Advertisment

ପୁଷ୍ପା-୨ ଦେଖିବାକୁ ଯାଇଥିଲେ; ହଲରୁ ମିଳିଲା ମୃତଦେହ

ପୁଷ୍ପା-୨ ମ୍ୟାଟିନି ଶୋ' ଚାଲିଥିବାବେଳେ ସିନେମା ହଲ୍ ଭିତରୁ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତଦେହ ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

author-image
Debadatta Aryashrestha
Pushpa-2 Poster

Pushpa-2 Poster

ପୁଷ୍ପା-୨ ଦେଖିବାକୁ ଯାଇଥିବା ଜଣେ ଦର୍ଶକ ସିନେମା ହଲରୁ ଶବ ହୋଇ ଫେରିଛନ୍ତି। ଏମିତି ଏକ ଚକିତ କରିବା ଭଳି ଖବର ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାରୁ ଆସିଛି। ରାୟଦୁର୍ଗମ ସହରର ଏକ ସ୍ଥାନୀୟ ପ୍ରେକ୍ଷାଳୟରେ ପୁଷ୍ପା-୨ ମ୍ୟାଟିନି ଶୋ' ଚାଲିଥିବାବେଳେ ସିନେମା ହଲ୍ ଭିତରୁ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତଦେହ ମିଳିଛି। ମୃତ୍ୟୁର କାରଣ ଜଣା ପଡ଼ିନଥିବାବେଳେ ପ୍ରାଥମିକ ତଦନ୍ତରୁ ହୃଦଘାତରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ପୁଲିସ ସନ୍ଦେହ କରୁଛି।

Advertisment

ମୃତକ ଜଣକ ହରିଜନ ମାଧନ୍ନାପ୍ପା ବୋଲି ଜଣାପଡ଼ିଛି। କାଲ୍ୟନଦୁର୍ଗମ ଡିଏସପି ରବି ବାବୁ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ବେଳକୁ ମ୍ୟାଟିନି ଶୋ' ଶେଷ ହୋଇଥିଲା। ଏହାପରେ ପ୍ରେକ୍ଷାଳୟର ସଫେଇ କର୍ମଚାରୀ ଯେତେବେଳେ ସଫା କରିବା ପାଇଁ ଯାଇଥିଲେ ହରିଜନଙ୍କ ମୃତଦେହ ଠାବ କରିଥିଲେ। କେତେବେଳେ ଓ କେମିତି ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି।

ପୁଲିସ ସୂଚନା ଅନୁଯାୟୀ ହରିଜନ ମାଧନ୍ନାପ୍ପା ୪ଟି ଛୁଆର ବାପା। ସେ ସବୁବେଳେ ପ୍ରବଳ ମଦ ପିଅନ୍ତି। ମଙ୍ଗଳବାର ଦ୍ଵିପ୍ରହର ପ୍ରାୟ ୨ଟା ୩୦ ସମୟରେ ମ୍ୟାଟିନି ଶୋ'ରେ ପୁଷ୍ପା-୨ ଦେଖିବାକୁ ସେ ଯେତେବେଳେ ହଲ୍ ଭିତରକୁ ଯାଇଥିଲେ, ସେତେବେଳେ ମଧ୍ୟ ନିଶାରେ ଥିଲେ। ଏପରିକି ପ୍ରେକ୍ଷାଳୟ ଭିତରେ ସେ ଆହୁରି ମଦ ପିଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ତେବେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୪ ଅଧିନରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Advertisment
Andhra Pradesh Pushpa 2 Man Dies During Pushpa 2 Screening Man Dies Inside Theater