Advertisment

ସାଙ୍ଗର ବିୟୋଗରେ ଭାଙ୍ଗିପଡ଼ିଲେ, ଜୁଇକୁ ଡେଇଁ ପଡ଼ିଲେ ଯୁବକ

ଶନିବାର ଉତ୍ତର ପ୍ରଦେଶରେ ଘଟିଛି ଏହି ଘଟଣା।

author-image
Jitendra Garnayak
fire broke out

Fire

ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ନଗଲା ଖଙ୍ଗାର ଥାନା ଅଞ୍ଚଳରେ ଜଣେ ଯୁବକ ତାଙ୍କ ସାଙ୍ଗର ଜୁଇକୁ ଡେଇଁ ପ୍ରାଣ ହରାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଶନିବାର ସକାଳେ ନଗଲା ଖଙ୍ଗାର ଥାନା ଅଞ୍ଚଳର ଅଶୋକ (୪୦) ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। ଦିନ ୧୧ଟା ବେଳେ ଯମୁନା ନଦୀ କୂଳରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଅଶୋକଙ୍କ ସାଙ୍ଗ ଆନନ୍ଦ (୪୦) ମଧ୍ୟ ଉପସ୍ଥିତ ରହିଥିଲେ।

ଜୁଇ ଜଳୁଥିବା ବେଳେ ଜଣେ ପରେ ଜଣେ ଲୋକ ଯେତେବେଳେ ସେ ସ୍ଥାନ ଛାଡ଼ୁଥିଲେ ସେତେବେଳେ ହଠାତ୍ ଆନନ୍ଦ ସାଙ୍ଗ ଅଶୋକଙ୍କ ଜୁଇକୁ ଡେଇଁ ପଡ଼ିଥିଲେ। ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ ଆଗ୍ରା ମେଡିକାଲ କଲେଜକୁ ରେଫର କରାଯାଇଥିଲା। ତେବେ ଆଗ୍ରା ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସିରସଗଞ୍ଜ ସର୍କଲ ପୁଲିସ ଅଫିସର କହିଛନ୍ତି।

Advertisment
Uttar Pradesh