Advertisment

ବ୍ୟବଚ୍ଛେଦ ପରେ ଚିତାରେ ହଲଚଲ ହେଲା ମୃତଦେହ, ୩ ଡାକ୍ତର ସସ୍‌ପେଣ୍ଡ

ମୃତଦେହକୁ ଡିପ୍‌ ଫ୍ରିଜରେ ରଖାଯିବା ପରେ ନିଆଗଲା ଶ୍ମଶାନ । ମାତ୍ର ସେଠାରେ ଚିତା ଉପରେ ଶୋଇଥିବା ମୃତକଙ୍କର ହଠାତ୍‌ ଶ୍ୱାସ ପ୍ରଶ୍ୱାସ ଚାଲିଲା ଓ ଦେହରେ ହଲଚଲ ଦେଖାଗଲା। ଶେଷରେ ଚିତାରୁ ଉଠାଇ ଆଣି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ଡାକ୍ତରଖାନାରେ ଚିକିତ୍ସିତ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଏହାପରେ ମୃତଦେହକୁ ଡିପ୍‌ ଫ୍ରିଜରେ ରଖାଯିବା ସହ ଶବ ବ୍ୟବଚ୍ଛେଦ କରାଗଲା। ଏହାପରେ ମୃତଦେହକୁ ଶ୍ମଶାନକୁ ନିଆଗଲା । ମାତ୍ର ସେଠାରେ ଚିତା ଉପରେ ଶୋଇଥିବା ମୃତକଙ୍କର ହଠାତ୍‌ ଶ୍ୱାସ ପ୍ରଶ୍ୱାସ ଚାଲିଲା ଓ ଦେହରେ ହଲଚଲ ଦେଖାଗଲା। ଶେଷରେ ଚିତାରୁ ଉଠାଇ ଆଣି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ଝୁନଝୁନ ସହରରେ ଘଟିଛି। ରୋଗୀଙ୍କ ଜୀବନ ସହ ଖେଳିଥିବା ଯୋଗୁ ୩ ଡାକ୍ତରଙ୍କୁ ସସ୍‌ପେଣ୍ଡ କରାଯାଇଛି।

Advertisment

ଝୁନଝୁନର ବଗଡ଼ ମା’ ସେବା ସଂସ୍ଥାନର ଆଶ୍ରମ ଗୃହରେ ରୋହିତାଶ ନାମକ ୪୫ ବର୍ଷୀୟ ବ୍ୟକ୍ତି କିଛି ବର୍ଷ ହେଲା ରହି ଆସୁଥିଲେ। ସେ ଅନାଥ ହୋଇଥିବା ବେଳେ ଜନ୍ମରୁ ମୁକ ଓ ବଧିର। ଗତକାଲି ଅପରାହ୍ନରେ ଅସୁସ୍ଥତା ହେତୁ ତାଙ୍କୁ ଝୁନଝୁନର ବିଡିକେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ମେଡିକାଲର ଶବ ଗୃହରେ ଥିବା ଡିପ ଫ୍ରିଜରେ ମୃତଦେହକୁ ରଖାଯାଇଥିଲା।  ପ୍ରାୟ ୩ ଘଣ୍ଟା ପରେ ସେବା ସଂସ୍ଥାନ କର୍ମଚାରୀ ପହଞ୍ଚିବା ପରେ ସେମାନଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏହାପରେ ସେମାନେ ମୃତଦେହକୁ ଧରି ଶ୍ମଶାନକୁ ଯାଇଥିଲେ। ଚିତା ଲଗାଇବା ନିମନ୍ତେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ମାତ୍ର ଏହା ପୂର୍ବରୁ ମୃତବ୍ୟକ୍ତିଙ୍କ ନିଶ୍ୱାସ ଚାଲିବା ସହ ତାଙ୍କ ଶରୀର ହଲଚଲ ହୋଇଥିଲା।

Advertisment

ଏହାଦେଖି ସେଠାରେ ଉପସ୍ଥିତ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ତୁରନ୍ତ ରୋହିତାଶଙ୍କୁ ମେଡିକାଲ ଆଣିଥିଲେ। ସେଠାରେ ସେ ଜୀବୀତ ଥିବା ଜଣାପଡ଼ିଲା। ଏହାପରେ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ସାମାନ୍ୟ ଥିବା ଜଣାଯାଇଛି।

ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏହାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ୩ ଡାକ୍ତରଙ୍କ ଖାମଖିଆଲିପଣ ପାଇଁ ଏପରି ସାଂଘାତିକ ତ୍ରୁଟି ହୋଇଥିବା ଜଣାପଡ଼ିଲା।  ରୋଗୀଙ୍କ ଜୀବନ ସହ ଏପରି ଖେଳୁଥିବା ଅଭିଯୋଗରେ ଉକ୍ତ ୩ ଡାକ୍ତରଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି।

Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe