Advertisment

Pet Parrot: ୨.୫ ଲକ୍ଷ ଟଙ୍କାର ଶୁଆ ପାଇଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଶୁକ୍ରବାର ସକାଳେ ଶୁଆଟି ହଠାତ୍‌ ଅରୁଣଙ୍କ ଘର ବାହାରକୁ ଉଡ଼ି ଯାଇଥିଲା। ଘରୁ ଉଡ଼ି ସେ ସ୍ଥାୟୀନ ବିଜୁଳି ଖୁଣ୍ଟରେ ବସିଥିଲା। ଏହାକୁ ଦେଖି ଅରୁଣ କୁମାର ପୂରା ବିଚଳିତ ହୋଇ ଯାଇଥିଲେ।

Parrot

ପୋଷା ଶୁଆ ସହ ଅରୁଣ କୁମାର (ଫାଇଲ ଫଟୋ)

Advertisment

ନିଜର ପୋଷା ମାକାୱ(ଗୋଟିଏ ପ୍ରକାରର ଶୁଆ)କୁ ଉଦ୍ଧାର କରିବାକୁ ଯାଇ ଜୀବନ ହରାଇଛନ୍ତି ଜଣେ ୩୨ ବର୍ଷୀୟ ବ୍ୟବସାୟୀ। ବ୍ୟବସାୟୀ ଜଣଙ୍କ ଶୁଆଟିକୁ ଉଦ୍ଧାର କରିବା ବେଳେ ବିଦ୍ୟୁତ ଝଟକାରେ ଆଖି ବୁଜିଛନ୍ତି। ସେ ଭୁଲ ବଶତଃ ଉଚ୍ଚ କ୍ଷମତା ସମ୍ପର୍କ ବିଜୁଳି ତାରକୁ ଛୁଇଁ ଦେବାରୁ ଏପରି ଘଟଣା ଘଟିଛି। ବେଙ୍ଗାଲୁରୁ ଏପରି ଦୁ‍ଃଖଦ ଘଟଣା ସାମ୍ନାକୁ ଆସିଥିବା ବେଳେ ମୃତକ ଜଣଙ୍କ ହେଲେ ଗିରିନଗର ଅଞ୍ଚଳରେ ରହୁଥିବା ଅରୁଣ କୁମାର। 

Advertisment

କୁମାର ନିଜ ପାଖରେ ରଖିଥିବା ଶୁଆ(Pet Parrot)ର ମୂଲ୍ୟ ପ୍ରାୟ ୨.୫ ଲକ୍ଷ ଟଙ୍କା ହେବ। ସେ ଦୀର୍ଘ ବର୍ଷ ଧରି ଅତି ଆଧାରରେ ଏହାକୁ ପାଳି ଥିଲେ। ଶୁଆକୁ ଅରୁଣ କୁମାର ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ। ଶୁଆଟି ମଧ୍ୟ ସବୁବେଳେ ଅରୁଣଙ୍କ କଥାରେ ପରିଚାଳିତ ହେଉଥିଲା। ଅରୁଣଙ୍କ ଭଳି ସେ କଥା ମଧ୍ୟ କହୁଥିଲା।

କିନ୍ତୁ ଶୁକ୍ରବାର ସକାଳେ ଶୁଆଟି ହଠାତ୍‌ ଅରୁଣଙ୍କ ଘର ବାହାରକୁ ଉଡ଼ି ଯାଇଥିଲା। ଘରୁ ଉଡ଼ି ସେ ସ୍ଥାୟୀନ ବିଜୁଳି ଖୁଣ୍ଟରେ ବସିଥିଲା। ଏହାକୁ ଦେଖି ଅରୁଣ କୁମାର ପୂରା ବିଚଳିତ ହୋଇ ଯାଇଥିଲେ। ସେ ତୁରନ୍ତ ଗୋଟିଏ ଷ୍ଟିଲ ପାଇପ ଧରି ଶୁଆଟିକୁ ଉଦ୍ଧାର କରିବାକୁ ଚାଲି ଯାଇଥିଲେ।

Advertisment

ସେ ଘରର କାନ୍ଥରେ ଛିଡ଼ା ହୋଇ ଶୁଆ ଆଡ଼କୁ ଷ୍ଟିଲ ପାଇପକୁ ବଢ଼ାଇଥିଲେ। କିନ୍ତୁ ଏହି ସମୟରେ ଷ୍ଟିଲ ପାଇପଟି ଉଚ୍ଚ କ୍ଷମତା ସମ୍ପନ୍ନ ବୈଦ୍ୟୁତିକ ତାରରେ ଲାଗି ଯାଇଥିଲା। ପାଇପଟି ତର ସଂସ୍ପର୍ଶରେ ଆସିବାରୁ ଭୟଙ୍କର ବିଜୁଳି ଝଟକାର ସାମ୍ନା କରିଥିଲେ ଅରୁଣ। ଏଥିଯୋଗୁ ସେ ସିଧା କାନ୍ଥରୁ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅରୁଣ ବେଙ୍ଗାଲୁରୁରେ ପରିବାର ସହ ରହୁଥିଲେ ଓ ତାଙ୍କର ଗାଡ଼ି ନମ୍ବର ପ୍ଲେଟ ତିଆରି ବ୍ୟବସାୟ ରହିଥିଲା। ପୁଲିସ୍‌ ଏବେ ଗୋଟିଏ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

Parrot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe