Advertisment

Man Hangs 5 Children: ୩ ଝିଅ ଓ ଦୁଇ ପୁଅଙ୍କୁ ଝୁଲା ଦେବା ପରେ ଜୀବନ ହାରିଲେ ବାପା

ଅମରନାଥ ନିଜର ୫ ପିଲାଙ୍କୁ ଧାଡ଼ିରେ ଟ୍ରଙ୍କ ଉପରେ ଛିଡ଼ା ହେବାକୁ କହିଥିଲେ। ସେମାନେ ଛିଡ଼ା ହେବା ପରେ ସମସ୍ତଙ୍କ ବେକରେ ଦଉଡ଼ି ବାନ୍ଧି ଦେଇଥିଲେ। ଏହାପରେ ସମସ୍ତଙ୍କୁ ଟ୍ରଙ୍କରୁ ଡେଇଁବାକୁ କହିଥିଲେ।

Hanged

ଘଟଣା ସ୍ଥଳରେ ଲୋକଙ୍କ ଭିଡ଼

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ନିଜର ୫ ପିଲାଙ୍କୁ ମାରିବାକୁ ଚେଷ୍ଟା କରିଛନ୍ତି ଜନ୍ମ କଲା ବାପା। ସେ ୫ ପିଲାଙ୍କୁ ମାରିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫ ପିଲାଙ୍କୁ ମାରିବାକୁ ଉଦ୍ୟମ କରିବା ପରେ ବାପା ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ବିହାର(Bihar)ର ମୁଜାଫୁରପୁରରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି। 

Advertisment

ଏତେ ବଡ଼ ଘଟଣା ଘଟାଇଥିବା ବ୍ୟକ୍ତି ଜଣଙ୍କ ହେଲେ ୩୫ ବର୍ଷୀୟ ଅମରନାଥ ରାମ। ସେ ନିଜର ୫ ପିଲା- ଅନୁରାଧା କୁମାରୀ(୧୨), ଶିବାନୀ କୁମାରୀ(୧୧), ରାଧିକା କୁମାରୀ(୭), ଶିବମ କୁମାର(୬) ଓ ଚନ୍ଦନ କୁମାର(୫)ଙ୍କ ବେକରେ ଦଉଡ଼ି ବାନ୍ଧି ଝୁଲାଇ ମାରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଝିଅ ପ୍ରାଣ ହରାଇଥିବା ବେଳେ ୨ ପୁଅ ବର୍ତ୍ତି ଯାଇଛନ୍ତି। 

ଅଧିକାରୀମାନେ କହିଛନ୍ତି ଯେ ଅମରନାଥ ନିଜର ୫ ପିଲାଙ୍କୁ ଧାଡ଼ିରେ ଟ୍ରଙ୍କ ଉପରେ ଛିଡ଼ା ହେବାକୁ କହିଥିଲେ। ସେମାନେ ଛିଡ଼ା ହେବା ପରେ ସମସ୍ତଙ୍କ ବେକରେ ଦଉଡ଼ି ବାନ୍ଧି ଦେଇଥିଲେ। ଏହାପରେ ସମସ୍ତଙ୍କୁ ଟ୍ରଙ୍କରୁ ଡେଇଁବାକୁ କହିଥିଲେ। ୩ ଝିଅ ବାପାଙ୍କ କଥାରେ ଡେଇଁ ପଡ଼ିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ୨ ପୁଅ ବାପାଙ୍କ କଥା ନ ଶୁଣିବାରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଅମରନାଥ ନିଜେ ମଧ୍ୟ ସମାନ ଶୈଳୀରେ ଜୀବନ ହାରିଛନ୍ତି।

Advertisment

ଅମରନାଥଙ୍କ ପୁଅ ଶିବମ କହିଛନ୍ତି, “ମୁଁ ଘରେ ମୋ ବାପା ଓ ଭାଇଭଉଣୀଙ୍କ ସହ ରହିଥିଲି। ମୁଁ ଫୋନ ବ୍ୟବହାର କରୁଥିବେ ବେଳେ ମୋ ବାପା ବାଥରୁମ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଆମ ସମସ୍ତଙ୍କୁ ଜଣଙ୍କ ପରେ ଜଣେ ଟାଙ୍ଗି ଦେଇଥିଲେ। ମୁଁ ବେକରେ ଲାଗିଥିବା ଦଉଡ଼ିକୁ ଖୋଲିବାକୁ ସକ୍ଷମ ହେବାରୁ ବର୍ତ୍ତି ଯାଇଛି।” ଏବେ ଅମରନାଥଙ୍କ ଦୁଇ ପୁଅଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି। 

ଗତବର୍ଷ ଅମରନାଥଙ୍କ ପତ୍ନୀ ପ୍ରାଣ ହରାଇଥିଲେ। ସେବେଠାରୁ ସେ ୫ ପିଲାଙ୍କ ସହ ରହୁଥିଲେ ହେଁ ତାଙ୍କ ମାନସିକ ସ୍ଥିତି ଠିକ ନଥିଲା। ଆର୍ଥିକ ଅନଟନ ଯୋଗୁ ସେ ପିଲାମାନଙ୍କ ଦେଖାଶୁଣା ଠିକ ଭାବେ କରିପାରୁ ନଥିଲେ। ଏଥିଯୋଗୁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। କିନ୍ତୁ ହଠାତ୍‌ ସେ କାହିଁକି ଏପରି(Suicide) ପଦକ୍ଷେପ ନେଲେ, ସେକଥା ସ୍ପଷ୍ଟ ଭାବେ ଜଣେପଡ଼ିନି। ସକରା ପୁଲିସ୍‌ ଏନେଇ ଗୋଟିଏ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। 

Suicide Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe