Advertisment

ପତ୍ନୀକୁ ଦି’ ଖଣ୍ଡ କରି କାଟିଲେ, କଟା ମୃତଦେହକୁ ଗାତରେ ଲୁଚାଇଲେ

ମମତାଜଙ୍କୁ ହତ୍ୟା କରିବା ପରେ ସେ ମୃତଦେହକୁ ଦୁଇ ଖଣ୍ଡ କରି କାଟି ଦେଇଥିଲେ। ଏହାପରେ ଗୋଟିଏ ଗାତରେ ଖଣ୍ଡବିଖଣ୍ଡିତ ମୃତଦେହକୁ ଫୋପାଡ଼ି ଘରକୁ ଚାଲି ଯାଇଥିଲେ।

Wife

Wife

Advertisment

ପୁଣି ଗୋଟିଏ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଡାଇମଣ୍ଡ ହାରବର ରୋଡ ନିକଟରେ ଥିବା ସାରଦା ଗାର୍ଡେନ୍ସ ହ୍ରଦ ପାଖରେ ଥିବା ଗୋଟିଏ ଗାତରୁ ମିଳିଛି ଦି’ ଖଣ୍ଡ ହୋଇ ରହିଥିବା ଜଣେ ୩୮ ବର୍ଷୀୟ ମହିଳାଙ୍କ ମୃତଦେହ। ମହିଳା ଜଣଙ୍କ ହେଲେ ମମତାଜ ବିୱି। ମମତାଜଙ୍କୁ ତାଙ୍କ ସ୍ୱାମୀ ଅଲୀମ ଏସ୍‌କେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। 

Advertisment

ମମତାଜଙ୍କୁ ହତ୍ୟା କରିବା ପରେ ସେ ମୃତଦେହକୁ ଦୁଇ ଖଣ୍ଡ କରି କାଟି ଦେଇଥିଲେ। ଏହାପରେ ଗୋଟିଏ ଗାତରେ ଖଣ୍ଡବିଖଣ୍ଡିତ ମୃତଦେହକୁ ଫୋପାଡ଼ି ଘରକୁ ଚାଲି ଯାଇଥିଲେ। ଗୋଟିଏ ନିର୍ମାଣଧୀନ କୋଠାରେ ସୁପରଭାଇଜର ଭାବେ କାମ କରୁଥିବା ଅଲୀମଙ୍କୁ ପୁଲିସ୍‌ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। 

ପ୍ରତିଦିନ ସନ୍ଧ୍ୟାରେ ଅଲୀମ ଓ ମମତାଜ ଏକାଠି କାମ ସରିବା ପରେ ଘରକୁ ଆସନ୍ତି। ତେବେ ମଙ୍ଗଳବାର ରାତିରେ ଅଲୀମ ଏକାକୀ ଚିତବାଗୀରେ ଥିବା ତାଙ୍କ ଘରକୁ ଆସିଥିଲେ। ମୃତଦେହ ମିଳିଥିବା ସ୍ଥାନ ଠାରୁ ଅମୀଲଙ୍କ ଘର ପ୍ରାୟ ୧.୫ କିମି ଦୂର। ମଙ୍ଗଳବାର ରାତିରେ ସେ ଘରକୁ ଏକା ଆସିବାରୁ ମମତାଜଙ୍କ ପୁଅ ଓ ଝିଅ ମା’ଙ୍କ ବିଷୟରେ ପଚାରିଥିଲେ। ହେଲେ ସେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ।

Advertisment

ଅଲୀମଙ୍କୁ ବାହା ହେବା ପୂର୍ବରୁ ମମତାଜ ଆଉ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ବାହାଘରରୁ ହିଁ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିଲେ। ମମତାଜ ସେମାନଙ୍କ ସହ ଅଲୀମଙ୍କ ଘରେ ରହୁଥିଲେ।

ମମତାଜଙ୍କ ସମ୍ପର୍କରେ ଆଲୀମ କୌଣସି ଉତ୍ତର ନ ଦେବାରୁ ଦୁଇ ପିଲା ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ରାତି ତମାମ ଅଲୀମଙ୍କୁ ଜେରା କରିଥିଲା। ବୁଧବାର ସକାଳୁ ସେ ହିଁ ମମତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏଥିସହ ତାଙ୍କ ଶବକୁ ଲୁଚାଇଥିବା ସ୍ଥାନକୁ ପୁଲିସ୍‌କୁ ମଧ୍ୟ ନେଇଥିଲେ। 

ପୁଲିସ୍‌ କହିଛି ଯେ ଘଟଣା ଦିନ ଅଲୀମ ନିଜ ବାଇକରେ ମମତାଜଙ୍କୁ ଘଟଣାସ୍ଥଳକୁ ନେଇଥିଲେ। ସେଠାରେ ସେ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଦୁଇ ଖଣ୍ଡ କରି ନିକଟରେ ଥିବା ଗାତରେ ଏହାକୁ ଫିଙ୍ଗି ଦେଇଥିଲେ।

ମମତାଜଙ୍କ ପ୍ରେମ ସମ୍ପର୍କ ପରପୁରୁଷଙ୍କ ସହ ଥିବା ସନ୍ଦେହ କରି ଅଲୀମ ଏପରି କରିଥିବା ପୁଲିସ୍‌ ଆଶଙ୍କା କରୁଛି। ତେବେ ଘଟଣାର ତଦନ୍ତ ଶେଷ ହେବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

West Bengal Wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe