Advertisment

ଗର୍ଲଫ୍ରେଣ୍ଡଙ୍କୁ ରୁମ୍‌ରେ ବନ୍ଦ କରି ଝୁଲିପଡ଼ିଲେ

ପୁଲିସ କହିଛି, ଯୁବତୀ ଜଣଙ୍କ ଏମର୍ଜେନ୍ସୀ କଲ୍ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଯୁବକ ଜଣଙ୍କୁ ଆମେ ଝୁଲନ୍ତା ଅବସ୍ଥାରେ ପାଇଥିଲୁ। ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ବନ୍ଦ କଠୋରୀରୁ ଉଦ୍ଧାର କରିଥିଲୁ।

author-image
Jitendra Garnayak
Navjyoti Talukdar

Navjyoti Talukdar

ଗର୍ଲଫ୍ରେଣ୍ଡଙ୍କୁ ଏକ ରୁମ୍‌ରେ ବନ୍ଦ କରି ଝୁଲି ପଡ଼ିଲେ ଯୁବକ। ଘଟଣାଟି ଘଟିଛି ଆସାମର ଗୌହାଟୀର କହିଲିପାରା ଅଞ୍ଚଳର କଲ୍ୟାଣୀ ନଗରରେ।

Advertisment

ମୃତକଙ୍କ ନାଁ ନବଜ୍ୟୋତି ତାଲୁକଦର। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାଁ ସସ୍ମିତା ଦାସ। ଉଭୟ ବର୍ଷେ ହେଲାଣି ଲିଭ୍‌-ଇନ୍‌ରେ ରହୁଥିଲେ। କିନ୍ତୁ ସବୁବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଝଗଡ଼ା ଓ ଭୁଲ ବୁଝାମଣା ସେମାନଙ୍କ ଜୀବନର ଅଂଶ ହୋଇଯାଇଥିଲା।

ବୁଧବାର ବିଳମ୍ବିତ ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ନବଜ୍ୟୋତି ତାଙ୍କ ଗର୍ଲଫ୍ରେଣ୍ଡ ସସ୍ମିତା ଦାସଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେବା ପରେ ବେକରେ ଫାସ ଲଗାଇ ଝୁଲି ପଡ଼ିଥିଲେ।

Advertisment

ଘଟଣା ସଂପର୍କରେ ସସ୍ମିତା ପୁଲିସକୁ ଫୋନ୍ କରି ଜଣାଇଥିଲେ। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ସେ ତାଙ୍କ ହାତ କାଟି ଦେଇଥିଲେ। ପୁଲିସ ତାଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ନବଜ୍ୟୋତିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପୁଲିସ କହିଛି, ଯୁବତୀ ଜଣଙ୍କ ଏମର୍ଜେନ୍ସୀ କଲ୍ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଯୁବକ ଜଣଙ୍କୁ ଆମେ ଝୁଲନ୍ତା ଅବସ୍ଥାରେ ପାଇଥିଲୁ। ଯୁବତୀ ଜଣଙ୍କ ଏକ ରୁମ୍‌ରେ ବନ୍ଦ ହୋଇଥିଲେ। ତାଙ୍କୁ ଆମେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲୁ। ସେ ଏକ ନ୍ୟୁଜ୍ ଚ୍ୟାନେଲରେ କାମ କରନ୍ତି। ଆମେ ଘଟଣାର ତଦନ୍ତ କରୁଛୁ।

Suicide Live In Relation Live In Partner