/odisha-reporter/media/media_files/2026/01/19/dipankar-2026-01-19-13-42-28.jpg)
ଦୀପଙ୍କର (ଫାଇଲ ଫଟୋ)
ଦୀପଙ୍କର ବୋରଡୋଲୋଇ ଗତ ଗୁରୁବାର ନିଜ କାମରୁ ଛୁଟି ନେଇଥିଲେ। ଛୋଟ ପୁଅର ସ୍କୁଲରେ ଅନୁଷ୍ଠିତ ମିଟିଂରେ ସେ ଯୋଗ ଦେଇଥିଲେ। ସେହି ମିଟିଂରେ ୟୁକେଜିରେ ପଢ଼ୁଥିବା ପୁଅର ରେଜଲ୍ଟ ଘୋଷଣା ହୋଇଥିଲା। ପୁଅର ରେଜଲ୍ଟ ବା ରିପୋର୍ଟ କାର୍ଡ କର୍ତ୍ତୃପକ୍ଷଙ୍କ ଠାରୁ ଦୀପଙ୍କର ସଂଗ୍ରହ କରିଥିଲେ। ଏହାକୁ ଧରି ସେ ସ୍କୁଲ ପରିସରରୁ ବାହାରୁଥିବା ବେଳେ ଘଟିଥିଲା ଅଘଟଣା।
ହଠାତ୍ ୩୫ ବର୍ଷୀୟ ଦୀପଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ସ୍କୁଲ ପରିସରରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ(Heart Attack)ରେ ଦୀପଙ୍କର ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
ଆସାମର ଜୋରହାଟ ସ୍ଥିତ ସାମଫୋର୍ଡ ସ୍କୁଲରେ ଜାନୁଆରୀ ୧୫ରେ ପୂରା ଘଟିଥିଲା। ଏହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ସ୍କୁଲ ସିସିଟିଭିରେ ପୂରା ଘଟଣା ରେକର୍ଡ ହୋଇଛି। ଘଟଣା ଦିନ ସୋନାରି ଗାଓଁରେ ରହୁଥିବା ଦୀପଙ୍କର ସ୍କୁଲ ଲବିରେ ଚାଲିଚାଲି ଆସୁଛନ୍ତି। ସେ ପ୍ରସ୍ଥାନ ଦ୍ୱାର ନିକଟରେ ପହଞ୍ଚିବା କ୍ଷଣୀ ହଠାତ ଅସହଜ ଅନୁଭ କରିଥିଲେ।
ସେ ନିଜର ଦୁଇ ହାତକୁ ଖୋଲି ଗେଟକୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ମୁହଁ ମାଡ଼ି ହୋଇ ତଳେ ପଡ଼ି ଯାଇଥିଲେ। ଏହା ଦେଖି ସ୍କୁଲରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଜୋରହାଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ଜରୁରୀ ଚିକିତ୍ସା ପାଇଁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Tragic ! Nobody knows when death can strike.
— Oxomiya Jiyori 🇮🇳 (@SouleFacts) January 18, 2026
In Assam 33-year-old Dipankar Bordoloi suddenly collapsed and passed away at his son's school while going there to collect examination results.@thetruthinpic.twitter.com/NpXYlL3xHH
ଏହି ଖବର ଦୀପଙ୍କର ପରିବାର ଲୋକଙ୍କ ସମେତ ପୂରା ସ୍କୁଲର ଶିକ୍ଷକ, ଅନ୍ୟ ଅଭିଭାବକ ଓ ଶିକ୍ଷାର୍ଥୀମାନଙ୍କୁ ପୂରା ସ୍ତବ୍ଧ କରି ଦେଇଛି। ଦୀପଙ୍କର ଆସାମ ସରକାରଙ୍କ ଜଳ ସେଚନ ବିଭାଗରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କ ପତ୍ନୀ ଜଣେ ଗୃହିଣୀ।
ପରିବାର ଲୋକଙ୍କ କହିବା କଥା ଯେ ଦୀପଙ୍କର ପୂରା ଫିଟ ରହିଥିଲେ। ପୂର୍ବରୁ ତାଙ୍କର କୌଣସି ରୋଗ ମଧ୍ୟ ନଥିଲା। ତଥାପି ତାଙ୍କର ହୃଦଘାତରେ ମୃତ୍ୟୁ ହେବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
