Advertisment

ପ୍ରଚାର ବେଳେ ମନ୍ତ୍ରୀଙ୍କ ଗାଡିରେ ପିଟି ହେଲେ ବୃଦ୍ଧ, ଚାଲିଗଲା ଜୀବନ

ମନ୍ତ୍ରୀଙ୍କ ଡ୍ରାଇଭର୍‌କୁ ପୁଲିସ ଗିରଫ କରିଛି।

author-image
Madhupriya Mistry
Shobha Karandlaje

Shobha Karandlaje

ନିର୍ବାଚନ ପ୍ରଚାର ବେଳେ ଅଘଟଣ। କେନ୍ଦ୍ର ମନ୍ତ୍ରୀଙ୍କ ଗାଡିରେ ପିଟି ହେଲେ ବୃଦ୍ଧ। ଚାଲିଗଲା ଜୀବନ। କର୍ଣ୍ଣାଟକର ବିଜେପି ନେତା ତଥା କେନ୍ଦ୍ର କୃଷି ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ କାର୍‌ରେ ଏଭଳି କିଛି ଦୁର୍ଘଟଣା ଘଟିଛି।

Advertisment

ସୂଚନା ମୁତାବକ, ବେଙ୍ଗାଲୁରୁ ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ନିଜ ଫର୍ଚ୍ୟୁନର କାର୍‌ରେ ନିର୍ବାଚନ ପ୍ରଚାର କରୁଥିଲେ। ଏହି ସମୟରେ ସେ କାର୍‌ରୁ ଓହ୍ଲାଇ ଏକ ଗଳି ଭିତରକୁ ପ୍ରଚାର କରିବା ପାଇଁ ଯାଇଥିଲେ। ଏହାର କିଛି ସମୟ ପରେ ଗାଡିରେ ବସିଥିବା ଡ୍ରାଇଭର ଅଚାନକ କାର୍‌ର କବାଟ ଖୋଲି ଦେଇଥିଲେ। ଫଳରେ ପଛପଟୁ ହୋଣ୍ଡା ଆକ୍ଟିଭା ନେଇ ଆସୁଥିବା ଜଣେ ବୃଦ୍ଧ କାର୍‌ କବାଟ ସହ ପିଟି ହୋଇ ତଳେ ପଡି ଯାଇଥିଲେ।

ଏହାପରେ ପଛପଟୁ ଆସୁଥିବା ଏକ ବସ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ ୬୨ ବର୍ଷୀୟ ବୃଦ୍ଧ ପ୍ରକାଶ। ଏହି ଘଟଣା ପାଇଁ ପୁଲିସ ମନ୍ତ୍ରୀଙ୍କ ଡ୍ରାଇଭର୍‌କୁ ଦାୟୀ କରିଛି। ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।

Advertisment

ଶୋଭା କରନ୍ଦଲାଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅଛନ୍ତି। ସେ ଲଗାତାର ଦୁଇ ଥର କର୍ଣ୍ଣାଟକରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ​​ଉଡୁପି-ଚିକମାଙ୍ଗାଲୁରରୁ ସାଢ଼େ ୩ ଲକ୍ଷରୁ ଅଧିକ ଭୋଟ୍ରେ ରେକର୍ଡ ବିଜୟ ହାସଲ କରିଥିଲେ।

Bjp Accident Karnataka Loksabha Election 2024 Shobah Karandlaje