Advertisment

ବାଣ ଫୁଟାଉଥିଲେ, ହଠାତ୍‌ ଆସିଲା ମୃତ୍ୟୁ: ଦେଖନ୍ତୁ ଭିଡିଓ

ଢୋଢ଼ା ଶବ୍ଦରେ ପୂରା ପରିବେଶକୁ ଫାଟି ପଡ଼ୁଥିଲା। ସମସ୍ତଙ୍କ ମୁହଁରେ ଥିଲା ହସ। ହେଲେ ହଠାତ୍‌ ଦୀପାବଳିରେ ମାହୋଲ ଭିତରେ ଖେଳି ଯାଇଥିଲା ଶୋକର ଛାୟା।

author-image
Hemant Lenka
CCTV

CCTV

ହସଖୁସିରେ ସମସ୍ତଙ୍କ ସହ ମିଶି ରାସ୍ତା କଡ଼ରେ ବାଣ ଫୁଟାଉଥିଲେ। ଢୋଢ଼ା ଶବ୍ଦରେ ପୂରା ପରିବେଶକୁ ଫାଟି ପଡ଼ୁଥିଲା। ସମସ୍ତଙ୍କ ମୁହଁରେ ଥିଲା ହସ। ହେଲେ ହଠାତ୍‌ ଦୀପାବଳିରେ ମାହୋଲ ଭିତରେ ଖେଳି ଯାଇଥିଲା ଶୋକର ଛାୟା।

Advertisment

ପରିବାର ଓ ବନ୍ଧୁମାନଙ୍କ ସହ ୩୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ବାଣ ଫୁଟାଉଥିବା ବେଳେ ଘଟିଥିଲା ଅଘଟଣ। ରାସ୍ତାରେ ବାଣ ଫୁଟାଇବା ବେଳେ ଗୋଟିଏ ଦ୍ରୁତଗାମୀ କାର୍‌ ବ୍ୟକ୍ତିଙ୍କୁ ଧକ୍କା ଦେଇ ବେଶ କିଛି ବାଟ ଘୋଷାଡ଼ି ନେଇଥିଲା। ଏହି କାର ଧକ୍କାରେ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି।

ପୁଣେର ପିମ୍ପରି-ଚିଞ୍ଚୱାଡ ଅଞ୍ଚଳରେ ଏପରି ଘଟଣା ଘଟିଛି। ନଭେମ୍ବର ୩୦ରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। କାର ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଶୋହମ ପଟେଲ। ସେ ରାସ୍ତା କଡ଼ରେ ଅନ୍ୟମାନଙ୍କ ସହ ବାଣ ଫୁଟାଉଥିବା ବେଳେ କାର ଧକ୍କାରେ ପ୍ରାଣ ହରାଇଛନ୍ତି।

Advertisment

ସିସିଟିଭିରେ ଦେଖିବାକୁ ମିଳୁଛି ଯେ ରାସ୍ତା କଡ଼ରେ ଶୋହମଙ୍କ ସହ ଅନ୍ୟମାନେ ବାଣ ଫୁଟାଉଛନ୍ତି। ହେଲେ ସେ ଗୋଟିଏ ବାଣରେ ନିଆଁ ଲଗାଉଥିବା ବେଳେ ହଠାତ୍‌ ଦ୍ରୁତଗାମୀ କାର୍‌ ତାଙ୍କୁ ଧକ୍କା ଦେଉଛି।

ଶୋହମ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଗାଡ଼ିଟି ସେଠାରୁ ଫେରାର ହୋଇ ଯାଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଶୋହମଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାବେତ ପୁଲିସ୍‌ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରିଥିଲେ ହେଁ ଏଯାଏ ଗାଡ଼ି ଡ୍ରାଇଭରଙ୍କୁ ଗିରଫ କରିପାରି ନାହିଁ।

Car Accident Pune