Advertisment

Murder: ହୋମୱର୍କ ପାଇଁ ଝିଅକୁ ମାରି ଦେଲେ ବାପା, ଆଉ ତା’ପରେ...

୪ ବର୍ଷର ଝିଅ ୫୦ ଯାଏ ସଂଖ୍ୟା ଲେଖିବାରେ ବିଫଳ ହେବାରୁ ତାଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି ବାପା। ଫରିଦାବାଦରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି।

Daughter

ଏଆଇ ଫଟୋ

Advertisment

ଘରେ ଆରମ୍ଭ ହୋଇଥିବା ନିୟମିତ ପାଠପଢ଼ା ଶେଷରେ ଭୟଙ୍କର ରୂପ ନେଇଛି। ବାପାର ମାଡ଼ରେ ଚାଲି ଯାଇଛି କୁନି ଝିଅର ଜୀବନ। ୪ ବର୍ଷର ଝିଅ ୫୦ ଯାଏ ସଂଖ୍ୟା ଲେଖିବାରେ ବିଫଳ ହେବାରୁ ତାଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା(Murder) କରିଛନ୍ତି ବାପା। ଫରିଦାବାଦରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। 

Advertisment

ଅଭିଯୁକ୍ତ ଜଣଙ୍କ ହେଲେ ୩୧ ବର୍ଷୀୟ କୃଷ୍ଣ ଜୈସୱାଲ। ସେକ୍ଟର ୫୮ ସ୍ଥିତ ପୁଲିସ୍‌ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ପୁଲିସ ତାଙ୍କୁ ଗିରଫ କରିବା ପରେ ସହରର ଗୋଟିଏ କୋର୍ଟରେ ହାଜର କରିଥିଲା। କୋର୍ଟ ପକ୍ଷରୁ କୃଷ୍ଣଙ୍କୁ ଦିନିକିଆ ରିମାଣ୍ଡରେ ପଠାଇ ଦିଆଯାଇଛି।

ଜୈସୱାଲ ହେଉଛନ୍ତି ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲା ଅନ୍ତର୍ଗତ ଖେରାଟିୟା ଗାଁର ମୂଳବାସିନ୍ଦା। ଫରିଦାବାଦରେ ସେ ନିଜ ପରିବାର ଲୋକଙ୍କ ସହ ଭଡ଼ା ଘରେ ରହୁଥିଲେ। ପୁଲିସ୍‌ର କହିବା କଥା ଯେ ଉଭୟ ଜୈସୱାଲ ଓ ତାଙ୍କ ପତ୍ନୀ ଘରୋଇ କମ୍ପାନୀରେ କାମ କରନ୍ତି। ଦିନ ବେଳା ପତ୍ନୀ କାମକୁ ଯାଉଥିବା ବେଳେ ଜୈସୱାଲ ଘରେ ରହି ଝିଅ କଥା ବୁଝିବା ସହ ତା’କୁ ପାଠ ପଢ଼ାନ୍ତି।

Advertisment

ଜାନୁଆରୀ ୨୧ରେ ଜୈସୱାଲ ଝିଅକୁ ପାଠ ପଢ଼ାଉଥିବା ବେଳେ ୧ରୁ ୫୦ ଯାଏ ଲେଖିବାକୁ କହିଥିଲେ। ହେଲେ ସେ ଏହାକୁ ସଂପୂର୍ଣ୍ଣ ଭାବେ ଲେଖିବାକୁ ସକ୍ଷମ ନ ହେବାରୁ ଜୈସୱାଲ ପୂରା ରାଗି ଯାଇଥିଲେ। ସେ ରାଗରେ ନିଜ ଜନ୍ମ କଲା ଝିଅକୁ ପ୍ରବଳ ପିଟିଥିଲେ। ମାଡ଼ ଅଥାନରେ ବାଜି ଯିବାରୁ ଝିଅର ମୃତ୍ୟୁ ହୋଇ ଯାଇଥିଲା। 

ସନ୍ଧ୍ୟା ସମୟରେ ଜୈସୱାଲଙ୍କ ପତ୍ନୀ ଘରକୁ ଫେରିବା ପରେ ଝିଅର ମୃତଦେହ ଦେଖି ପୂରା ସ୍ତବ୍ଧ ହୋଇ ଯାଇଥିଲେ। ସେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏଥିସହ ଜୈସୱାଲଙ୍କୁ ରିମାଣ୍ଡରେ ଆଣି ଘଟଣାର ଅଧିକ ତଦନ୍ତ କରୁଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe