ଘଟଣା ସ୍ଥଳର ଦୃଶ୍ୟ
ସମ୍ପତ୍ତି ଲୋଭରେ ସୈତାନ ପାଲଟିଲା ପୁଅ। ଆଖି ପିଛୁଳାକେ ଉଜାଡ଼ିଦେଲା ସୁଖର ସଂସାର। ରାଗ ମୁଣ୍ଡକୁ ଏମିତି ଚଢ଼ିଲା ଯେ, ନା ସମ୍ପର୍କ ଦେଖିଲା, ନା କାହା କଥା ଶୁଣିଲା। ସିଧା ଆସିଲା କୁରାଢ଼ୀ ଚୋଟରେ ବାପା-ମା, ଭଉଣୀ ଓ ଜେଜେମାଙ୍କୁ ଟିକ ଟିକ କରି ହାଣିପକାଇଲା। ବଂଚାଅ ବଂଚାଅ ବୋଲି ପୂରା ପରିବାର ଚିତ୍କାର କରୁଥିଲା।
ଭିତରୁ କବାଟ ଦେଇ ସମସ୍ତଙ୍କୁ ଚୁପ କରିଦେଲା ଜହ୍ଲାଦ ପୁଅ। ସମ୍ପତ୍ତି ଲୋଭରେ ଏମିତି ଅନ୍ଧ ପାଲଟିଥିଲା ଯେ ଅନ୍ଧାର ରାତିରେ ଘର ଭିତରେ ବୁହାଇଲା ରକ୍ତର ନଦୀ। ଏମିତି ନରହନ୍ତା ପୁଅ ଘଟାଇବାଥିବା ଜଘନ୍ୟ କାଣ୍ଡ ବିଷୟରେ ଶୁଣିଲେ ଆପଣଙ୍କ ଦେହ ଥରିଉଠିବ ଓ ଲୋମଟାଙ୍କୁରି ଉଠିବ। ଘର ଭିତରେ ଗୋଟିଏ ପରେ ଗୋଟିଏ କରି ବିଛାଇଦେଲା ୪-୪ଟି ଲାସ୍।
ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ବହରାଇଚ ଜିଲ୍ଲା ବସନ୍ତପୁର ରୁଦଲ ରାମ ଗାଁରେ ଜଣେ ବ୍ୟକ୍ତି ସଂପତ୍ତି ପାଇଁ ନିଜ ପରିବାରର ୪ ଜଣଙ୍କୁ କୁରାଢିରେ ହାଣି ହତ୍ୟା(Murder) କରିଛି। ରବିବାର ରାତି ପ୍ରାୟ ସାଢେ ୧୨ଟାରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ।
ମୃତକମାନେ ହେଲେ ୬୦ ବର୍ଷୀୟ ବଦଲୁରାମ, ତାଙ୍କ ପତ୍ନୀ ସଞ୍ଜୁ ଦେବୀ, ଝିଅ ପାର୍ବତୀ ଓ ବୁଢୀ ମାଆ ଶୀତଳା ଦେବୀ। ଏମାନେ ସମସ୍ତେ ଶୋଇଥିବା ବେଳେ ସମସ୍ତଙ୍କ ବେକକୁ କୁରାଢିରେ ଚୋଟ ପରେ ଚୋଟ ପକାଇଥିଲା ସାନପୁଅ ନିରଙ୍କାର। ଚିତ୍କାର ଶୁଣି ବଡଭାଇ ଗୁରୁଦେବ ବଂଚାଇବାକୁ ଆସିବାରୁ ତାକୁ ବି ହାଣି ଲହୁଲୁହାଣ କରିଥିଲା ଏହି ଜହ୍ଲାଦ। ଏ ପୂରା ବର୍ବର କାଣ୍ଡକୁ ଆଖି ସାମ୍ନାରେ ଦେଖିଥିଲା ବଡଭାଇଙ୍କ ୧୦ ବର୍ଷର ପୁଅ।
ଜମିବାଡ଼ିକୁ କେନ୍ଦ୍ରକରି ଅନେକ ଦିନରୁ ପରିବାରରେ ବିବାଦ ଲାଗି ରହିଥିଲା। ବଦଲୁରାମ ଜମି ଓ ଗହଣା ବିକି କିଛି ଟଙ୍କା ପାଇଥିଲେ। ଏହି ଟଙ୍କା ଭାଗବଂଟାକୁ ନେଇ ରବିବାର ସନ୍ଧ୍ୟାରେ ବଦଲୁରାମ ଓ ସାନପୁଅ ନିରଙ୍କାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ନିରଙ୍କାର ବାପାଙ୍କୁ ଟଙ୍କା ମାଗୁଥିଲା, କିନ୍ତୁ ବାପା ଟଙ୍କା ଦେବାକୁ ରୋକଠୋକ ମନା କରିଦେଲେ। ବାସ ଏଇଠି ସରିଗଲା କଥା। ସମସ୍ତେ ଖାଇ ପିଇ ଶୋଇବା ପରେ ନିରଙ୍କାର ମଣିଷରୁ ପାଲଟି ଯାଇଥିଲା ସୈତାନ।
ପ୍ରଥମେ ବାପାକୁ ହାଣିଲା, ତା ପରେ ଜଣ ଜଣ କରି ମା’, ଜେଜେମା, ଭଉଣୀକୁ କୁରାଢ଼ୀରେ ହାଣି ଖଣ୍ଡ ଖଣ୍ଡ କରିଦେଲା। ବଡ଼ଭାଇଙ୍କ ଅଭିଯୋଗ ଆଧାରରେ, ପୁଲିସ ଏକ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରିଛି। ସମ୍ପତ୍ତି ପାଇଁ ଘଟିଥିବା ଏ ଜଘନ୍ୟ ହତ୍ୟାକାଣ୍ଡ ପୂରା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/02/up-2026-03-02-17-28-13.jpg)