Advertisment

ରିଲ୍ସ ମାୟା କାଳ ହେଲା, ଝରଣାରେ ଭାସିଗଲେ ଯୁବକ

ଲାଇକ୍‌, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି।

Tragedy

Tragedy

Advertisment

ସୋଶାଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ । ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି। ଲାଇକ୍‌, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକା ଊଡ୍ଡୁପି ଜିଲ୍ଲାରେ ଘଟିଛି। ରିଲ୍ସ କରୁ କରୁ ଜଣେ ଯୁବକ ଝରଣାର ସ୍ରୋତରେ ଭାସି ଯାଇଥିବା ବେଳେ ୨ ଦିନ ହେଲା ତାଙ୍କ ପତ୍ତା ମିଳୁନି।

Advertisment

ଉଡ୍ଡୁପି ଜିଲ୍ଲାର ଅରାସିନାଗୁଣ୍ଡି ଝରଣା ନିକଟରେ ଗତ ରବିବାର ଏହି ଅଘଟଣ ଘଟିଥିବା ଜଣାଯାଇଛି। କର୍ଣ୍ଣାଟକାରେ ଏବେ ଲଗାଣ ବର୍ଷା ଚାଲିଥିବା ବେଳେ ନଦୀ, ଝରଣା ସବୁ ଉଛୁଳି ରହିଛି।

ଏହି ସମୟରେ ରିଲ୍ପ କରିବା ଚକ୍କରରେ ଯୁବକଜଣକ ନିଜ ସାଙ୍ଗଙ୍କ ସହ ଝରଣା ନିକଟକୁ ଆସିଥିଲେ। ସାଙ୍ଗଜଣକ ରେକର୍ଡିଂ କରୁଥିବା ବେଳେ ଯୁବକଜଣକ ଧୀରେ ଧୀରେ ଝରଣା ନିକଟକୁ ଯିବାକୁ ଲାଗିଲେ। ଇତି ମଧ୍ୟରେ ଅସାବଧାନାବଶଃତ ସେ ଝରଣା ସ୍ରୋତରେ ଭାସିଗଲେ।

Advertisment

ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ୨ ଦିନ ହେଲାଣି ଭାସି ଯାଇଥିବା ଯୁବକଙ୍କୁ ଖୋଜୁଥିଲେ ବି ତାଙ୍କ ପତ୍ତା ମିଳି ପାରିନି।

ସେହିପରି ଉତ୍ତରପ୍ରଦେଶରେ ଏକ ଘଟଣା ଘଟିଛି । ଯୁବକଯୁବତୀଙ୍କ ରିଲ୍ସ ବନାଉଥିବା ବେଳେ ଅକାଳରେ ଜଣେ ଯୁବ ଇଞ୍ଜିନିୟରଙ୍କ ଜୀବନ ଯାଇଛି। ଯୁବକଯୁବତୀଦ୍ୱୟ ଏକ ଫ୍ଲାଏଓଭର ବ୍ରିଜ ଉପରେ ବାଇକ୍‌ରେ ଯିବା ସମୟରେ ରିଲ୍ସ କରୁଥିବା ବେଳେ ହଠାତ୍‌ ସେମାନଙ୍କ ବାଇକ୍‌ ବ୍ରିଜ ତଳକୁ ଖସି ପଡ଼ିଥିଲା। ଉକ୍ତ ସମୟରେ ତଳେ ଛିଡ଼ା ହୋଇଥିବା ଯୁବ ଇଞ୍ଜିନିୟରଙ୍କ ଉପରେ ବାଇକ୍‌ଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲ। ମୃତକଙ୍କ ନାମ ସର୍ବେଶ ବୋଲି ଜଣାଯାଇଛି। ସେ ବାରଣାସୀର ବାସିନ୍ଦା ହୋଇଥିବା ବେଳେ ପ୍ରୟାଗରାଜରେ ଉତ୍ତର-ମଧ୍ୟ ରେଲୱେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।

Karnataka Social Media Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe