Advertisment

ବିବାହ ପାଇଁ ଜିଦ୍‌ କଲେ ଯୁବତୀ, ମାରିଦେଲା ଲିଭ୍‌-ଇନ୍‌ ପାର୍ଟନର୍‌

ପଶ୍ଚିମବଙ୍ଗରୁ ଅଭିଯୁକ୍ତ ମିନାଜୁଦ୍ଦିନ୍‌କୁ ପୁଲିସ ଗିରଫ କରିଛି।

Murder

Murder

Advertisment

ଲିଭ୍‌-ଇନ୍‌ରେ ରହୁଥିଲେ ଯୁବକ ଓ ଯୁବତୀ। ବେଶ୍‌ କିଛି ଦିନ ରହିବା ପରେ ଯୁବତୀ ବିବାହ ପାଇଁ ଜିଦ୍‌ ଧରି। ବାସ୍‌ ଏତିକିରେ ରାଗି ଯାଇଥିଲା ଲିଭ୍‌-ଇନ୍‌ ପାର୍ଟନର। ରାଗି ଯାଇ ନିଜ ପ୍ରେମିକାକୁ ଗଳା ଚିପି କଲା ହତ୍ୟା। ଏଭଳି କିଛି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ।

Advertisment

୨୬ ବର୍ଷୀୟ ମିନାଜୁଦ୍ଦିନ ଅବଦୁଲ ଅଜିଜ ମୁଲ୍ଲା ଓରଫ ରବୀନ୍ଦ୍ର ରେଡ୍ଡୀ ଓ ୨୨ ବର୍ଷୀୟ ଅନିସ୍ତା ବରସ୍ତା ଖାତୁନ। ମହାରାଷ୍ଟ୍ର ପାଲଘରର ଦହାନୁ ସହରର ଏକ ଭଡା ଘରେ ଉଭୟ ଲିଭ୍‌-ଇନ୍‌ରେ ରହୁଥିଲେ। ବେଶ୍‌ କିଛି ଦିନ ଉଭୟ ହସ ଖୁସିରେ ଦିନ କାଟିଥିଲେ ଏହି ଘରେ। ହେଲେ ପରେ ବିବାହ ପାଇଁ ଜିଦ୍‌ ଧରି ବସିଥିଲେ ଅନିସ୍ତା। ତାଙ୍କୁ ବିବାହ କରିବାକୁ ସେ ବାରମ୍ବାର ଲିଭ-ଇନ୍‌ ପାର୍ଟନର ମିନାଜୁଦ୍ଦିନଙ୍କୁ କହୁଥିଲେ। ବାସ୍‌ ଏଥିରେ ବିରକ୍ତି ହୋଇ ଶେଷରେ ଅନିସ୍ତାଙ୍କୁ ଗଳା ଚିପି ହତ୍ୟା କରିଥିଲା ମିନାଜୁଦ୍ଦିନ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପରେ ମାର୍ଚ୍ଚ ୧୫ ତାରିଖରେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ଘର ମାଲିକକୁ ପଡୋଶୀମାନେ ସୂଚନା ଦେଇଥିଲେ। ଏହାପରେ ମାଲିକ ଆସି କବାଟ ଭାଙ୍ଗି ଘର ଭିତରେ ପଶିବା ପରେ ଅନିସ୍ତାଙ୍କ କ୍ଷତବିକ୍ଷତ ମୃତଦେହ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଆସି ମୃତଦେହକୁ ଜବତ କରିଥିଲା। ଏହି ମାମଲାରେ ପୁଲିସ ଛାନଭିନ୍‌ କରିବା ପରେ ପଶ୍ଚିମବଙ୍ଗରୁ ଅଭିଯୁକ୍ତ ମିନାଜୁଦ୍ଦିନ୍‌କୁ ମାର୍ଚ୍ଚ ୨୨ ତାରିଖରେ ଗିରଫ କରାଯାଇଛି।

Advertisment

ପୁଲିସ କହିବା ମୁତାବକ, ମିନାଜୁଦ୍ଦିନ ହେଉଛି ପଶ୍ଚିମବଙ୍ଗର ବାସିନ୍ଦା। ପାଲଘର ଦାହନୁ ସହରରେ ସେ ନିଜ ନାଁ ରବୀନ୍ଦ୍ର ରେଡ୍ଡୀ ବଦଳାଇ ଏକ ଭଡ଼ା ଘରେ ନିଜ ଲିଭ୍‌ ଇନ୍‌ ପାର୍ଟନରଙ୍କ ସହ ରହୁଥିଲା। ବିବାହ ପାଇଁ ପୀଡିତା ଜିଦ୍‌ ଧରିବାରୁ ମିନାଜୁଦ୍ଦିନ ତାଙ୍କୁ ଗଳା ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗିରଫ ମିନାଜୁଦ୍ଦିନଙ୍କୁ ପାଲଘର ଏକ କୋର୍ଟରେ ହାଜର କରାଯାଇ ଏପ୍ରିଲ ଦୁଇ ତାରିଖ ଯାଏଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Murder Man Kills Live-In Partner Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe