Advertisment

Vijay: ବିଜୟଙ୍କ ରାଲିରେ ପୁଣି ଅଘଟଣା, ଚାଲିଗଲା ଜଣଙ୍କ ଜୀବନ

ସେ ଆଜି ବିଜୟଙ୍କ ବିଶାଳ ରାଜନୀତିକ ରାଲିରେ ଯୋଗ ଦେଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ସମୟରେ ସେ ଅଚେତ ହୋଇ ଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Hemant Lenka
Vijaya

ବିଜୟଙ୍କ ସଭା

ଅଭିନେତାରୁ ନେତା ବନିଥିବା ଟିଭିକେ ମୁଖ୍ୟ ବିଜୟ(Actor Politician Vijay)ଙ୍କ ରାଲିରେ ପୁଣି ଅଘଟଣ। ତାମିଲନାଡୁର ସାଲେମରେ ଆଜି ବିଜୟଙ୍କ ରାଜନୀତିକ ସଭାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ୩୭ ବର୍ଷୀୟ ସୂରଜ।

Advertisment

ସେ ଆଜି ବିଜୟଙ୍କ ବିଶାଳ ରାଜନୀତିକ ରାଲିରେ ଯୋଗ ଦେଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ସମୟରେ ସେ ଅଚେତ ହୋଇ ଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂରଜଙ୍କ ଘର ମହାରାଷ୍ଟ୍ରରେ ଓ ସେ ବିଜୟଙ୍କର ଜଣେ ବଡ଼ ପ୍ରଶଂସକ। 

ପୁଲିସ୍‌ କହିଛି ଯେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସୂରଜ ପଡ଼ି ଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ। ସେ ସମ୍ଭବତଃ ହୃଦଘାତରେ ପ୍ରାଣ ହରାଇଛନ୍ତି। ତଥାପି ଘଟଣାର ତଦନ୍ତ ଚାଲିଛି। 

Advertisment

ବିଜୟଙ୍କ ରାଲିରେ ହୋଇଥିବା ଅସମ୍ଭାଳ ଭିଡ଼ର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିଜୟଙ୍କ କନଭୟ ଆଗରେ ଯାଉଥିବା ବେଳେ ଅନେକ ବାଇକ ତାଙ୍କ ପିଛା କରୁଛନ୍ତି। ବିଜୟ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିଲେ ହେଁ ସତର୍କତା ଅବଲମ୍ବନ କରିବାକୁ ସଙ୍କେତ ଦେଉଥିବା ଦେଖାଯାଉଛି। 

ବିଜୟ ରାଲି ସ୍ଥଳକୁ ଆସିବା ସମୟରେ ଶତାଧିକ ସମର୍ଥକ ତାଙ୍କର ଝଲକ ପାଇବାକୁ କାର ଆଗରେ ଭିଡ଼ ଜମାଇଥିଲେ। ଏଥିଯୋଗୁ ବିଜୟଙ୍କ ଡ୍ରାଇଭର ବାଧ୍ୟ ହୋଇ କାର ଅଟକାଇଥିଲେ। ପୁଲିସ୍‌ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ ହେଉଥିବା ଭିଡିଓରେ ଦେଖା ଯାଉଛି। ସେହିପରି ଫ୍ୟାନ୍ସ ବିଜୟଙ୍କ ଗାଡ଼ି ଘେରି ଯିବାରୁ ବେଶ କିଛି ସମୟ ସେଠାରେ ଟାରିଫ ଚଳାଚଳ ବନ୍ଦ ହୋଇଯାଇଥିଲା। 

ବିଜୟଙ୍କ ରାଲିରେ ଅଘଟଣ ନୂଆ ନୁହେଁ। ଏହାପୂର୍ବରୁ ଗତବର୍ଷ ବିଜୟଙ୍କ କରୁର ରାଲିରେ ଭୟଙ୍କର ଦଳାଚକଟା ହୋଇଥିଲା। ଏଥିରେ ୪୦ ଜଣ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।

ବିଜୟଙ୍କୁ ଦେଖିବାକୁ ହଜାର ହଜାର ଲୋକ ଏକାଠି ହୋଇଥିବାରୁ ଏପରି ଅଘଟଣ ଘଟିଥିଲେ। ଏହି ଘଟଣାକୁ ନେଇ ରାଜନୀତିକ ବୟାନବାଜୀ ଦେଖିବାକୁ ମିଳିଥିବା ବେଳେ ଏବେ ସିବିଆଇ ଏହାର ତଦନ୍ତ କରୁଛି। ସିବିଆଇ ପକ୍ଷରୁ ମଧ୍ୟ ଏକାଧିକ ଥର ବିଜୟଙ୍କୁ ଜେରା କରାଯାଇଛି। 

Actor Politician Vijay