୁବାନ୍ଧବ ଗେଷ୍ଟ ହାଉସରେ ପହଞ୍ଚିଲେ। ବିବାହ ବାର୍ଷିକୀ ପାଳୁଥିବା ଦମ୍ପତି ଷ୍ଟେଜରେ ବସିଥିବା ବେଳେ ଅନ୍ୟମାନେ ନାଚଗୀତରେ ମାତି ଯାଇଥିଲେ।

ନବ ବିବାହିତାଙ୍କ ଭଉଣୀ, ଭିଣୋଇଙ୍କ ପରିବାର ବି ଏହି ପାର୍ଟିରେ ସାମିଲ ହୋଇଥିଲେ। ନିଜ ଶାଳୀଙ୍କ ଆନିଭର୍ସରୀରେ ଭିଣୋଇ ଅମରଦୀପଙ୍କ ଖୁସି ବନ୍ଧବାଡ଼ ମାନୁ ନ ଥିବା ବେଳେ ସେ ବି ଡ୍ୟାନ୍ସ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ୍‌ ସେ ତଳେ ପଡ଼ିଗଲେ।

Advertisment

ଏହାଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ହୃତଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର ।

ଏହାପରେ ହସଖୁସିରେ ଫାଟି ପଡ଼ୁଥିବା ଘରେ ହଠାତ୍‌ ଅସମ୍ଭବ ନୀରବତା ଖେଳି ଯାଇଛି। ମୃତକ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କର ୨ ପିଲା ଥିବା ଜଣାଯାଇଛି।

ପାର୍ଟିରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ତଳେ ପଡ଼ିବାର କିଛି ସମୟ ପୂର୍ବରୁ  ଅମରଦୀପଙ୍କୁ ହାଲିଆ ଲାଗିବାରୁ ସେ ବସି ପଡ଼ିଥିଲେ। ଏହାପରେ ପୁଣି ଥରେ ଉଠି ଡ୍ୟାନ୍ସ କରୁ କରୁ ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ମୃତ୍ୟୁ ଘଟିଥିଲା।  

Human Interest