Advertisment

ଆଶା ପୂରଣ ହେବାରୁ ଛେଳି ବଳି ଦେଲେ, କିନ୍ତୁ ଛେଳିର ଆଖି ଖାଇ ପ୍ରାଣ ହରାଇଲେ

ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)।

author-image
Jitendra Garnayak
Goat

Goat

ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)। ଆଶା ପୂରଣ ହେବାରୁ ଗତ ରବିବାର ସେ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଖୋପାଧାମ। ସେଠାରେ ପୂଜାର୍ଚ୍ଚନା ପରେ ଛେଳିଟିଏ ବଳି ଦିଆଯାଇଥିଲା।

Advertisment

ଛେଳି ବଳି ଦିଆଯିବା ପରେ ବଗର ସାଇଙ୍କ ସହିତ ଯାଇଥିବା ଗାଁ ଲୋକେ ତାକୁ ନେଇ ରୋଷେଇ କରିଥିଲେ। ମାଂସ ପ୍ରସ୍ତୁତ ହୋଇଯିବା ପରେ ସମସ୍ତେ ସାଙ୍ଗ ହୋଇ ଖାଇବାକୁ ବସିଥିଲେ। ବଗର ସାଇ ମଧ୍ୟ ସେମାନଙ୍କ ସହିତ ଖାଇବାକୁ ବସିଥିଲେ।

ରନ୍ଧା ମାଂସରୁ ବଗର ସାଇ ଛେଳିର ଆଖିଟିକୁ ଖାଇବାକୁ ନେଇଥିଲେ। ସେ ଆଖିଟିକୁ ଖାଇବାକୁ ପାଟିରେ ପକାଇବା ମାତ୍ରେ ତାହା ତାଙ୍କ ତଣ୍ଟି ପର୍ଯ୍ୟନ୍ତ ଖସି ଯାଇଥିଲା ଓ ସେଠାରେ ଅଟକି ଯାଇଥିଲା। ଆଖିଟି ତଣ୍ଟି ତଳକୁ ଗଲା ନାହିଁ କି ସେ ବାନ୍ତି କରିବାକୁ ଚେଷ୍ଟା କଲେ ମଧ୍ୟ, ତାହା ବାହାରକୁ ଆସିଲା ନାହିଁ। ଫଳରେ ସେ ଅଣନିଃଶ୍ୱାସୀ ହୋଇଗଲେ। ତାଙ୍କୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଲା। ଗାଁ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment
Goat