Advertisment

Uttar Pradesh: ରୟାଲ ଏନଫିଲ୍ଡ କିମ୍ବା ୨ ଲକ୍ଷ ଟଙ୍କା: ବାହାଘରର ଦିନକ ପରେ ପତ୍ନୀଙ୍କୁ ଧକ୍କା ମାରି ଘରୁ ତଡ଼ି ଦେଲେ

ଲୁବନା ଘରେ ପ୍ରବେଶ କରିବା ମାତ୍ରେ ଶାଶୂ ଘର ଲୋକ ତାଙ୍କୁ ଘେରି ଯାଇଥିଲେ। ସେ ଭାବିଥିଲେ ସମସ୍ତେ ତାଙ୍କୁ ସ୍ୱାଗତ କରିବେ। କିନ୍ତୁ ସେମାନେ ରୟାଲ ଏନଫିଲ୍ଡ ପାଇଁ ତୁରନ୍ତ ଟଙ୍କା ମାଗିଥିଲେ।

Imran

ଲୁବନା ଓ ଇମରାନ

Advertisment

ହାତରୁ ଲିଭିନି ମେହେନ୍ଧି। ସରିନି ବାହାଘରର ସେଲିବ୍ରେସନ। ହେଲେ ଘଟିଛି ଅଘଟଣ। ବାହାଘରର ଦିନକ ପରେ ପତ୍ନୀଙ୍କୁ ଘରୁ ଧକ୍କା ମାରି ବାହାର କରି ଦେଇଛନ୍ତି ସ୍ୱାମୀ। ଏଥିରେ ଶାଶୂ ଘର ଲୋକ ମଧ୍ୟ ସାମିଲ ରହିଛନ୍ତି।

Advertisment

ବାହାଘର ବେଳେ ପତ୍ନୀ ରୟାଏ ଏନଫିଲ୍ଡ ବୁଲେଟ କିମ୍ବା ଯୌତକ ବାବଦରେ ୨ ଲକ୍ଷ ଟଙ୍କା ଆଣି ନଥିବାରୁ ତାଙ୍କ ସ୍ୱାମୀ ଜଣଙ୍କ ଏପରି ବ୍ୟବହାର କରିଛନ୍ତି। ବାହାଘରର ୨୪ ଘଣ୍ଟା ମଧ୍ୟରେ ନବବିବାହିତଙ୍କୁ ଘରୁ ଯୌତୁକ ପାଇଁ ତଡ଼ା ଖାଇଛନ୍ତି। ଉତ୍ତର ପ୍ରଦେଶ(Uttar Pradesh)ର କାନପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।

ଉତ୍ତର ପ୍ରଦେଶର କାନୁପର ଅନ୍ତର୍ଗତ ଜୁହି ଅଞ୍ଚଳରେ ରହୁଥିବା ଲୁବନା ଓ ମହମ୍ମଦ ଇମରାନ ନଭେମ୍ବର ୨୯ରେ ବିବାହ କରିଥିଲେ। ମୁସଲିମ ପରମ୍ପରା ଅନୁସାରେ ସେମାନେ ପରସ୍ପରର ଜୀବନ ସାଥୀ ବନିଥିଲେ। ଦିନକ ପରେ ନୂଆ ଜୀବନ ଆରମ୍ଭ କରିବାର ସ୍ୱପ୍ନ ନେଇ ଶାଶୂ ଘରକୁ ଆସିଥିଲେ ଲୁବନା। ବାହାଘରର ଚିହ୍ନ ହେନ୍ନା ମଧ୍ୟ ତାଙ୍କ ହାତରେ ଝଟକୁ ଥିଲା। ହେଲେ ତାଙ୍କୁ ଜଣା ନଥିଲା ଯେ ସେ ଗୋଟିଏ ଘର ନୁହେଁ ବରଂ ନର୍କର କୂଅରେ ପାଦ ଦେଉଛନ୍ତି। 

Advertisment

ଲୁବନା ଘରେ ପ୍ରବେଶ କରିବା ମାତ୍ରେ ଶାଶୂ ଘର ଲୋକ ତାଙ୍କୁ ଘେରି ଯାଇଥିଲେ। ସେ ଭାବିଥିଲେ ସମସ୍ତେ ତାଙ୍କୁ ସ୍ୱାଗତ କରିବେ। କିନ୍ତୁ ସେମାନେ ରୟାଲ ଏନଫିଲ୍ଡ ପାଇଁ ତୁରନ୍ତ ଟଙ୍କା ମାଗିଥିଲେ। ସ୍ୱାମୀ ଇମରାନଙ୍କ ପାଇଁ ଲୁବନା କିଛି ଆଣି ନଥିବା କଥା କହି ସେମାନେ ତାଙ୍କୁ ଗାଳି ଗୁଲଜ କରିଥିଲେ।

ଲୁବନା କହିଛନ୍ତି, “ମୁଁ ଘରକୁ ଆସିବା କ୍ଷଣି ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଯେହେତୁ ମୁଁ ବୁଲେଟ ଆଣି ନାହିଁ, ତେଣୁ ଘରକୁ ଯାଇ ୨ ଲକ୍ଷ ଟଙ୍କା ତୁରନ୍ତ ଆଣିବାକୁ ସେମାନେ କହିଥିଲେ। ସେମାନେ ମୁଁ ପିନ୍ଧିଥିବା ଗହଣା ନେଇ ଯିବା ସହ ମୋତେ ଘର ଲୋକ ଦେଇଥିବା ଟଙ୍କା ଛଡ଼ାଇ ନେଇଥିଲେ। ସେମାନେ ମୋତେ ମାଡ଼ ମାରିଥିଲେ ଓ ଧକ୍କା ମାରି ଘରୁ ବାହାର କରିଦେଇଛନ୍ତି। ବୁଲେଟ କିମ୍ବା ୨ ଲକ୍ଷ ଟଙ୍କା ଧରି ଆସିବାକୁ ସେମାନେ କହିଛନ୍ତି।” 

ଝିଅ ସନ୍ଧ୍ୟା ବେଳେ ଘରକୁ ଫେରିବା କଥାକୁ ମନେ ପକାଇ ଲୁବନାଙ୍କ ମା’ ମହେତାବ କହିଛନ୍ତି, “ସନ୍ଧ୍ୟା ପ୍ରାୟ ୭.୩୦ରେ ଲୁବନା ଘର ପାଖରେ ପହଞ୍ଚିଥିଲେ। ହଠାତ୍‌ ଆସିବାର କଥା ପଚାରିବାରୁ ସେମାନେ କାନ୍ଦିଥିଲା ଓ ପୂରା ଘଟଣା ସମ୍ପର୍କରେ କହିଥିଲା।”

ପରିବାର ଲୋକଙ୍କ କହିବା କଥା ଯେ ଝିଅର ବାହାଘର ପାଇଁ ସେମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ବାହାଘର ବେଳେ ଇମରାନଙ୍କୁ ଲୁବନାଙ୍କ ପରିବାର ପକ୍ଷରୁ ଗୋଟିଏ ସୋଫା ସେଟ, ଟିଭି, ୱାଶିଂମେସିନ, ଡ୍ରେସିଂ ଟେବୁଲ, ୱାଟର କୁଲ, ଡିନର ସେଟ, ଡ୍ରେସ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ଦେଇଥିଲେ। ବାହାଘର ପୂର୍ବରୁ ଇମରାନଙ୍କ ପରିବାର ଲୋକ ବାଇକ କଥା କହି ନଥିଲେ ବୋଲି ଲୁବନାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। 

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe