Advertisment

ପିଶାଚ ସ୍ୱାମୀର ବର୍ବର କାଣ୍ଡ; ପତ୍ନୀର ଖଣ୍ଡ ଖଣ୍ଡ ମୃତଦେହ ପାଣି ଟାଙ୍କିରୁ ଉଦ୍ଧାର

ନକଲି ନୋଟ କାରବାର ଘଟଣାରେ ପୱନ ଠାକୁର ସମ୍ପୃକ୍ତ ଥିବା ଜାଣି ପୁଲିସ୍‌ ତାଙ୍କ ଘରେ ପହଞ୍ଚିଥିଲା। ଘରେ ଖାନତଲାସୀ ବେଳେ ପୁଲିସ୍‌ ଯାହା ଦେଖିଲା ତାଜୁବ ହୋଇଗଲା।

author-image
Niharika Rout
Holding Hands

Holding Hands

ସନ୍ଦେହରୁ ଉଜୁଡ଼ିଗଲା ସଂସାର । ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବା ସ୍ୱାମୀ ଶେଷରେ ତାଙ୍କ ଜୀବନ ନେବାକୁ ପଛାଇଲେ ନାହିଁ। ଏପରିକି ରାଗ ଶାନ୍ତ ନ ହେବାରୁ ପତ୍ନୀଙ୍କୁ ହତ୍ୟା କରି ୬ ଖଣ୍ଡ କରି ଛାତ ଉପରେ ଥିବା ପାଣି ଟାଙ୍କିରେ ପକାଇଥିଲେ। ପ୍ରାୟ ୨ ମାସ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ନକଲି ନୋଟ କାରବାରର ତଦନ୍ତ କରୁଥିବା ପୁଲିସ୍‌ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ସ୍ୱାମୀକୁ ଗିରଫ କରିଛି। ଏପରି ନାରକୀୟ ଘଟଣା ଛତିଶଗଡ଼ର ବିଳାସପୁରେ ଘଟିଛି।

Advertisment

ମୃତା ମହିଳାଙ୍କ ନାମ ସୀତା ସାହୁ ହୋଇଥିବାବେଳେ ଅଭିଯୁକ୍ତ ପୱନ ଠାକୁର ବୋଲି ଜଣାପଡିଛି। ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ନକଲି ନୋଟ କାରବାର ଘଟଣାରେ ପୱନ ଠାକୁର ସମ୍ପୃକ୍ତ ଥିବା ଜାଣି ପୁଲିସ୍‌ ତାଙ୍କ ଘରେ ପହଞ୍ଚିଥିଲା। ଘରେ ଖାନତଲାସୀ ବେଳେ ନକଲି ନୋଟ ବିଡ଼ା ସହ ନୋଟ ଗଣା ମେଶିନ ବି ଜବତ ହୋଇଥିଲା। ଏହାପରେ ପୁଲିସ୍‌ ଅଭିଯୁକ୍ତଙ୍କ ଘର ଛାତ ଉପରକୁ ଯାଇଥିବା ବେଳେ ସେଠାରେ ଯାହା ଦେଖିଲା ତାଜୁବ ହୋଇଗଲା।

Advertisment

ପବନଙ୍କ ଘରର ପାଣି ଟାଙ୍କିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ଟାଙ୍କି ଖୋଲିବାରୁ ସେଥିରେ ଏକ ମୃତଦେହ ଖଣ୍ଡ ଖଣ୍ଡ ହୋଇ ଭାସୁଥିବା ବେଳେ ତାହା ଫୁଲି ଅବସ୍ଥା ନ ଥିବା ପୁଲିସ୍‌ ଦେଖିବାକୁ ପାଇଲା। ମୃତଦେହ କାହାର ବୋଲି ପୁଲିସ ପଚାରିବାରୁ ତାହା ପତ୍ନୀ ସୀତା ସାହୁଙ୍କର ବୋଲି ପବନ କହିବା ସହ ସେ ହିଁ ହତ୍ୟାକାରୀ ବୋଲି ସ୍ୱୀକାର କରିଥିଲେ।

ଅଭିଯୁକ୍ତଙ୍କ କହିବାନୁଯାୟୀ, ସୀତାଙ୍କୁ ସେ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ। ଉଭୟଙ୍କର ଏକ ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି। ମାତ୍ର ସୀତାଙ୍କ ଚରିତ୍ର ଉପରେ ତାଙ୍କର ସନ୍ଦେହ ହେଉଥିଲା। ଏପରିକି ସେ ପରକ୍ରିୟା ପ୍ରୀତିରେ ମାତିଥିବା ପବନ ସବୁବେଳେ ଭାବୁଥିଲେ। ଏଥରେ ଅତିଷ୍ଠ ହୋଇ ଗତ ୧ ଜାନୁୟାରୀରେ ସେ ପତ୍ନୀଙ୍କୁ ହତ୍ୟା କରିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିଲେ।

ଏହାପରେ ଧରା ପଡ଼ିଯିବା ଭୟରେ ପତ୍ନୀଙ୍କ ଶରୀରକୁ କାଟି ପାଣିରେ ପକାଇଥିବା ବେଳେ ପିଲାମାନଙ୍କୁ ସେ ନିଜ ଗାଁରେ ଛାଡ଼ି ଦେଇଥିବା କହିଛନ୍ତି।

ପୁଲିସ୍‌ ପାଣିରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇତିବା ବେଳେ ପବନଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ଓ ନିକ୍କି ଯାଦବ ନାମ୍ନୀ ୨ ଯୁବତୀଙ୍କୁ ସେମାନଙ୍କ ପାର୍ଟନର ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Murder Betrayal In Love Betrayed Beloved Family Dispute