Advertisment

ପୁତୁରା ସାଜିଲା ପିଶାଚ; ଦାଦାକୁ ହାଣି ପିସ୍‌ ପିସ୍‌ କରିଦେଲା

ଧାର ଟଙ୍କା ମାଗିବାରୁ ପୁତୁରା ସାଜିଲା ପିଶାଚ। ନିଜ ଦାଦାର ମୁଣ୍ଡକୁ ଶରୀରରୁ ଅଲଗା କରିଦେବା ସହ ଶରୀରକୁ ହାଣି ୬ ଖଣ୍ଡ କରି ଦେଲା ।

Murder

Murder

Advertisment

ଧାର ଟଙ୍କା ମାଗିବାରୁ ପୁତୁରା ସାଜିଲା ପିଶାଚ। ନିଜ ଦାଦାର ମୁଣ୍ଡକୁ ଶରୀରରୁ ଅଲଗା କରିଦେବା ସହ ଶରୀରକୁ ହାଣି ୬ ଖଣ୍ଡ କରି ଦେଲା । ଏପରି ଏକ ବୀଭତ୍ସ ହତ୍ୟାକାଣ୍ଡ ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଛି।

Advertisment

ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଜଣେ ୪୫ ବର୍ଷ ବୟସ୍କ ବ୍ୟବସାୟୀ ବିବେକ ଶର୍ମାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି ତାଙ୍କ ପୁତୁରା ମୋହିତ।ମୋହିତ ନିଜ ଦାଦାଙ୍କଠାରୁ ନବେ ହଜାର ଟଙ୍କା ଧାର ନେଇଥିବା ବେଳେ ଆଉ ଧରାଛୁଆଁ ଦେଉ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସେ ତାଙ୍କୁ ପିସ୍‌ ପିସ୍‌ କରି ଦେଇଥିବା ଜଣାଯାଇଛି।

ବିବେକ ଶର୍ମାଙ୍କ ମୃତଦେହକୁ ପିସ୍‌ ପିସ୍‌ କରି ମୋହିତ ପଲିଥିନରେ ପ୍ୟାକ୍‌ କରି ଗୋପିକ୍ରିଷ୍ଣ ସାଗର ଡ୍ୟାମ ନିକଟରେ ଫୋପାଡ଼ିଥିବା ବେଳେ ତାହାକୁ ଉଦ୍ଧାର କରିଛି ପୁଲିସ୍ । ତାଙ୍କ ବାଇକ୍‌ ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। 

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ବିବେକ ଗତ ୧୨ ତାରିଖରେ ୯୦ ହଜାର ଟଙ୍କା ଲୋନ୍‌ ଟଙ୍କା ଆଦାୟ କରିବାକୁ ମୋହିତଙ୍କ ନିକଟକୁ ବାହାରିଥିଲେ। ମାତ୍ର ସେଠାରେ ଉଭୟ ଦାଦା- ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ମୋହିତ ନିଜ ଦାଦା ବିବେକଙ୍କ ଚା’ରେ କିଛି ନିଶା ଦ୍ରବ୍ୟ ମିଶାଇ ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ।

ଘଟଣାସ୍ଥଳରେ ମୋହିତ ଓ ତାଙ୍କ ଭଉଣୀ ଉପସ୍ଥିତ ଥିଲେ। ସେଠାରେ ମୋହିତ ନିଜ ଦାଦାଙ୍କୁ ଏକ ଛୁରୀ ସାହାଯ୍ୟରେ କାଟି ୬ ପିସ୍‌ କରି ପଲିଥିନରେ ଭର୍ତ୍ତି କରି ଦେଇଥିଲେ। ସେଥିରୁ ୩ ଖଣ୍ଡକୁ ସେ ନିକଟସ୍ଥ ଗୋପିକ୍ରିଷ୍ଣ ଡ୍ୟାମ ନିକଟରେ ପୋତି ଦେଇଥିଲେ।

ବିବେକ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଏ ନେଇ ଏକ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ଗୁଡ଼ାଇତୁଡ଼ାଇ ପଚାରିବା ପରେ ମୋହିତ ସବୁ ସତ କଥା ମାନି ଯାଇଥିଲେ।  ଏହାପରେ ବିବେକଙ୍କ ମୃତଦେହ ପୋତିଥିବା ସ୍ଥାନ ପୁଲିସ୍‌କୁ ଦେଖାଇଥିଲେ। ପୁଲିସ୍‌ ମୋହିତଙ୍କ ଶରୀର ଓ ମୁଣ୍ଡକୁ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ଏହି ଘଟଣାରେ ପୁଲିସ୍‌ ମୋହିତଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Murder Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe