ନିଶାଗ୍ରସ୍ତ ଯୁବକଙ୍କ ଅଜବ କାଣ୍ଡ; ଅଚିହ୍ନା ଲୋକଙ୍କୁ ଦେଇଦେଲେ ନିଜ କାର୍‌

ନିଜ କାର୍‌ରେ ବସି ମଦ ପିଉଥିବା ଜଣେ ଯୁବକ ଶେଷରେ ଜଣେ ଅଚିହ୍ନା ଲୋକଙ୍କୁ ନିଜ କାର୍‌ ଦେଇଦେଇ ମେଟ୍ରୋ ଟ୍ରେନ୍‌ରେ ଘରେ ପହଞ୍ଚିଲେ। ମାତ୍ର ସକାଳେ ନିଶା ଉତୁରିବା ପରେ କାର୍‌ ସହ ଲାପଟପ୍‌, ମୋବାଇଲ ଫୋନ୍‌ ଓ ୧୮ ହଜାର କ୍ୟାସ୍‌ ଗାଏବ ହୋଇ ଯାଇଥିବା ଜାଣିବାକୁ ପାଇଲେ।

Liquor

Representational Image

Niharika Rout
  • Published: Tuesday, 13 June 2023
  • Updated: 13 June 2023, 11:52 AM IST

Sports

Latest News

ନିଶାରେ ଚୁର ମଣିଷ କ’ଣ କରିବସେ ତାହା ସେ ନିଜେ ବି ଜାଣି ପାରେନା। କେତେବେଳେ ନିଜର ସବୁ କିଛି ହରାଇ ବସେ ତ କେତେବେଳେ ଘଟାଏ ଅଜବ କାଣ୍ଡ। ଯେଉଁଥିପାଇଁ ପରେ ପଶ୍ଚାତାପ ବ୍ୟତୀତ ତା’ ହାତରେ ଆଉ କିଛି ନ ଥାଏ। ଏପରି ଏକ ଅଜବ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

ନିଜ କାର୍‌ରେ ବସି ମଦ ପିଉଥିବା ଜଣେ ଯୁବକ ଶେଷରେ ଜଣେ ଅଚିହ୍ନା ଲୋକଙ୍କୁ ନିଜ କାର୍‌ ଦେଇଦେଇ ମେଟ୍ରୋ ଟ୍ରେନ୍‌ରେ ଘରେ ପହଞ୍ଚିଲେ। ମାତ୍ର ସକାଳେ ନିଶା ଉତୁରିବା ପରେ କାର୍‌ ସହ ଲାପଟପ୍‌, ମୋବାଇଲ ଫୋନ୍‌ ଓ ୧୮ ହଜାର କ୍ୟାସ୍‌ ଗାଏବ ହୋଇ ଯାଇଥିବା ଜାଣିବାକୁ ପାଇଲେ। ଏବେ ପୁଲିସ୍‌ର ଦ୍ୱାରସ୍ଥ ହେଲେ ବି କାନମୁଣ୍ଡ ଆଉଁଷିବା ଛଡ଼ା ତାଙ୍କ ପାଖେ ଆଉ କିଛି ବିକଳ୍ପ ନାହିଁ।

ଅମିତ ପ୍ରକାଶ ନାମକ ୩୦ ବର୍ଷୀୟ ଯୁବକ ଦିଲ୍ଲୀରେ ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିବା ବେଳେ ଫ୍ଲାଟ୍‌ ଭଡ଼ା ନେଇ ରହୁଥିଲେ। ଗତ ଶୁକ୍ରବାର ଘରକୁ ଫେରିବା ବାଟରେ ସେ ନିଜ କାର୍‌ରେ ହିଁ ଏକୁଟିଆ ମଦ ପିଇବାକୁ ଲାଗିଲେ। ସେ ଧୀରେ ଧୀରେ ନିଶାଗ୍ରସ୍ତ ହେଉଥିବା ଦେଖି ଜଣେ ଅଚିହ୍ନା ଯୁବକ ତାଙ୍କ ପାର୍ଟିରେ ଯୋଗ ଦେବାକୁ କହିଲେ। ଏହାକୁ ଅମିତ ମନା କରି ପାରିଲେନି। ଫଳରେ ଅଚିହ୍ନା ଯୁବକଜଣକ ତାଙ୍କ କାର୍‌ ଭିତରେ ପ୍ରବେଶ କଲେ ଓ ଉଭୟ ମଦ ପିଇବାକୁ ଲାଗିଲେ। ଏହାପରେ କାର୍‌ ନେଇ ବିଳମ୍ବିତ ରାତିରେ ଦିଲ୍ଲୀର ରାଜରାସ୍ତାରେ ବୁଲିଲେ।

Also Read

କିଛି ବାଟ ଯିବା ପରେ ଅଚିହ୍ନା ବ୍ୟକ୍ତିଜଣକ ଅମିତଙ୍କୁ କାର୍‌ରୁ ଓହ୍ଲାଇବାକୁ କହିଲେ। ଅତ୍ୟଧିକ ନିଶା ହେତୁ ନିଜ ହିତାହିତ ଜ୍ଞାନ ହରାଇ ସାରିଥିବା ଅମିତ ଏହାର କୌଣସି ପ୍ରତିବାଦ କରି ନ ଥିଲେ। ଏହାପରେ ନିଜ କାର୍‌ରୁ ଓହ୍ଲାଇ ଚାଲି ଚାଲି ଯାଇଥିଲେ। କିଛି ବାଟ ଯିବା ପରେ ଅଟୋ ରିକ୍ସାରେ ସେ ଷ୍ଟେଶନକୁ ଯାଇଥିଲେ ଓ ମେଟ୍ରୋ ଟ୍ରେନ୍‌ରେ ନିଜ ଘରେ ପହଞ୍ଚିଥିଲେ।

ହେଲେ ଶନିବାର ନିଶା କମିବା ପରେ ସେ ନିଜ ମୁଣ୍ଡରେ ହାତ ଦେଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ଅମିତଙ୍କ ଗାଡ଼ି ନେଇ ପଳାଇଥିବା ଯୁବକଙ୍କ ସମ୍ପର୍କରେ କିଛି କହି ପାରୁ ନାହାନ୍ତି। ତେଣୁ ପୁଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ କରି କାର୍‌ ଲୁଟେରାଙ୍କ ସନ୍ଧାନ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story