Advertisment

ଦୁର୍ଘଟଣା ପରେ କାର୍‌ ଉପରକୁ ଡେଇଁଲେ ଯୁବକ, ଗାଡ଼ି ଚଳାଇବା ବନ୍ଦ କଲେନି ଯୁବତୀ

ଜଣେ ଯୁବକ ଦୁର୍ଘଟଣା ପରେ କାର୍‌କୁ ଉପରୁ ଡେଇଁଛନ୍ତି। ସେ କାର୍‌ର ବନେଟରେ ଲାଖି ରହିଥିବା ବେଳେ ଗାଡ଼ି ଚଳାଉଥିବା ଯୁବତୀ ଆଦୌ ଅଟକି ନଥିଲେ। ବିଚ୍‌ ରାସ୍ତାରେ ସେ ଯୁବକଙ୍କୁ ବନେଟ ଉପରେ ରଖି ଗୋଟିଏ କିମି ଯାଏ ନେଇଯାଇଥିଲେ।

author-image
Hemant Lenka
car accident

car accident

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ। ଜଣେ ଯୁବକ ଦୁର୍ଘଟଣା ପରେ କାର୍‌କୁ ଉପରୁ ଡେଇଁଛନ୍ତି। ସେ କାର୍‌ର ବନେଟରେ ଲାଖି ରହିଥିବା ବେଳେ ଗାଡ଼ି ଚଳାଉଥିବା ଯୁବତୀ ଆଦୌ ଅଟକି ନଥିଲେ। ବିଚ୍‌ ରାସ୍ତାରେ ସେ ଯୁବକଙ୍କୁ ବନେଟ ଉପରେ ରଖି ଗୋଟିଏ କିମି ଯାଏ ନେଇଯାଇଥିଲେ। ବେଙ୍ଗାଲୁରୁ ସିଟି ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ପୁଲିସ କହିଛି ଯେ ଗାଡ଼ି ଚଳାଉଥିବା ଯୁବତୀ ଜଣଙ୍କ ହେଉଛନ୍ତି ପ୍ରିୟଙ୍କା। ସେ ସହରର ଜ୍ଞାନ ଭାରତୀ ନଗର ରାସ୍ତାରେ ଜଣେ ଯୁବକଙ୍କୁ ବନେଟରେ ରଖି ଗୋଟିଏ କିମି ଯାଏ ଘୋଷାଡ଼ି ନେଇଛନ୍ତି। ଯୁବକ ଜଣଙ୍କ ବନେଟରେ ଲାଖି ଗାଡ଼ି ଅଟକାଇବାକୁ କହିଥିଲେ ମଧ୍ୟ ପ୍ରିୟଙ୍କା କିଛି ବି ଶୁଣି ନଥିଲେ। ଅଭିଯୋଗକାରୀ ଦର୍ଶନ କହିଛନ୍ତି ଯେ ପ୍ରିୟଙ୍କାଙ୍କ ଟାଟା ନେକ୍ସନ ପ୍ରଥମେ ତାଙ୍କ ମାରୁତି ସୁଜୁକି ସିଫ୍ଟକୁ ଧକ୍କା ଦେଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

Advertisment

ଏହାପରେ ପ୍ରିୟଙ୍କା ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ଦେଖି ଦର୍ଶନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଦର୍ଶନଙ୍କୁ ଧକ୍କା ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ଗାଡ଼ି ଉପରକୁ ଡେଇଁ ପଡ଼ିଥିଲେ। ଦର୍ଶନ ବନେଟରେ ଲାଖି ଥିବା ବେଳେ ପ୍ରିୟଙ୍କା ସେହିଭଳି ଅବସ୍ଥାରେ ପ୍ରାୟ ଗୋଟିଏ କିମି ଯାଏ ତାଙ୍କୁ ଘୋଷାଡ଼ି ନେଇ ଯାଇଥିଲେ। ଶେଷରେ ରାସ୍ତାରେ ଯାଉଥିବା ଲୋକଙ୍କ ବିରୋଧ ଯୋଗୁ ସେ ଗାଡ଼ି ଅଟକାଇଥିଲେ।

ଏହି ଘଟଣାରେ ପ୍ରିୟଙ୍କା, ଦର୍ଶନଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅନ୍ୟ ୩ ଜଣ ହେଲେ ଯଶବନ୍ତ, ସୁଜନ ଓ ବିନୟ। ପ୍ରିୟଙ୍କାଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିବା ପୁଲିସ୍‌ କହିଛି।

Accident