Advertisment

ଦ୍ରୁତ ଗତିରେ SUV ଚଳାଉଥିଲେ ନାବାଳକ, ବାଇକ୍‌ ଚାଳକଙ୍କୁ ପିଟିଦେଲେ

ଦ୍ରୁତ ଗତିରେ ଏସୟୁଭି ଚଳାଉଥିବା ଜଣେ ନାବାଳକ ଜଣେ ବାଇକ୍‌ ଚାଳକଙ୍କୁ ଦଳି ଦେଇଛନ୍ତି। ଏହି ଘଟଣାରେ ପୁଲିସ୍‌ ତୁରନ୍ତ ଗାଡ଼ି ଚଳାଉଥିବା ନାବାଳକଙ୍କ ସମେତ ୩ ଜଣଙ୍କୁ ବାନ୍ଧିଛି।

Accident

Accident

Advertisment

ମହାରାଷ୍ଟ୍ରର ପୁଣେରେ ୩ ମାସ ତଳେ ଘଟିଥିବା ପୋର୍ସେ କାର ଦୁର୍ଘଟଣା ମାମଲା ମନରୁ ନ ଲିଭୁଣୁ ପୁଣି ଏହିପରି ଏକ ମାମଲା ଘଟିଛି। ଏଥର ଘଟିଥିବା ଦୁର୍ଘଟଣା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟିଛି। ଦ୍ରୁତ ଗତିରେ ଏସୟୁଭି ଚଳାଉଥିବା ଜଣେ ନାବାଳକ ଜଣେ ବାଇକ୍‌ ଚାଳକଙ୍କୁ ଦଳି ଦେଇଛନ୍ତି। ଏହି ଘଟଣାରେ ପୁଲିସ୍‌ ତୁରନ୍ତ ଗାଡ଼ି ଚଳାଉଥିବା ନାବାଳକଙ୍କ ସମେତ ୩ ଜଣଙ୍କୁ ବାନ୍ଧିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଗୁରୁବାର ଭୋର ସମୟରେ ଏକ ଦ୍ରୁତ ଗତିରେ ଯାଉଥିବା ଏସୟୁଭି କାର୍‌ ଜଣେ ବାଇକ୍‌ ଚାଳକଙ୍କୁ ପିଟିଥିଲା। ଏହାପରେ କାର୍‌ଟି ନିକଟରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ସିଟ୍‌ରୁ ବାହାରି ନାବାଳକଜଣକ ଫେରାର ହେବାକୁ ଉଦ୍ୟମ କରୁଥିଲେ। ମାତ୍ର ତାଙ୍କୁ ତୁରନ୍ତ ପୁଲିସ୍‌ କାବୁ କରି ନେଇଛି।

ସଙ୍ଗେସଙ୍ଗେ ବାଇକ୍‌ ଚାଳକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଇକ୍‌ ଚାଳକଜଣକ ଜଣେ ଦୁଗ୍ଧ ବ୍ୟବସାୟୀ ହୋଇଥିବା ବେଳେ ସେ ଭୋରରୁ କ୍ଷୀର ବିକିବାକୁ ନେଉଥିଲେ। ଅଭିଯୁକ୍ତ ବାଇକ୍‌ ଚାଳକଙ୍କ ବୟସ ୧୭ ବର୍ଷ ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ତୁରନ୍ତ ତାଙ୍କୁ ଗିରଫ କରିଥିବା ବେଳେ ସେ ନିଶାସକ୍ତ ଥିଲେ କି ନାହିଁ ଜାଣିବାକୁ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍‌ ଏସୟୁଭି ମାଲିକ ୪୮ ବର୍ଷୀୟ ଇକବାଲ ଜିବାନୀ ଓ ତାଙ୍କ ପୁଅ ୨୧ ବର୍ଷୀୟ ମୋହମ୍ମଦ ଫେଜ ଇକବାଲଙ୍କୁ ବି ବାନ୍ଧିଛି।

ଗତ ମେ’ ୧୯ ତାରିଖରେ ରାତିରେ ପୁଣେର ବିଲ୍ଡର ଅମିତ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ। ବିଳମ୍ବିତ ରାତିରେ ସେ କାର୍‌ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ। ଯେଉଁଥିରେ ମଧ୍ୟପ୍ରଦଶରେ ଇଞ୍ଜିନିୟର ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ନାବାଳକଙ୍କୁ ବାନ୍ଧି ପରେ ଛାଡ଼ି ଦେଇଥିଲା। ମାତ୍ର ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେବାରୁ ପୁଲିସ୍‌ ପୁଣି ଥରେ ନାବାଳକଙ୍କ ସମେତ ତାଙ୍କ ବାପା, ଜେଜେ, ଡ୍ରାଇଭର ପ୍ରମୁଖଙ୍କୁ ବାନ୍ଧିଥିଲା।

Accident Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe