Advertisment

ଅତୁଲ ଓ ମାନବଙ୍କ ପରେ ନିଶାନ୍ତ ତ୍ରିପାଠୀ, କିନ୍ତୁ ରହିଛି ଟ୍ୱିଷ୍ଟ

ଅତୁଲ ଓ ମାନବ ନିଜ ନିଜ ପତ୍ନୀଙ୍କ ବିରୋଧରେ ବିଷୋଦାଗାର କରି ଝୁଲି ପଡ଼ିଥିଲେ। ନିଶାନ୍ତ ତ୍ରିପାଠୀଙ୍କ କେସ୍‌ରେ ନୂଆ ଟ୍ୱିଷ୍ଟ ରହିଛି। ସେ ପତ୍ନୀ ଓ ତାଙ୍କ ମାଉସୀଙ୍କ ପାଇଁ ଜୀବନ ହାରିଛନ୍ତି ସତ, କିନ୍ତୁ ସମାନ ସମୟରେ ସେ ତାଙ୍କ ଜୀବନ ସାଥୀଙ୍କୁ କେତେ ଭଲ ପାଉଥିଲେ ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।

Suicide

Suicide

Advertisment

“ଯାହା ସବୁ ଘଟିଲା, ସେଥିପାଇଁ ମୁଁ ତୁମକୁ ଘୃଣା କରିବା କଥା। କିନ୍ତୁ ମୁଁ ସେମିତି କିଛି କରିବି ନାହିଁ। ଏହି ମୁହୂର୍ତ୍ତରେ ମୁଁ ପ୍ରେମକୁ ବାଛିଛି। ମୁଁ ସେତେବେଳେ ତୁମକୁ ଭଲ ପାଉଥିଲି। ମୁଁ ଏବେ ବି ତୁମକୁ ଭଲ ପାଏ। ମୁଁ ତୁମକୁ ଦେଇଥିବା ପ୍ରତିଶ୍ରୁତି ମୁତାବକ, ଏହା କେବେ ହେଲେ ବଦଳିବ ନାହିଁ।” ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏମିତି କିଛି ଲେଖିଛନ୍ତି। ସେ ପତ୍ନୀଙ୍କ ପାଇଁ ଜୀବନ ହାରିଥିଲେ ହେଁ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ଦେଖାଇଛନ୍ତି। ଜୀବନ ହାରିବା ପୂର୍ବରୁ ସେ ନିଜର ସୁଇସାଇଡ ନୋଟକୁ ନିଜ କମ୍ପାନୀର ୱେବସାଇଟରେ ଅପଲୋଡ ବି କରି ଦେଇଛନ୍ତି।

Advertisment

ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିବା ତାଲିକାରେ ଏବେ ୪୧ ବର୍ଷୀୟ ନିଶାନ୍ତ ତ୍ରିପାଠୀଙ୍କ ନାଁ ଯୋଡ଼ି ହୋଇଯାଇଛି। ସେ ମୁମ୍ବାଇର ଗୋଟିଏ ହୋଟେଲ ରୁମରେ ବେକରେ କପଡ଼ା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ସାହାରା ହୋଟେଲର ଗୋଟିଏ ରୁମରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

ଏହି ଘଟଣା ପୁଣିଥରେ ପୁରୁଷମାନଙ୍କୁ ବୈବାହିକ ବିବାଦରୁ ସୁରକ୍ଷା ଦେବା ପାଇଁ ନଥିବା ଆଇନର ବିତର୍କକୁ ତୀବ୍ର କରିଛି। ନିଶାନ୍ତଙ୍କ ପୂର୍ବରୁ ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଅତୁଲ ସୁଭାଷ ଓ ମୁମ୍ବାଇ ଟିସିଏସର ମ୍ୟାନେଜର ଭାବେ କାମ କରୁଥିବା ୨୫ ବର୍ଷୀୟ ମାନବ ଶର୍ମା ତାଙ୍କ ପତ୍ନୀଙ୍କ ପାଇଁ ଜୀବନ ହାରିଥିଲେ। ଜଣଙ୍କ ପରେ ଜଣେ ପୁରୁଷ ବୈବାହିକ ଝଡ଼ ପାଇଁ ଜୀବନ ହାରୁଥିବା ବେଳେ ସେମାନଙ୍କ ପାଇଁ ଆଇନ ପ୍ରଣୟନ କରିବାର ସମୟ ଆସିଯାଇଥିବା କୁହାଯାଉଛି।

Advertisment

ଅତୁଲ ଓ ମାନବ ନିଜ ନିଜ ପତ୍ନୀଙ୍କ ବିରୋଧରେ ବିଷୋଦାଗାର କରି ଝୁଲି ପଡ଼ିଥିଲେ। ନିଶାନ୍ତ ତ୍ରିପାଠୀଙ୍କ କେସ୍‌ରେ ନୂଆ ଟ୍ୱିଷ୍ଟ ରହିଛି। ସେ ପତ୍ନୀ ଓ ତାଙ୍କ ମାଉସୀଙ୍କ ପାଇଁ ଜୀବନ ହାରିଛନ୍ତି ସତ, କିନ୍ତୁ ସମାନ ସମୟରେ ସେ ତାଙ୍କ ଜୀବନ ସାଥୀଙ୍କୁ କେତେ ଭଲ ପାଉଥିଲେ ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।

କ’ଣ ଥିଲା ପୂରା ଘଟଣା?

୩ ଦିନ ତଳେ ନିଶାନ୍ତ ତ୍ରିପାଠୀ ମୁମ୍ବାଇର ସାହାର ହୋଟେଲକୁ ଆସିଥିଲେ। ସେ ନିଜ ନାଁରେ ବୁକିଂ ଥିବା ରୁମକୁ ଯିବା ସହ ‘ଡୁ ନଟ ଡିଷ୍ଟ୍ରବ’ କାବଟରେ ଲଗାଇ ଭିତରୁ ଲକ କରି ଦେଇଥିଲେ। ଏଥିପାଇଁ ହୋଟେଲର କର୍ମଚାରୀମାନେ ମଧ୍ୟ ତାଙ୍କୁ ଡିଷ୍ଟ୍ରବ କରି ନଥିଲେ। ତେବେ ୩ ଦିନ ବିତି ଯାଇଥିବାରୁ କର୍ମଚାରୀମାନେ ବାଧ୍ୟ ହୋଇ ନିଶାନ୍ତଙ୍କୁ ଡାକିଥିଲେ। ହେଲେ ଭିତରୁ କୌଣସି ଜବାବ ନ ମିଳିବାରୁ ସେମାନେ ମାଷ୍ଟର ଚାବି ଦ୍ୱାରା ଏହାକୁ ଖୋଲିଥିଲେ। ରୁମ ଭିତରେ ନିଶାନ୍ତଙ୍କ ଝୁଲନ୍ତା ମୃତଦେହ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ। ସେମାନେ ପୁଲିସକୁ ତୁରନ୍ତ ଖବର ଦେଇଥିଲେ।

ପୁଲିସ୍‌ ନିଶାନ୍ତଙ୍କ ମା’ ନୀଲମ ଚତୁର୍ବେଦୀଙ୍କ ଅଭିଯୋଗରେ ପତ୍ନୀ ଅପୂର୍ବା ପରୀକ୍ଷ ଓ ତାଙ୍କ ମାଉସୀ ପ୍ରାର୍ଥନା ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନୀଲମ ହେଉଛନ୍ତି ଜଣେ ମହିଳା ଅଧିକାର କର୍ମୀ। ପୁଲିସ୍ ତଦନ୍ତ ବେଳେ ନିଶାନ୍ତଙ୍କ କମ୍ପାନୀର ୱେବସାଇଟରୁ ତାଙ୍କ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ନିଶାନ୍ତ ନିଜର ମୃତ୍ୟୁ ପାଇଁ ପତ୍ନୀ ଅପୂର୍ବା ଓ ମାଉସୀ ପ୍ରାର୍ଥନାଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଏଥିସହ ପତ୍ନୀଙ୍କୁ ସେ କେତେ ଭଲ ପାଆନ୍ତି, ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।

ନିଶାନ୍ତଙ୍କ ସୁଇସାଇଡ ନୋଟରେ କ’ଣ ରହିଛି?

ନିଶାନ୍ତ ତ୍ରିପାଠୀ ତାଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ “ତୁମେ ଏହି ଚିଠି ପଢ଼ିବା ବେଳକୁ ମୁଁ ଆଉ ଏ ଦୁନିଆରେ ନଥିବି। ଏହା ମୋର ଶେଷ ମୁହୂର୍ତ୍ତ। ଯାହା ସବୁ ଘଟିଲା, ସେଥିପାଇଁ ମୁଁ ତୁମକୁ ଘୃଣା କରିବା କଥା। କିନ୍ତୁ ମୁଁ ସେମିତି କିଛି କରିବି ନାହିଁ। ଏହି ମୁହୂର୍ତ୍ତରେ ମୁଁ ପ୍ରେମକୁ ବାଛିଛି। ମୁଁ ସେତେବେଳେ ତୁମକୁ ଭଲ ପାଉଥିଲି। ମୁଁ ଏବେ ବି ତୁମକୁ ଭଲ ପାଏ। ମୁଁ ତୁମକୁ ଦେଇଥିବା ପ୍ରତିଶ୍ରୁତି ମୁତାବକ, ଏହା କେବେ ହେଲେ ବଦଳିବ ନାହିଁ। ମୁଁ ଭୋଗୁଥିବା କଷ୍ଟ ମୋ ମା’ ଭଲ ଭାବେ ଜାଣିଛନ୍ତି। ମୋ ମୃତ୍ୟୁ ପାଇଁ ତୁମେ(ପତ୍ନୀ ଅପୂର୍ବା) ଓ ପ୍ରାର୍ଥନା ମାଉସୀ ସଂପୂର୍ଣ୍ଣ ଭାବେ ଦାୟୀ। ତୁମେମାନେ ମୋ ସହ ଅନେକ କିଛି କରିଛ। ଏବେ ମୁଁ ତୁମମାନଙ୍କୁ ନେହୁରା ହେଉଛି ଯେ ମୋ ମା’ ସହ ଲାଗିବ ନାହିଁ। ସେ ଅନେକ କିଛି ସହି ଭାଙ୍ଗି ପଡ଼ିଲେଣି। ତାଙ୍କୁ ଶାନ୍ତିରେ ଶୋକ ପାଳିବାକୁ ଦିଅ।”

୪୧ ବର୍ଷୀୟ ପୁଅର ଶବ ସତ୍କାର କରିବା ପରେ ମା’ ନୀଲମ ସତେ ଜୀବନ୍ତ ଶବ ପାଲଟି ଯାଇଛନ୍ତି। ତଥାପି ସେ ଫେସବୁକରେ ପୁଅ ଉଦ୍ଦେଶ୍ୟରେ ଗୋଟିଏ ଭାବବିହ୍ୱଳପୂର୍ଣ୍ଣ ଲେଖା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ଆଜି ମୋତେ ଗୋଟିଏ ଜୀବନ୍ତ ଶବ ଭଳି ଅନୁଭବ ହେଉଛି। ମୋ ଜୀବନ ଏବେ ସରିଗଲା। ମୋ ପୁଅ ନିଶାନ୍ତ ମୋତେ ଛାଡ଼ି ଚାଲି ଯାଇଛି। ସେ ମୋର ଅନ୍ତିମ ସଂସ୍କାର କରିବା କଥା। କିନ୍ତୁ ମୁଁ ମୋ ପୁଅକୁ ମୁମ୍ବାଇର ଇକୋ-ମୋକ୍ଷରେ ଅନ୍ତିମ ବିଦାୟ ଜଣାଇଛି। ନିଜର ବଡ଼ ଭାଇର ଅନ୍ତିମ ସଂସ୍କାର ମୋ ଝିଅ ପ୍ରାଚୀ କରିଛି। ମୋତେ ଓ ମୋ ଝିଅ ପ୍ରାଚୀକୁ ଏତେ ସାହାସ ଦିଅନ୍ତୁ ଯେ ମୁଁ ଏତେ ବଡ଼ ବିପର୍ଯ୍ୟକୁ ଯେମିତି ସାମ୍ନା କରିପାରିବି। ଆପଣମାନେ ମୋତେ ଜୀବନ୍ତ ଅବସ୍ଥାରେ ଦେଖୁଥିବେ। କିନ୍ତୁ ପ୍ରକୃତ କଥା ହେଲା ମୁଁ ମୃତ।”

ମହିଳା ଅଧିକାର ଓ ଲିଙ୍ଗଗତ ସମାନତା ପାଇଁ ଲଢ଼େଇ କରୁଥିବା ନୀଲମ ନିଜ ଯାତ୍ରା ସମ୍ପର୍କରେ ମଧ୍ୟ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା କଥା ଯେ ଏହି ଲଢ଼େଇ ପାଇଁ ତାଙ୍କୁ ୧୮ ବର୍ଷ ବୟସରେ ଗିରଫ ହେବାକୁ ପଡ଼ିଥିଲା। ନ୍ୟାୟର ଲଢ଼େଇରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ବୋଲି ନୀଲମ କହିଛନ୍ତି।

ସେ କହିଛନ୍ତି, “ଶଖୀ କେନ୍ଦ୍ର ଓ ଅନ୍ୟ ଉପାୟରେ ମୁଁ ୪୬ ହଜାରରୁ ଅଧିକ ମହିଳାଙ୍କୁ ସେମାନଙ୍କ ସମସ୍ୟାରୁ ମୁକୁଳାଇଛି। ୩୭ ହଜାରରୁ ଅଧିକ ମହିଳାଙ୍କୁ ନ୍ୟାୟ ଦେଇଛି। ହଜାର ହଜାର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ନିଯୁକ୍ତି ଓ ଟ୍ରେନିଂ ଦେଇଛି। କିନ୍ତୁ କେବେ ବି କିଛି ପାଇବା ଓ ସମ୍ପତ୍ତି ବୃଦ୍ଧି କରିବାର ଲକ୍ଷ୍ୟ ରଖିନି। ବିନା କୌଣସି ଅଭିଯୋଗରେ ମୁଁ ମୋ ପୁଅ ନିଶାନ୍ତ ଓ ପ୍ରାଚୀକୁ ବଡ଼ କରିଥିଲି। ମୁଁ କେବେ ହେଲେ ଭଗବାନଙ୍କ ଆଗରେ କିଛି ବି ଅଭିଯୋଗ କରିନାହିଁ। ମୋ ପୁଅ ନିଶାନ୍ତ ମୋର ସବୁ କିଛି। ମୋର ଦୁଇ ପିଲା ମୋତେ ବହୁତ ଭଲ ପାଆନ୍ତି। କିନ୍ତୁ ମୋ ପୁଅ ନିଶାନ୍ତ ମୋ ବନ୍ଧୁ, ମୋ ଗାଇଡ ଓ ମୋ ସାହସ ଥିଲା। ସେ ମୋତେ ବଞ୍ଚିବାକୁ ଓ କାମ କରିବାକୁ ଶକ୍ତି ଦେଉଥିଲା।”

