Advertisment

ଚିକେନ୍‌ ସୋର୍‌ମା ଖାଇ ୧୯ ବର୍ଷୀୟ ଯୁବକ ମୃତ

ଏହି ମାମଲାରେ ଫାଷ୍ଟଫୁଡ୍‌ ଦୋକାନର ମାଲିକ ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି।

ଅଦ୍ୟତନ ହୋଇଛି
Chicken Shawarma

Chicken Shawarma

Advertisment

ଚିକେନ୍‌ ସୋର୍‌ମା ଖାଇବା ହେଲା କାଳ। ଏହି ଫାଷ୍ଟ ଫୁଡ୍‌ ଖାଇ ଚାଲିଗଲା ୧୯ ବର୍ଷୀୟ ଯୁବକର ଜୀବନ। ମୁମ୍ବାଇରେ ଘଟିଛି ଏଭଳି କିଛି ଘଟଣା, ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ସୂଚନା ମୁତାବକ, ମୃତ ଯୁବକ ଜଣକ ହେଲେ ପ୍ରଥମେଶ ଭୋକସେ। ସେ ମେ' ୩ ତାରିଖ୍‌ରେ ମୁମ୍ବାଇର ଟ୍ରାମ୍ବେ ଅଞ୍ଚଳରୁ ଏକ ଫାଷ୍ଟଫୁଡ୍‌ ଷ୍ଟଲରୁ ଚିକେନ୍‌ ସୋର୍‌ମା କିଣିଥିଲେ। ମେ' ୪ ତାରିଖରେ ପ୍ରଥମେଶଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏହାପରେ ସେ ବାନ୍ତି କରିଥିଲେ।

ଏହାଦେଖି ଘର ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ହେଲେ କିଛି ସମୟ ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ମେ' ୫ ତାରିଖରେ ସରକାରୀ କେଇଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଡାକ୍ତରମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲା। ଏହା ପରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଧାରା ୩୩୬ ଓ ୨୭୩ ଅନୁଯାୟୀ ମାମଲା ରୁଜୁ କରିଛି। ଏଥିସହ ଏହି ମାମଲାରେ ଉକ୍ତ ଫାଷ୍ଟଫୁଡ୍‌ ଦୋକାନର ମାଲିକ ଓ ଆଉ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଜଣ ହେଉଛନ୍ତି ଆନନ୍ଦ କାମ୍ବଲେ ଓ ଅହମଦ ଶେଖ। ଚିକେନ ସୋର୍‌ମା ଖାଇ ପ୍ରଥମେଶଙ୍କ ପେଟରେ ଇନ୍‌ଫେକସନ୍‌ ହୋଇଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ମୁମ୍ବାଇରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ମୁମ୍ବାଇର ଗୋରେଗାଁଓରେ ଏକ ଫାଷ୍ଟଫୁଡ୍ ଷ୍ଟଲ୍‌ରୁ ଚିକେନ୍‌ ସୋର୍‌ମା ଖାଇ ୧୨ ଜଣ ଗୁରୁତର ହୋଇଥିଲେ। ଖାଦ୍ୟରେ ବିଷକ୍ରିୟା ଯୋଗୁ ସେମାନଙ୍କ ଅବସ୍ଥା ବିଗିଡିଥିବା ଡାକ୍ତର ସୂଚନା ଦେଇଥିଲେ। 

Mumbai Chicken Shawarma Man Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe