Advertisment

ପଡ଼ୋଶୀଙ୍କ ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ପଡ଼ୋଶୀଙ୍କ ପୋଷା କୁକୁରକୁ ଜଣେ ୬୨ ବର୍ଷୀୟ ବ୍ୟକ୍ତି ‘କୁକୁର’ ବୋଲି କହିବା ମହଙ୍ଗା ପଡ଼ିଛି। ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି।

Dog

Dog

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ପଡ଼ୋଶୀଙ୍କ ପୋଷା କୁକୁରକୁ ଜଣେ ୬୨ ବର୍ଷୀୟ ବ୍ୟକ୍ତି ‘କୁକୁର’ ବୋଲି କହିବା ମହଙ୍ଗା ପଡ଼ିଛି। ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାମିଲନାଡୁର ଡିନଡିଗୁଲ ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ କହିଛି ଯେ ନର୍ମଳା ଫତିମା ରାଣୀ ଓ ତାଙ୍କର ଦୁଇ ପୁଅ ଡାନିଏଲ ଓ ଭିନସେଣ୍ଟ ପୂରା ଘଟଣା ପଛରେ ରହିଛନ୍ତି।

Advertisment

ସେମାନେ ଅନେକ ଥର ପଡ଼ୋଶୀ ଭାବେ ରହୁଥିବା ରାୟାପ୍ପନ, ତାଙ୍କ ସମ୍ପର୍କୀୟ ଓ ଅନ୍ୟ ପଡ଼ୋଶୀମାନଙ୍କ ସହ ପୋଷା କୁକୁରକୁ କୁକୁର ଡାକିବା ଘଟଣାକୁ ନେଇ ପାଟିତୁଣ୍ଡ କରୁଥିଲେ। ନିର୍ମଳା ଓ ତାଙ୍କ ଦୁଇ ପୁଅ ଗୋଟିଏ କୁକର ରଖିଥିଲେ। ହେଲେ ଉକ୍ତ ପୋଷା କୁକୁରକୁ ସେମାନେ ଏତେ ଭଲ ପାଉଥିଲେ ଯେ ତା’କୁ ଯିଏ କୁକୁର କହୁଥିଲା, ସେମାନେ ଏହାକୁ ସହି ପାରୁ ନଥିଲେ। ହେଲେ କୁକୁରଟିକୁ ସେମାନେ ଆଦୌ ଶିଙ୍କୁଳିରେ ବାନ୍ଧି ରଖୁ ନଥିଲେ। ଏହାକୁ ରାୟାପ୍ପନ ବିରୋଧ କରିବା ସହ କୁକୁରକୁ ବାନ୍ଧିବାକୁ ପରାମର୍ଶ ଦେଇ ଚାଲିଥିଲେ।

ତେବେ ଗୁରୁବାର ସ୍ଥିତି ପୂରା ବିଗିଡ଼ି ଯାଇଥିଲା। ରାୟାପ୍ପନ ତାଙ୍କ ନାତି କେଲଭିନଙ୍କୁ ଫାର୍ମରେ ଚାଲିଥିବା ପାଣି ପମ୍ପକୁ ବନ୍ଦ କରିବାକୁ କହିଥିଲେ। ନର୍ମଳାଙ୍କ ପୋଷା କୁକୁର ଫାର୍ମ ନିକଟରେ ବୁଲୁ ଥିବା ଆଶଙ୍କା କରି ସେ ତାଙ୍କ ନାତି କେଲଭିନଙ୍କୁ ବାଡ଼ି ନେଇ ଯିବାକୁ କହିଥିଲେ। 

Advertisment

ସେ ବାରମ୍ବାର ନିର୍ମଳାଙ୍କ ପୋଷା କୁକୁରକୁ କେବଳ କୁକୁର କହୁଥିବାରୁ ଏକଥା ଡାନିଏଲ ଶୁଣି ନେଇଥିଲେ। ଏହା ତାଙ୍କୁ  ଅତ୍ୟନ୍ତ କ୍ରୋଧିତ କରିଥିଲା। ସେ ତୁରନ୍ତ ରାୟାପ୍ପନଙ୍କ ପାଖରେ ପହଞ୍ଚିଥିଲେ ଓ ପୋଷା କୁକୁରକୁ ନାଁ ଧରି ନ ଡାକି କାହିଁକି କୁକୁର ବୋଲି କହୁଛ ବୋଲି ପ୍ରଶ୍ନ କରି ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ ଭିତରେ ସେ ରାୟାପ୍ପନଙ୍କ ଛାତିକୁ ଗୋଟିଏ ମୁଥ ମାରିଥିଲେ। ଫଳରେ ସେ ତଳେ ପଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ ରାୟାପ୍ପନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲା ରୁଜୁର ଦିନକ ପରେ ପୁଲିସ୍‌ ନିର୍ମଳା ଓ ତାଙ୍କର ଦୁଇ ପୁଅଙ୍କୁ ଗିରଫ କରିଛି।

Killers Pet Dog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe