Advertisment

ଆଇଆଇସିଙ୍କ ଟେବୁଲରେ ମଦର ଆସର; ବନ୍ଧା ହେଲେ ଇମ୍ରାନ, ଥାନାଧିକାରୀ ନିଲମ୍ବିତ

ଥାନାରେ ପଶିଲେ ସାଧାରଣ ବ୍ୟକ୍ତି। ହାତରେ ମଦ ବୋତଲ ସାଙ୍ଗକୁ ପାଣି ଆଉ ଚାଖଣା ବି ଥିଲା। ସିଧା ଯାଇ ଥାନାଧିକାରୀଙ୍କ ଚେୟାରରେ ବସିଗଲେ। ଆଉ ସେଠାରେ ହିଁ ଜମାଇଲେ ରଙ୍ଗୀନ ଆସର ।

ଅଦ୍ୟତନ ହୋଇଛି
Alcohal

Alcohal

Advertisment

ଥାନାରେ ପଶିଲେ ସାଧାରଣ ବ୍ୟକ୍ତି। ହାତରେ ମଦ ବୋତଲ ସାଙ୍ଗକୁ ପାଣି ଆଉ ଚାଖଣା ବି ଥିଲା। ସିଧା ଯାଇ ଥାନାଧିକାରୀଙ୍କ ଚେୟାରରେ ବସିଗଲେ। ଆଉ ସେଠାରେ ହିଁ ଜମାଇଲେ ରଙ୍ଗୀନ ଆସର । ଏପରି ଏକ ଫଟୋ ଏବେ ଭାଇରାଲ ହେଉଥିବା ବେଳେ ଏପରି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଏପରି ଅସମ୍ଭବ ଘଟଣା ଉତ୍ତରପ୍ରଦେଶର ସାହାରଣପୁର ଅଞ୍ଚଳର ଖଟାଖେରୀ ପୁଲିସ୍‌ ଷ୍ଟେଶନରେ ଘଟିଛି। ତୁରନ୍ତ ଥାନାରେ ମଦ ପିଉଥିବା ବ୍ୟକ୍ତି ଇମ୍ରାନଙ୍କୁ ଗିରଫ କରାଯିବା ସହ ଥାନାଧିକାରୀ ସଚିନ ତ୍ୟାଗୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଇମ୍ରାନ ଖଟାଖେରୀ ପୁଲିସ୍‌ ଷ୍ଟେଶନ ଇନଚାର୍ଜଙ୍କ ଚେୟାରରେ ଖୁସି ମନରେ ବସିଥିବା ବେଳେ ଏକ ବୋତଲରୁ ଗ୍ଲାସ୍‌କୁ ମଦ ଢାଳୁଛନ୍ତି। ମଦର ମଜା ନେବାକୁ ସେ ପାଖରେ କିଛି ସ୍ନାକ୍ସ ପ୍ୟାକେଟ ଓ ପାଣି ବୋତଲ ବି ରଖିଥିବା ଦେଖିବାକୁ ମିଳୁଛି।

ବିନା କୌଣସି ଭୟରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କିପରି ଥାନାକୁ ପଶିଲା ଓ ଥାନାଧିକାରୀଙ୍କ ଚେୟାରରେ ବସିଲା ତଥା କିଛି ସମୟ ପାଇଁ ସେଠାରେ ମଦରେ ମଜା ନେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ସମୟରେ ଥାନାର ଅନ୍ୟ କର୍ମଚାରୀ କ’ଣ କରୁଥିଲେ ତାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

Advertisment

ଏହି ଘଟଣା ଗତ ହୋଲି ବେଳର ବୋଲି କୁହାଯାଉଥିବା ବେଳେ ତାହାର ଫଟୋ ଏବେ ଭାଇରାଲ ହେଉଛି। ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ପୁଲିସ୍‌ ତୁରନ୍ତ ଇମ୍ରାନଙ୍କୁ ଚିହ୍ନଟ କରି ଗିରଫ କରିଥିବା ବେଳେ ଥାନାଧିକାରୀ ତ୍ୟାଗୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଅତ୍ୟଧିକ ନିଶାଗ୍ରସ୍ତ ଥିବାରୁ କିପରି ଥାନା ଭିତରକୁ ଚାଲିଗଲି ତାହା ଜାଣି ନ ଥିବା ନିଜ ସଫେଇରେ କହିଛନ୍ତି ଇମ୍ରାନ ।

Uttar Pradesh Police Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe