Advertisment

ଜଳନ୍ତା କାର୍‌ରୁ ମିଳିଥିଲା ଯୁବକଙ୍କ ମୃତଦେହ, ପ୍ରେମିକା ସହ ମା’ଙ୍କୁ ବାନ୍ଧିଲା ପୁଲିସ୍‌

ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କ ପ୍ରେମିକାଙ୍କ ସମେତ ତାଙ୍କ ମା’, ବାପା ଏପରି ଷଡଯନ୍ତ୍ର ରଚିଥିଲେ । ପୁଲିସ୍‌ ଅଭିଯୁକ୍ତା ପ୍ରେମିକାଙ୍କ ସମେତ ତାଙ୍କ ମା’ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବାପା ଫେରାର ହୋଇ ଯାଇଛନ୍ତି।

Burnt Car

Burnt Car

Advertisment

ଗତ ସୋମବାର ଉତ୍ତରପ୍ରଦେଶର ମଥୁରା ରାସ୍ତା କଡ଼ରୁ ଏକ ଜଳନ୍ତା କାର୍‌ ଉଦ୍ଧାର କରାଯାଇଥିଲା। ଉକ୍ତ କାର୍‌ରେ ଥିବା ଯୁବକଜଣକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏହା ଉପରୁ ପରଦା ହଟାଇଛି ସ୍ଥାନୀୟ ପୁଲିସ୍‌।

Advertisment

ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କ ପ୍ରେମିକାଙ୍କ ସମେତ ତାଙ୍କ ମା’, ବାପା ଏପରି ଷଡଯନ୍ତ୍ର ରଚିଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତା ପ୍ରେମିକାଙ୍କ ସମେତ ତାଙ୍କ ମା’ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବାପା ଫେରାର ହୋଇ ଯାଇଛନ୍ତି।

ମୃତକ ଯୁବକଙ୍କ ନାମ ପୁଷ୍ପେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି। ସେ ଆଗ୍ରାରେ ଟ୍ରାନ୍ସପୋର୍ଟ ବେପାର କରୁଥିଲେ। ପୁଷ୍ପେନ୍ଦ୍ରଙ୍କୁ ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ପ୍ରେମିକା ୨୦ ବର୍ଷୀୟା ଡଲି ଓ ତାଙ୍କ ମା’ ଭୁରୀ ଦେବୀଙ୍କୁ ବାନ୍ଧିଛି। ଡଲିଙ୍କ ପିତା ଅବଧେଶ ଯାଦବ ଫେରାର ହୋଇ ଯାଇଛନ୍ତି।

Advertisment

ପୁଷ୍ପେନ୍ଦ୍ର ଓ ଡଲିଙ୍କ ସମ୍ପର୍କକୁ ନେଇ ଅବଧେଶ ଯାଦବଙ୍କ ପରିବାର ଖୁସି ନ ଥିଲେ। ସେମାନେ ପୁଷ୍ପେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କଲେ। ଏହାପରେ ସେମାନେ ଡଲି ଜରିଆରେ ପୁଷ୍ପେନ୍ଦ୍ରଙ୍କୁ ଘରକୁ ଡାକିଲେ ଓ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା। ଏହାପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଏକ କାର୍‌ରେ ମୃତଦେହକୁ ରଖି ତାହାକୁ ଦୂରକୁ ନେଇ ଜାଳିଦେଇଥିଲେ ।

ପୁଲିସ୍‌ ସୂଚନା ଅନୁଯାୟୀ, ଡଲିଙ୍କ ପିତା ଅବଧେଶ ମଥୁରାସ୍ଥିତ ଏକ କୁଖ୍ୟାତ ଗ୍ୟାଙ୍ଗର ସଦସ୍ୟ। ସେ ଅପହରଣ, ବଟି ଅସୁଲି, ହତ୍ୟା ପରି ବହୁ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି। ଅବଧେଶ, ତାଙ୍କ ବଡ଼ ଭାଇ ତଥା ଅନ୍ୟ କିଛି ସମ୍ପର୍କୀୟ ବି ଏହି ହତ୍ୟା ମାମଲାରେ ସାମିଲ ଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇ ପୁଲିସ୍‌ ଖାନତଲାସୀ ଆରମ୍ଭ କରିଥିବା କହିଛି।

Murder Uttar Pradesh Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe