ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?

ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

man marries two women

ବାହାଘର ବେଳର ଦୃଶ୍ୟ

Hemant Lenka
  • Published: Saturday, 29 March 2025
  • , Updated: 29 March 2025, 12:43 PM IST

ହିନ୍ଦୁ ବିବାହ ଆଇନ ହେଉ କି ହିନ୍ଦୁ ଧର୍ମର ହେଉ, ବହୁ ବିବାହ ପ୍ରଥା ବେଆଇନ। ଜଣେ ହିନ୍ଦୁ ଧର୍ମର ବ୍ୟକ୍ତି କିମ୍ବା ମହିଳା ପ୍ରଥମେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଆଇନଗତ ଉପାୟରେ ଛାଡ଼ପତ୍ର ନ ଦେବା ଯାଏ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହିନ୍ଦୁ ଧର୍ମ ଓ ହିନ୍ଦୁ ବିବାହ ଆଇନରେ ଏକଥା ଉଲ୍ଲେଖ ରହିଛି। ଅବଶ୍ୟ ଇସଲାମ ଧର୍ମରେ ବହୁ ବିବାହ ପ୍ରଥା ରହିଛି। ମୁସଲିମମାନେ ବହୁ ବିବାହ କରୁଥିବାରୁ ଅନେକ ସମୟରେ ଏହାକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ବହୁ ବିବାହ ପ୍ରଥା ଭାରତ ଭଳି ଦେଶରେ ଠିକ ନୁହେଁ ବୋଲି ଅନେକ ପଣ୍ଡିତ ମତ ରଖି ମୁସଲିମମାନଙ୍କୁ ଟାର୍ଗେଟ କରିବାର ନଜିର ରହିଛି। ଏଥିପାଇଁ ସେମାନେ ପୂରା ଦେଶରେ ଗୋଟିଏ ଆଇନ ପ୍ରଣୟନ କରିବାକୁ ଓକିଲାତି କରୁଛନ୍ତି।

ହେଲେ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ଖୋଦ ହିନ୍ଦୁ ଧର୍ମର ଲୋକମାନେ ସର୍ବସମ୍ମୁଖରେ ଦୁଇଟି ବିବାହ କରୁଛନ୍ତି। ଏହାକୁ ମଧ୍ୟ ସ୍ଥାନୀୟ ଲୋକମାନେ ବେଶ ଆନନ୍ଦର ସହ ଗ୍ରହଣ କରି ନେଉଛନ୍ତି। ମୁସଲିମମାନଙ୍କ ବହୁ ବିବାହ ପ୍ରଥାକୁ ବିରୋଧ କରୁଥିବା ଲୋକଙ୍କ ମୁହଁରେ ମଧ୍ୟ ଏହି ସମୟରେ ତାଲି ପଡ଼ି ଯାଉଛି।

ଏହାର ଏକ ଜ୍ୱଳନ୍ତ ଉଦାହରଣ ତେଲଙ୍ଗାନାର କୋମରାମ ଭୀମ ଆସିଫାବାଦ ଜିଲ୍ଲାରୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଗୋଟିଏ ମଣ୍ଡପରେ ବେଶ ଧୂମଧାମରେ ଦୁଇ ଜଣଙ୍କୁ ବିବାହ କରିଛନ୍ତି। ସାଧାରଣ ବାହାଘର ପରି ଏହାର ମୁଖସାଖୀ ମଧ୍ୟ ଅନେକ ଲୋକ ସାଜିଛନ୍ତି। ହେଲେ କେହି ବି ଏହାକୁ ବିରୋଧ କରି ନାହାନ୍ତି।

ଦୁଇ ଜଣ ମହିଳାଙ୍କୁ ବିବାହ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ସୂର୍ଯ୍ୟ ଦେବ। ତାଙ୍କ ଘର ଲିଙ୍ଗାପୁର ମଣ୍ଡଳର ଅନ୍ତର୍ଗତ ଗୁମନୁର ଗାଁରେ। ସୂର୍ଯ୍ୟ ଦେବ ଗୋଟିଏ ସମୟରେ ଲାଲ ଦେବୀ ଓ ଝଲକାରୀ ଦେବୀଙ୍କ ପ୍ରେମ କରି ବସିଥିଲେ। ଦୁଇ ଜଣଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିବାରୁ ସେ ଗୋଟିଏ ମଣ୍ଡପରେ ଦୁଇ ଜଣଙ୍କୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ।

ବାହା ଘର ପାଇଁ ସୂର୍ଯ୍ୟ ଦେବ ଓ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ନିମନ୍ତ୍ରଣ କାର୍ଡ ଛପା ଯାଇଥିଲେ। ଏଥିରେ ଦୁଇ ଜଣ କନ୍ୟାଙ୍କ ନାଁ ଲେଖା ଯାଇଥିଲା। ବାହାଘରକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେହି ଅନୁସାରେ ଦୁଇ ମହିଳା ଗୋଟିଏ ବିବାହ ମଣ୍ଡପରେ ସୂର୍ଯ୍ୟ ଦେବଙ୍କ ହାତ ଧରି ସାତଫେରା ନେଇଥିଲେ। ହିନ୍ଦୁ ଆଦିବାସୀ ରୀତିନୀତି ଅନୁସାରେ ବାହାଘର ମଧ୍ୟ ଅନୁଷ୍ଠିତ ହୋଇଥିଲା। ବାହାଘର ବେଳେ ୩ ପରିବାରର, ସେମାନଙ୍କ ସମ୍ପର୍କୀୟ, ଗାଁ ଲୋକ ଓ ଅନ୍ୟମାନେ ଉପସ୍ଥିତ ଥିଲା। ବାଜା ବଜାଇ ଓ ବାଣ ଫୁଟାଇ ସୂର୍ଯ୍ୟ ଦେବ ଗୋଟିଏ ସମୟରେ ୨ ମହିଳାଙ୍କୁ ନିଜର ଜୀବନ ସାଥୀ ରୂପେ ଗ୍ରହଣ କରିଛନ୍ତି।

ସୂର୍ଯ୍ୟ ଦେବ ଗୋଟିଏ ସମୟରେ ଲାଲ ଦେବୀ ଓ ଝାଲକାରୀ ଦେବୀଙ୍କୁ ପ୍ରେମ କରୁଥିଲେ। ଏକଥା ସେ ଦୁଇ ଜଣଙ୍କୁ ଜଣାଇବା ପରେ ୩ ଜଣ ଯାକ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଏକ ବିରଳ ଘଟଣା ହୋଇଥିବାରୁ ପ୍ରଥମେ ଗାଁର ବରିଷ୍ଠ ଲୋମାନେ ବାହାଘରକୁ ବିରୋଧ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନେ ବାହାଘରରେ ସମସ୍ତ ପ୍ରକାରର ସହାୟତା କରିଥିଲେ। ସମସ୍ତଙ୍କ ସହଯୋଗ ଓ ସମର୍ଥନରେ ୩ ଜଣ ଯାକ ବିବାହ କରିଛନ୍ତି।

ପ୍ରଥମଥର ପାଇଁ ଦେଶର କୌଣସି ସ୍ଥାନରେ ଏପରି ଘଟଣା ଘଟିଛି। ହିନ୍ଦୁ ଧର୍ମରେ ବହୁ ବିବାହ ପ୍ରଥା ବେଆଇନ ହୋଇଥିଲେ ହେଁ ୨୦୨୧ରେ ତେଲଙ୍ଗାନାର ଆଦିଲାବାଦରେ ଜଣେ ବ୍ୟକ୍ତି ୨ ଜଣ ମହିଳାଙ୍କୁ ଗୋଟିଏ ମଣ୍ଡପରେ ବିବାହ କରିଥିଲେ। ୩ ପରିବାରର ସହମତିରେ ଏହି ବିବାହ ହୋଇଥିଲା। ୨୦୨୨ରେ ଝାରଖଣ୍ଡା ଲୋହାରଦାଗରେ ଜଣେ ଯୁବକ ଗୋଟିଏ ସମୟରେ ତାଙ୍କର ୨ ଜଣ ଗାର୍ଲଫ୍ରେଣ୍ଡଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ।

Related story