Advertisment

ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ

ଡିସେମ୍ବର ୨୦ରେ ପୁଲିସ୍‌ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।

undefined

Police

Advertisment

ଘରର ଭେଣ୍ଡିଆ ପୁଅ। ତେଣୁ ଘର ଲୋକ ୨୨ ବର୍ଷର ପୁଅକୁ କେତେ ଭଲ ପାଆନ୍ତି? ବାସ୍ ଏହି କଥା ଜାଣିବା ପାଇଁ ଜଣେ ଯୁବକ ନିଜର ଅପହରଣ ନାଟକ କରିଛି। ସେ ଘର ଲୋକଙ୍କ ଭଲ ପାଇବାକୁ ଆକଳନ କରିବା ପାଇଁ ନାଟକ କରୁଥିବା ବେଳେ ପୁଲିସ୍‌ ହାତରେ ଧରା ପଡ଼ି ଗିରଫ ହୋଇଛି। ଉତ୍ତର ପ୍ରଦେଶର କୁଶିନଗରରୁ ଏପରି ଘଟଣା ସାମ୍ନାକୁ ଆସିଛି। 

Advertisment

ଡିସେମ୍ବର ୨୦ରେ ପୁଲିସ୍‌ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା। ଫୋନକାରୀ ଜଣଙ୍କ ନିଜର ପରିଚୟ ଅନୂପ ପଟେଲ ବୋଲି କହିଥିଲା ଓ ତା’କୁ ଗୋମଟିନଗର ରେଳ ଷ୍ଟେସନରୁ ଅପହରଣ କରାଯାଇଥିବା ସୂଚନା ଦେଇଥିଲା। ଜଣେ ଅଟୋ ଡ୍ରାଇଭର ଓ ତାଙ୍କର ସହଯୋଗୀ ତାକୁ କେମିତି ଷ୍ଟେସନ ପାଖରୁ ଉଠାଇ ନେଇଛନ୍ତି, ସେକଥା ମଧ୍ୟ ସେ ପୁଲିସ୍‌କୁ କହିଥିଲା।

ଅପହରଣ ସୂଚନା ପାଇବା କ୍ଷଣି ପୁଲିସ୍‌ ତୁରନ୍ତ ଆକ୍ସନ ମୁଡକୁ ଆସିଥିଲା ଓ ଗୋଟିଏ ଟିମ ପଠାଇଥିଲା। ଗୋମଟିନଗର ଏସଏଚ୍‌ଓ ରାଜେଶ ତ୍ରିପାଠୀ କହିଛନ୍ତି, “ଖବର ମିଳିବାର କିଛି ମିନିଟ ମଧ୍ୟରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଆଖପାଖ ଅଞ୍ଚଳରେ ଭଲ ଭାବେ ତନଖି କରାଯାଇଥିଲା। ପଟେଲ ଦେଇଥିବା ମୋବାଇଲ ନମ୍ବରକୁ ଟ୍ରାକ କରି ପୁଲିସ ପାରା ଅଞ୍ଚଳରେ ପହଞ୍ଚିଥିଲା।

Advertisment

ସ୍ଥାନଟି ଷ୍ଟେସନ ଠାରୁ ଅନେକ ଦୂର। ପୁଲିସ୍‌ ସେଠାରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲା ଯେ ପଟେଲ ବେଶ ସ୍ୱାଭାବିକ ଢଙ୍ଗରେ ସେଠାରେ ବସିଛି। ସେଠାରୁ ପୁଲିସ୍‌ ତା’କୁ ଥାନାକୁ ଆଣିଥିଲା। ଜେରା ବେଳେ ପଟେଲ ନିଜର ଅପହରଣ ନାଟକ କରିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିଲା।

ପଟେଲର କହିବା କଥା ଯେ ସେ କୃଶିନଗରରୁ ରେଳବାଇ ଟେକ୍ନିସିଆନ ପରୀକ୍ଷା ଦେବାକୁ ଲକ୍ଷ୍ନୌ ଆସିଥିଲା। ଏହାପରେ ପରିବାର ଲୋକଙ୍କ ଭଲ ପାଇବାକୁ ଆକଳନ କରିବା ପାଇଁ ଅପହରଣର ନାଟକ କରିଥିଲା।”

ପଟେଲ କହିଛି ଯେ “ଯେତେବେଳେ ମୁଁ ଗୋମଟିନଗରରେ ପହଞ୍ଚିଥିଲି ସେତେବେଳେ ମୁଁ ଭାବିଥିଲି ଯେ ମୋ ପରିବାର ମୋତେ ପ୍ରକୃତରେ କେତେ ଭଲ ପାଉଛନ୍ତି, ତା’ର ଟେଷ୍ଟ କରିବି। ଯଦି ମୁଁ ନିଖୋଜ ହୋଇଯାଉଛି ସେମାନେ ମୋ ପାଇଁ କେତେ ବ୍ୟସ୍ତ ହେଉଛନ୍ତି, ସେକଥା ଜାଣିବାକୁ ଚାହୁଁଥିଲି।”

ପଟେଲ ପରିବାର ଲୋକଙ୍କ ଭଲ ପାଇବାକୁ ଆକଳନ କରିବା ପାଇଁ ଅଯଥା ଅପହରଣର ନାଟକ କରି ଏକାଧିକ ଆଇନକୁ ଉଲ୍ଲଙ୍ଘନ କରିଛି। ଏହାଦ୍ୱାରା ସେ କେବଳ ନିଜ ପରିବାରର ସମ୍ମାନକୁ ଆଘାତ ଦେଇ ନାହିଁ ବରଂ ତା’କୁ ଗିରଫ ହେବାକୁ ପଡ଼ିଛି। ଅନ୍ୟମାନେ ଯେମିତି ଆଇନକୁ ଏପରି ଅପବ୍ୟବହାର କରିବେ ନାହିଁ, ସେଥିପାଇଁ ପଟେଲକୁ ଗିରଫ କରାଯାଇଥିବା ଏସଏଚ୍‌ଓ କହିଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe