Advertisment

ନିଜର ୩ ପିଲାଙ୍କ ସମେତ ୫ ଜଣଙ୍କୁ ହତ୍ୟା କରିଥିଲା, ଏବେ ମିଳିଲା ମୃତ୍ୟୁଦଣ୍ଡ

୨୦୧୭ ମସିହା ଫେବୃଆରୀ ୨୫ରେ ଥିପାଇହ ଗୋଟିଏ ଧାରୁଆ ଅସ୍ତ୍ରରେ ତା’ ପତ୍ନୀ ପାକୀରାମ୍ମାଙ୍କୁ ଆକ୍ରମଣ କରିଥିଲା। ଏହାପରେ ଭାଉଜ ଗଙ୍ଗାମ୍ମା ଓ ୩ ପିଲାଙ୍କୁ ମଧ୍ୟ ହାଣି ପକାଇଥିଲା।

author-image
Hemant Lenka
Karnataka

Karnataka

କର୍ଣ୍ଣାଟକା ହାଇକୋର୍ଟର ଧରୱାର୍ଡ ବେଞ୍ଚ ଜଣେ ବ୍ୟକ୍ତିର ମୃତ୍ୟୁଦଣ୍ଡକୁ କାଏମ ରଖିଛନ୍ତି। ଏହି ବ୍ୟକ୍ତି ଜଣକ ନିଜର ୩ ଛୋଟ ପିଲାଙ୍କ ସମେତ ୫ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପ୍ରଥମେ ଟ୍ରାଏଲ କୋର୍ଟ ଏହି ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ କୌଣସି ଆଶ୍ୱସ୍ତି ପାଇ ନାହାନ୍ତି।

Advertisment

୧୦ ବର୍ଷ ବୟସରୁ କମ ନିଜର ୩ ପିଲା, ପତ୍ନୀ ଓ ଭାଉଜଙ୍କୁ ଅତ୍ୟନ୍ତ ନିର୍ମମ ଓ ଭୟଙ୍କର ଭାବେ ବ୍ୟକ୍ତି ଜଣକ ହତ୍ୟା କରିଥିଲା। ଏପରି ଅପରାଧ ପାଇଁ ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଆମେ ଟ୍ରାଏଲ କୋର୍ଟର ମୃତ୍ୟୁଦଣ୍ଡକୁ କାଏମ ରଖୁଛୁ।

ବିରଳରୁ ବିରଳ ଘଟଣାରେ ହିଁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ଦରକାର ବୋଲି ଜଷ୍ଟିସ ସୂରଜ ଗୋବିନ୍ଦରାଜ ଓ ଜଷ୍ଟିସ ଜି ବସବରାଜା କହିଛନ୍ତି। ଏଥିସହ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

Advertisment

ଦୋଷୀ ସାବ୍ୟସ୍ତ ହୋଇଥିବା ବି ଥିପାଇହ ଜଣେ ଶ୍ରମିକ। ସେ କେଞ୍ଚନଗୁଡା ହାଲିରେ ରହୁଥିଲା। ସବୁ କିଛି ଠାକ ଚାଲିଥିବା ବେଳେ ପତ୍ନୀଙ୍କ ସମ୍ପର୍କ ଆଉ ଜଣେ ପୁରୁଷଙ୍କ ସହ ରହିଛି ବୋଲି ଥିପାଇହ ସନ୍ଦେହ କରିଥିଲା। ଏଥିସହ ସେ ତାଙ୍କର ୪ ପିଲାଙ୍କ ମଧ୍ୟରୁ କେବଳ ଜଣେ ହିଁ ତାଙ୍କର ନିଜ ପିଲା ବୋଲି କହିଥିଲା।

ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ମଧ୍ୟ ହେଉଥିଲା। ୨୦୧୭ ମସିହା ଫେବୃଆରୀ ୨୫ରେ ଥିପାଇହ ଗୋଟିଏ ଧାରୁଆ ଅସ୍ତ୍ରରେ ତା’ ପତ୍ନୀ ପାକୀରାମ୍ମାଙ୍କୁ ଆକ୍ରମଣ କରିଥିଲା। ଏହାପରେ ଭାଉଜ ଗଙ୍ଗାମ୍ମା ଓ ୩ ପିଲାଙ୍କୁ ମଧ୍ୟ ହାଣି ପକାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୫ ଜଣ ଯାକ ଆଖି ବୁଜିଥିଲେ।

ପ୍ରଥମେ ବଲ୍ଲାରିର ସେସନ୍ସ କୋର୍ଟ ଏହାର ବିଚାର କରିଥିଲେ। କୋର୍ଟ ୩୬ ଜଣ ସାକ୍ଷୀ ଓ ୫୧ଟି ଦସ୍ତାବିଜ ଦେଖିବା ପରେ ଥିପାଇହକୁ ୨୦୧୯ ମସିହା ଡିସେମ୍ବର ୩ରେ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ।

ଏହା ବିରୋଧରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେହିପରି ସରକାରୀ ଓକିଲ ମଧ୍ୟ ଫାଶୀ ଦଣ୍ଡକୁ ନିଶ୍ଚିତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।

ଥିପାଇହ ଯେଉଁଭଳି ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା, ତା’କୁ ଦେଖି ହାଇକୋର୍ଟ ବିଚାରପତି ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ।

ହାଇକୋର୍ଟ ମୃତ୍ୟୁଦଣ୍ଡକୁ ନିଶ୍ଚିତ କରିବା ସମୟରେ ପରିବାର ଏକମାତ୍ର ପିଲା ରାଜେଶ୍ୱରୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କହିଛନ୍ତି। ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଉପଯୁକ୍ତ ଫାଇଲକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟକୁ ପଠାଇବା ପାଇଁ କୋର୍ଟ ଅତିରିକ୍ତ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Karnataka