Advertisment

ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌, ବନ୍ଧା ହେଲେ ୩ ଯୁବକ

ବ୍ୟସ୍ତମୟ ସଡକ ଉପରେ ରିଲ୍ସ ଭିଡିଓ ପାଇଁ କାର୍‌ରେ ଷ୍ଟଣ୍ଟ କରିଥିଲେ ତିନି ଜଣ ଯୁବକ।

author-image
Madhupriya Mistry
ଅଦ୍ୟତନ ହୋଇଛି
Car in reverse gear

Car in reverse gear

ହଠାତ୍‌ ରିଭର୍ସ ଗିଅର୍‌ରେ ଦୌଡିଲା କାର୍‌। ଟ୍ରାଫିକ୍ ଭିଡ ମଧ୍ୟରେ ଓଲଟା ଚଲିବାକୁ ଲାଗିଲା କାର୍‌। ରାଜରାସ୍ତାରେ ଦେଖାଇଲେ ଭୟାନକ ଷ୍ଟଣ୍ଟ। ସୋଶାଲ ମିଡିଆରେ ଫେମସ ହେବା ନିଶା କଲା ଘାଇଲା। ରିଲ୍ସ ନିଶାରେ ଉଲ୍ଲଙ୍ଘନ କଲେ ଟ୍ରାଫିକ୍‌ ନିୟମ। ଶେଷରେ ବନ୍ଧା ହେଲେ। ଏଭଳି କିଛି ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ।

Advertisment

ପିଲା ଠାରୁ ଆରମ୍ଭ କରି ବୁଢ଼ା, ସମସ୍ତଙ୍କୁ ଘାରିଛି ଏବେ ରିଲ୍ସ ନିଶା। ଇନ୍‌ଷ୍ଟାଗ୍ରାମରେ ରିଲ୍ସ ଭିଡିଓ କରି ରାତାରାତି ଫେମସ ହେବାକୁ ଚାହୁଁଛନ୍ତି ସମସ୍ତେ। ନୂଆ ନୂଆ କଣ୍ଟେଣ୍ଟ ତିଆରି କରିବା ଲାଗି କିଏ କେଉଁ ପ୍ରକାରର ଫଣ୍ଡା ଆପଣାଉଛନ୍ତି। କେବଳ ସେତିକି ନୁହେଁ ସାମାନ୍ୟ ଲାଇକ୍ସ ଓ ଭ୍ୟୁ ପାଇଁ ସବୁ ସୀମା ଟପି ଯାଉଛନ୍ତି। ଜୀବନକୁ ବାଜି ଲଗାଇ କରୁଛନ୍ତି ଭୟାନକ ଷ୍ଟଣ୍ଟ। ନିକଟରେ ଗୁରୁଗ୍ରାମ ବ୍ୟସ୍ତମୟ ସଡକ ଉପରେ ରିଲ୍ସ ଭିଡିଓ ପାଇଁ କାର୍‌ରେ ଷ୍ଟଣ୍ଟ କରିଥିଲେ ତିନି ଜଣ ଯୁବକ। ଏଭଳି କରିବା ସେମାନଙ୍କୁ ଏବେ ମହଙ୍ଗା ପଡିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଗୋଲ୍ଫ କୋର୍ସ ରୋଡ୍‌ ଉପରେ ଏକ ଲାଲ ରଙ୍ଗର କାର୍‌କୁ ରିଭର୍ସ ଗିଅର୍‌ରେ ଦୌଡୁଛି। ଏହା ପଛରେ ଆଉ ତିନୋଟି କାର୍ ମଧ୍ୟ ଯାଉଛି । କେବଳ ସେତିକି ନୁହେଁ ବ୍ୟାକ୍‌ଗ୍ରାଉଣ୍ଡରେ ହରିୟାଣବି ଗୀତ ମଧ୍ୟ ବାଜୁଥିବା ଶୁଣିବାକୁ ମିଳିଛି। ଏହି ମାମଲାରେ ଏବେ ହରିୟାଣା ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ତିନୋଟି କାର୍‌କୁ ମଧ୍ୟ ଜବତ କରିଛି। ଯେଉଁ ସ୍ୱିଫ୍ଟ ଲାଲ ରଙ୍ଗର କାର୍‌ରେ ଷ୍ଟଣ୍ଟ କରାଯାଇଥିଲା, ତାକୁ ମୋଡିଫାଏ କରାଯାଇଛି। ଉକ୍ତ କାର୍‌ର ରଙ୍ଗକୁ ଧଳାରୁ ଲାଲ କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Advertisment
Haryana Police Viral Video Instagram Reel Haryana News