Advertisment

ପ୍ରତି ଶନିବାର କାମୁଡୁଛି ସାପ, ଦ୍ୱନ୍ଦ୍ୱରେ ଡାକ୍ତର

‘ପ୍ରତ୍ୟେକ ଶନିବାର ସେହି ଯୁବକଙ୍କୁ ସର୍ପ ଦଂଶନ କରିବା, ପ୍ରତ୍ୟେକ ଥର ସେ ସେହି ସମାନ ଡାକ୍ତରଖାନା ଯାଇ ଚିକିତ୍ସିତ ହେବା ଓ ଗୋଟିଏ ଦିନରେ ସୁସ୍ଥ ହୋଇ ଫେରିଯିବା କଥା ବଡ଼ ଅଜବ ଲାଗୁଛି।’

Vikas Dubey

Vikas Dubey

Advertisment

ଉତ୍ତର ପ୍ରଦେଶର ଫତେପୁରରେ ଜଣେ ଯୁବକଙ୍କୁ ପ୍ରତି ଶନିବାର ସାପ କାମୁଡ଼ୁଥିବା ଅଭିଯୋଗ ହୋଇଛି। ଗତ ୪୦ ଦିନରେ ତାକୁ ୭ ଥର ସାପ କାମୁଡ଼ି ସାରିଲାଣି। ଏହି ଯୁବକଙ୍କ ନାଁ ବିକାଶ ଦୁବେ। ତାଙ୍କୁ ୨୪ ବର୍ଷ ହୋଇଛି।ତାଙ୍କର ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ତିନି ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଫତେପୁର ଡାକ୍ତରଖାନାର ମୁଖ୍ୟ ବା ସିଏମ୍‌ଓ ରାଜୀବ ନାରାୟଣ ଗିରି। 

Advertisment

ସେ କହିଛନ୍ତି, ପୀଡ଼ିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବାରମ୍ବାର ସାପ କାମୁଡ଼ିବା ଯୋଗୁ ସେ ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିସାରିଥିବା କଥା କହିଥିଲେ। ସେଥିପାଇଁ ତାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ସେ ଦାବି କରିଥିଲେ। ଯେତେବେଳେ ସାପ କାମୁଡ଼ିବ ସେତେବେଳେ ଯେକୌଣସି ସରକାରୀ ଡାକ୍ତରଖାନାକୁ ଯିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଛି। କାରଣ ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଆଣ୍ଟି-ସ୍ନେକ ଭେନମ ମାଗଣାରେ ଯୋଗାଇ ଦିଆଯାଉଛି। 

ଡାକ୍ତର ଗିରି ଆହୁରି କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ ପ୍ରତ୍ୟେକ ଶନିବାର ତାଙ୍କୁ ସାପ କାମୁଡ଼ୁଥିବା ନେଇ ଅଭିଯୋଗ ହୋଇଛି। ତେଣୁ ପ୍ରକୃତରେ ତାଙ୍କୁ ସାପ କାମୁଡିଛି ନା ନାହିଁ, ତା’ର ତଦନ୍ତ ହେବା ଆବଶ୍ୟକ। ସେହିଭଳି ତାଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରିଛନ୍ତି, ତାଙ୍କର ଦକ୍ଷତା କେତେ, ତାହା ବି ଜାଣିବାକୁ ପଡ଼ିବ। ପ୍ରତ୍ୟେକ ଶନିବାର ସେହି ଯୁବକଙ୍କୁ ସର୍ପ ଦଂଶନ କରିବା, ପ୍ରତ୍ୟେକ ଥର ସେ ସେହି ସମାନ ଡାକ୍ତରଖାନା ଯାଇ ଚିକିତ୍ସିତ ହେବା ଓ ଗୋଟିଏ ଦିନରେ ସୁସ୍ଥ ହୋଇ ଫେରିଯିବା କଥା ବଡ଼ ଅଜବ ଲାଗୁଛି। ଏଣୁ ଏହି ଘଟଣାର ତଦନ୍ତ କରିବା ପାଇଁ ତିନି ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ତଦନ୍ତ ପରେ ସତ କଥା ସାମ୍ନାକୁ ଆସିବ। 

Advertisment
Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe