/odisha-reporter/media/media_files/2026/01/05/dog-2026-01-05-14-46-04.jpg)
ଗିରଫ ଜିତେନ୍ଦ୍ର
ପ୍ରବଳ ମଦ ପିଇଥିଲେ। ହାତରେ ମଦ ବୋଲତ ବି ରହିଥିଲା। ନିଜେ ମଦ ନିଶାରେ ଚୂର ଥିବା ବେଳେ ରାସ୍ତାରେ ବୁଲୁଥିବା ଗୋଟିଏ କୁକୁର ଉପରେ ଦେଖାଇଥିଲେ ତାଉ। ନିଜେ ମଦ ପିଉଥିବାରୁ ବୁଲା କୁକୁରକୁ ମଧ୍ୟ ଏହାକୁ ପିଇବା ପାଇଁ ବାଧ୍ୟ କରିଥିଲେ।
କୁକୁରଟି ମାଡ଼ି ବସି ତା’କୁ ମଦ ପିଇବାକୁ ଚେଷ୍ଟା କରୁଥିବା ବେଳେ ଏହାର ଭିଡିଓକୁ ସହଯୋଗୀ ରେକର୍ଡ କରିଥିଲେ। ବାସ୍ ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବଢ଼ିଛି ଯୁବକଙ୍କ ଅଡ଼ୁଆ। ପୁଲିସ୍ ଏପରି କାଣ୍ଡରେ ସାମିଲ ଥିବା ଯୁବକଙ୍କୁ ଗିରଫ କରିଛି।
ପୁଲିସ୍ର କହିବା କଥା ଯେ ଯୁବକ ଜଣଙ୍କ ଗୋଟିଏ ବୁଲା କୁକୁରକୁ ନିର୍ଯାତନା ଦେବା ସହ ତା’କୁ ବଳପୂର୍ବକ ଗୋଟିଏ ମଦ ବୋତଲରୁ ନିଶା ଦ୍ରବ୍ୟ ପିଇବାକୁ ବାଧ୍ୟ କରୁଥିବା ଭିଡିଓରେ ଦେଖାଯାଉଛି। ଭିଡିଓ ଭାଇରାଲ ହେବା ପରେ ବାଘପତ ସୋଶାଲ ମିଡିଆ ସେଲ ଓ ସ୍ଥାନୀୟ ରାମଲା ପୁଲିସ୍ ଷ୍ଟେସନ ନିଜ ଆଡ଼ୁ ଏହାକୁ ବିଚାରକୁ ନେଇଥିଲା।
ପୁଲିସ ଘଟଣାର ତଦନ୍ତ କରି କୁକୁର(Stray Dog) ସହ ଏପରି ବ୍ୟବହାର କରିଥିବା କିର୍ଥାଲ ଗାଁର ଜିତେନ୍ଦ୍ର ଓରଫ ବଲ୍ଲାମଙ୍କୁ ଗିରଫ କରିଛି। ରବିବାରା ରାମଲା ପୁଲିସ୍ ଷ୍ଟେସନରୁ ତାଙ୍କୁ ଗିରଫ କରାଯାଇଛି। ଅତ୍ୟାଚାରରୁ ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଦତ୍ତ ଆଇନ ଓ ଅନ୍ୟାନ୍ୟ ଦଫାରେ ପୁଲିସ୍ ମାମଲା କରି ଜିତେନ୍ଦ୍ରଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ମଦ ନିଶାରେ ଜିତେନ୍ଦ୍ର ଏପରି କାଣ୍ଡ ଘଟାଇଥିବା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି। ରାସ୍ତାରେ ଯାଉଥିବା ବେଳେ ନିଶା ଅଧିକ ହୋଇଯିବାରୁ ସେ କୁକୁର ଉପରେ ବଳ ଦେଖାଇ ତା’କୁ ମଦ ପିଇବାକୁ ବାଧ୍ୟ କରାଇଥିଲେ। ଏହି ସମୟରେ ସେଠାରେ ତାଙ୍କର କିଛି ସାଙ୍ଗ ମଧ୍ୟ ଉପସ୍ଥିତ ଥିବା ଜିତେନ୍ଦ୍ର ପୁଲିସକୁ ଅବଗତ କରାଇଛନ୍ତି।
WATCH | UP man arrested after viral video shows him forcing dog to drink alcohol. pic.twitter.com/UTPVf4l4NZ
— The Tatva (@thetatvaindia) January 5, 2026
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
