Advertisment

ରାକ୍ଷାସ ବାପା; ଚକୋଲେଟ ପାଇଁ ଝିଅ ଜିଦି ଧରିବାରୁ ମୁଣ୍ଡକୁ ଛେଚି ଦେଲା

ନିଜ ନାବାଳିକା ଝିଅର ଜିଦିରେ ଉତ୍‌କ୍ଷିପ୍ତ ଏକ ବାପା ସାଜିଲା ରାକ୍ଷାସ । ଆଉ ଶେଷରେ ଚକୋଲେଟ, କଣ୍ଡେଇ ପାଇଁ ଅଝଟ ହେଉଥିବା ନିଜ ଝିଅର ମୁଣ୍ଡକୁ ପଥରେ ଛେଚି ଜୀବନ ନେଇଗଲା।

father & daughter

father & daughter

Advertisment

ପିଲାମାନେ ନିଜ ବାପାମା’ଙ୍କ ପାଖରେ ଅଝଟ କରିଥାନ୍ତି। ବିଭିନ୍ନ ଜିନିଷ ପାଇଁ ଜିଦି ବି କରିଥାନ୍ତି। ପିଲାଙ୍କ ମୁହଁରେ ଟିକେ ହସ ଦେଖିବାକୁ ବାପାମା’ ବି ତାଙ୍କ ଛୋଟ ଛୋଟ ଜିଦି ପୂରଣ କରିବାକୁ ଭୁଲି ନ ଥାନ୍ତି। ହେଲେ ନିଜ ନାବାଳିକା ଝିଅର ଜିଦିରେ ଉତ୍‌କ୍ଷିପ୍ତ ଏକ ବାପା ସାଜିଲା ରାକ୍ଷାସ । ଆଉ ଶେଷରେ ଚକୋଲେଟ, କଣ୍ଡେଇ ପାଇଁ ଅଝଟ ହେଉଥିବା ନିଜ ଝିଅର ମୁଣ୍ଡକୁ ପଥରେ ଛେଚି ଜୀବନ ନେଇଗଲା।

Advertisment

ଏପରି ଏକ ଲୋମଟାଙ୍କୁରା ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି। ମୃତା ନାବାଳିକାର ବୟସ ମାତ୍ର ୮ ବର୍ଷ ବୋଲି ଜଣାଯାଇଛି। ହତ୍ୟା ଅଭିଯୁକ୍ତ ତା’ ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ବୟସ ୩୭ ବର୍ଷ ବୋଲି ଜଣାଯାଇଛି।

ନାବାଳିକାଜଣକ ନିଜ ବାପା ପାଖରେ ରହୁଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ମା’ ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲା। ବ୍ୟକ୍ତିଜଣକ ଦିନ ମଜୁରି ଲାଗି ପରିବାର ପୋଷୁଥିବା ବେଳେ ସବୁବେଳେ ଉତ୍କଟ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ।

Advertisment

ଗତ ଶନିବାର ସେ ନିଶାସକ୍ତ ଅବସ୍ଥାରେ ଘରୁ ଫେରିଥିବା ବେଳେ ଝିଅ ଚକୋଲେଟ, କଣ୍ଡେଇ ଓ ନୂଆ ଡ୍ରେସ ପାଇଁ ଜିଦି କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ବ୍ୟକ୍ତିଜଣକ ଛୁଆଟିକୁ ଘର ନିକଟରେ ଚାଲିଥିବା ଏକ ନିର୍ମାଣଧୀନ ଘର ନିକଟକୁ ନେଇ ଯାଇଥିଲେ। ସେଠାରେ ସେ ପିଲାଟିର ମୁଣ୍ଡକୁ ବାରମ୍ବାର ପଥରରେ ପିଟିବାରୁ ଘଟଣାସ୍ଥଳରେ ହିଁ ପିଲାଟିର ଜୀବନ ଚାଲି ଯାଇଥିଲା।

ଗତ ରବିବାର ଏ ନେଇ ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି। ନିଜ ଝିଅ ଚକୋଲେଟ, ଖେଳଣା ପାଇଁ ଜିଦି ଧରିବାରୁ ସେ ନିଜେ ହିଁ ତା ଜୀବନ ନେଇଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି।

Murder Minor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe