Advertisment

ପତ୍ନୀଙ୍କ ସହ ଦୁଷ୍କର୍ମ କଲା ସାଙ୍ଗ, ହାତୁଡ଼ିରେ ମୁଣ୍ଡକୁ ଛେଚିଦେଲା ସ୍ୱାମୀ

ସାଙ୍ଗ ସାଜିଲେ ସଇତାନ । ବନ୍ଧୁ ପତ୍ନୀଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି। ବନ୍ଧୁଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀଙ୍କ ସହ କଲେ ଦୁଷ୍କର୍ମ ।

Arrest

Arrest

Advertisment

ସାଙ୍ଗ ସାଜିଲେ ସଇତାନ । ବନ୍ଧୁ ପତ୍ନୀଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି। ବନ୍ଧୁଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀଙ୍କ ସହ କଲେ ଦୁଷ୍କର୍ମ । ବାରମ୍ବାର ଘଟିଚାଲିଲା ଏପରି ଘଟଣା। ଶେଷରେ ଏନେଇ ଖବର ପାଇବା ପରେ ପୀଡ଼ିତାଙ୍କ ସ୍ୱାମୀ ନିଜ ସାଙ୍ଗଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚି ହତ୍ୟା କରିଛନ୍ତି। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ବଦଲାପୁର ଜିଲ୍ଲାରେ ଘଟିଛି।

Advertisment

ବଦଲାପୁରର ଜଣେ ବ୍ୟକ୍ତି ଓ ସୁଶାନ୍ତ ଖୁବ ଭଲ ସାଙ୍ଗ ଥିଲେ। ସୁଯୋଗ ପାଇ ସୁଶାନ୍ତ ନିଜ ବନ୍ଧୁଙ୍କ ପତ୍ନୀଙ୍କୁ ବାରମ୍ବାର ଦୁଷ୍କର୍ମ କଲେ। ପୀଡ଼ିତା ଏହାର ବିରୋଧ କରିବାରୁ ସେ ତାଙ୍କୁ ହତ୍ୟା କରିବାର ଧମକ ଦେଲେ। ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଏଥିରେ ଅତିଷ୍ଠ ପୀଡ଼ିତା ଏନେଇ ନିଜ ସ୍ୱାମୀଙ୍କୁ ଜଣାଇଥିଲେ।

ଏହାପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ପୀଡ଼ିତାଙ୍କ ସ୍ୱାମୀ ଯୋଜନା ମୁତାବକ ଗତ ୧୦ ତାରିଖରେ ସୁଶାନ୍ତଙ୍କୁ ନିଜ ଘରକୁ ଡାକିଲେ। ସେଠାରେ ସେ ନିଜ ସାଙ୍ଗଙ୍କୁ ପ୍ରବଳ ମଦ ପିଆଇଲେ। ଏହାପରେ ଏକ ହାତୁଡ଼ିରେ ମୁଣ୍ଡକୁ ଛେଚି ତାଙ୍କ ହତ୍ୟା କଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚିବା ପରେ ବାଥରୁମ୍‌ରେ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ପୀଡ଼ିତାଙ୍କ ସ୍ୱାମୀ କହିଥିଲେ। ମାତ୍ର ବ୍ୟବଚ୍ଛେଦ ରିପୋର୍ଟରେ ସବୁ ସତ ସାମନାକୁ ଆସିଛି।

ପୁଲିସ୍‌ ପୀଡ଼ିତାଙ୍କ ସ୍ୱାମୀଙ୍କୁ ବାନ୍ଧିଥିବା ବେଳେ ସେ ସବୁ କଥା ମାନି ଯାଇଥିଲେ ଓ ସେ ହିଁ ଏହି ହତ୍ୟା କରିଥିବା ପୁଲିସ୍‌କୁ କହିଥିଲେ। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Murder Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe