Advertisment

ପତ୍ନୀଙ୍କ ମୃତଦେହକୁ ୩ ଦିନ ଫ୍ରିଜରେ ରଖିଲେ ସ୍ୱାମୀ, ପୁଲିସ୍‌କୁ ଦେଲେ ଏପରି ଉତ୍ତର

ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ସତ୍କାର ନ କରି ଘରେ ଫ୍ରିଜରେ ରଖିଥିଲେ ସ୍ୱାମୀ। ୩ ଦିନ ପରେ ଘଟଣା ସାମନାକୁ ଆସିବାରୁ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

author-image
Niharika Rout
DeadBody

DeadBody

ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ସତ୍କାର ନ କରି ଘରେ ଫ୍ରିଜରେ ରଖିଥିଲେ ସ୍ୱାମୀ। ୩ ଦିନ ପରେ ଘଟଣା ସାମନାକୁ ଆସିବାରୁ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଅକୁ ଅପେକ୍ଷା କରିଥିବାରୁ ମୃତଦେହକୁ ସତ୍କାର ନ କରି ଫ୍ରିଜରେ ରଖିଥିବା ବ୍ୟକ୍ତିଜଣକ ନିଜ ସଫେଇରେ କହିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ ରିଛି।

Advertisment

ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଘଟିଛି। ମୃତା ମହିଳାଜଣକ ୪୦ ବର୍ଷୀୟା ସୁମିତ୍ରୀ ବୋଲି ଜଣାଯାଇଛି ।

ମହିଳାଙ୍କ ଭାଇ ଅଭୟ ତିୱାରୀ ଗତକାଲି କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଭଉଣୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇନି। ଭିଣୋଇ ଭରତ ମିଶ୍ରା ହିଁ ତାଙ୍କ ଭଉଣୀଙ୍କ ହତ୍ୟାକାରୀ। ପୂର୍ବରୁ ସେ ସବୁବେଳେ ତାଙ୍କୁ ନିର୍ଯାତନା ଦେବା ସହ ମାରପିଟ କରୁଥିଲେ।

Advertisment

 ମହିଳାଙ୍କ ସ୍ୱାମୀ କିନ୍ତୁ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ଜଣ୍ଡିସ୍‌ରେ ପୀଡ଼ିତ ଥିବାରୁ ଗତ ଶୁକ୍ରବାର ତାଙ୍କ ମୃତ୍ୟୁ ହୋଇଯାଇଥିବା ସେ କହିଛନ୍ତି। ଏଥିସହ କହିଛନ୍ତି ପୁଅ ମୁମ୍ବାଇରେ ରହୁଥିବାରୁ ତାକୁ ଅପେକ୍ଷା କରି ମୃତଦେହକୁ ଫ୍ରିଜରେ ରଖିଛି। ପୁଅ ପହଞ୍ଚିଲେ ତା’ ମା’ର ଶବ ସତ୍କାର କରିବ । ମାତ୍ର ତାଙ୍କ କଥାକୁ ପୁଲିସ୍‌ ସହଜେ ଗ୍ରହଣ କରିପାରୁନି।

 ମହିଳାଙ୍କ ଭାଇଙ୍କ କହିବାନୁଯାୟୀ, ଯଦି ତାଙ୍କ ଭଉଣୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି ତେବେ ଭିଣୋଇ ତାଙ୍କ ପରିବାରବର୍ଗ ତଥା ବନ୍ଧୁବାନ୍ଧବଙ୍କୁ କାହିଁକି ଏ କଥା ଲୁଚାଇଛନ୍ତି। ଭିଣୋଇ ଅତ୍ୟଧିକ ମାରପିଟ କରିବାରୁ ଭଉଣୀଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Murder Husband-wife