ନିଶାନ୍ତ ଗୋଟିଏ ଫିଲ୍ମ ତିଆରି କମ୍ପାନୀ ପାଇଁ କାମ କରୁଥିଲେ। ସେ ଜଣେ ଆନିମେଟର। ଅନେକ ଲୋକଙ୍କ ସହ ମିଶୁଥିଲେ ହେଁ କେବେ ହେଲେ ବି ନିଜ ମନର କଥା କାହାକୁ କହି ନଥିଲେ। ସେ ସବୁ କିଛି ନିଜ ମା’ଙ୍କ ସହ ଶେୟାର କରୁଥିଲେ। ନିଶାନ୍ତ ଏତେ ବଡ଼ ପଦକ୍ଷେପ ନେବେ ବୋଲି ତାଙ୍କୁ ଜାଣିଥିବା ଲୋକମାନେ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି।

ଅତୁଲ ଓ ସୁଭାଷ ବି ହାରିଥିଲେ ଜୀବନ

ମୁମ୍ବାଇ ଘଟଣା ପୂର୍ବରୁ ଫେବୃଆରୀ ୨୪ରେ ମୁମ୍ବାଇ ଟିସିଏସର ମ୍ୟାନେଜର ଭାବେ କାମ କରୁଥିବା ୨୫ ବର୍ଷୀୟ ମାନବ ଶର୍ମା ତାଙ୍କ ପତ୍ନୀଙ୍କ ପାଇଁ ଆତ୍ମହତ୍ୟା କରିଥିଲେ। ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଆଗ୍ରା ସ୍ଥିତ ଘରେ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ।

ଫେବୃଆରୀ ୨୪ ସେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବ ୬ ମିନିଟ ୫୭ ସେକେଣ୍ଡର ଗୋଟିଏ ଭିଡିଓ ରେକର୍ଡିଂ କରିଥିଲେ। ଏଥିରେ ସେ ବାହାଘର କେମିତି ତାଙ୍କ ଜୀବନକୁ ବରବାଦ କରି ଦେଇଛି, ସେକଥା ଉଲ୍ଲେଖ କରିଥିଲେ। ସେ କହିଥିଲେ, “ଦୟା କରି କେହି ପୁରୁଷମାନଙ୍କ ସଂଘର୍ଷ ସମ୍ପର୍କରେ ମୁହଁ ଖୋଲନ୍ତୁ। ସେମାନେ ଅତ୍ୟନ୍ତ ଏକାଟୁଆ ହୋଇଗଲେଣି।” ଡିଫେନ୍ସ କଲୋନୀରେ ରହୁଥିବା ମାନବ ମୁମ୍ବାଇରେ କାମ କରନ୍ତି। ତାଙ୍କ ବାପା ନରେନ୍ଦ୍ର ଶର୍ମା ଜଣେ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ। ମାନବଙ୍କ ବାହାଘର ୨୦୨୪ ଜାନୁଆରୀ ୩୦ରେ ହୋଇଥିଲା। ମାନବଙ୍କ ଆତ୍ମହତ୍ୟାର ଦୁଇ ଦିନ ପରେ ତାଙ୍କ ଫୋନରୁ ଏହି ଭିଡିଓ ମିଳିଥିଲା।

ସେହିପରି ଡିସେମ୍ବର ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଅତୁଲ ସୁଭାଷ ପତ୍ନୀ ଓ ତାଙ୍କ ଘର ଲୋକଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ। ସେ ମଧ୍ୟ ପତ୍ନୀଙ୍କ ତାଙ୍କ ସହ ଘଟାଇ ଚାଲିଥିବା କାଣ୍ଡ ସମ୍ପର୍କରେ ଭିଡିଓ ଓ ଚିଠି ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ।  କିଛି ଦିନ ପରେ ଦିଲ୍ଲୀର ଜଣେ ୪୦ ବର୍ଷୀୟ କାଫେ ମାଲିକ ମଧ୍ୟ ପତ୍ନୀ ଓ ଶାଶୂ ଘର ଲୋକଙ୍କ ନିର୍ଯାତନା ସହି ନ ପାରି ସମାନ ପଦକ୍ଷେପ ନେଇଥିଲେ।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe