Advertisment

Murder: ମା’ ସହ ଫେରା ହୋଇଯାଇଥିବା ବ୍ୟକ୍ତିଙ୍କୁ ମାରିଲା, ଶବ ଉପରେ ଛିଡ଼ା ହୋଇ ପୁଲିସ୍‌କୁ ଫୋନ କଲା

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ଯାଏ ଯୁବକ ଜଣଙ୍କ ସେମିତି ଶବ ଉପରେ ଗୋଡ଼ ରଖି ରହିଥିଲା। ହାତରେ ତା’ର ଧାରୁଆ ଅସ୍ତ୍ର ମଧ୍ୟ ରହିଥିଲା। କର୍ଣ୍ଣାଟକାରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଅଭିଯୁକ୍ତ ଜଣଙ୍କ ହେଲା ଇରାୟା ମଥାପତି।

author-image
Hemant Lenka
Murder up

ଘଟଣା ସ୍ଥଳର ଦୃଶ୍ୟ

ପ୍ରତିଶୋଧ ନେବାକୁ ଲାଗିଲା ଦୀର୍ଘ ୧୦ ବର୍ଷ। ପ୍ରତିଶୋଧ ମଧ୍ୟ ଅତ୍ୟନ୍ତ ଭୟଙ୍କର। ୧୦ ବର୍ଷ ତଳେ ମା’ଙ୍କ ସହ ଫେରାର ହୋଇ ଯାଇଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଶୋଧ ନେଇଛି ଜଣେ ଯୁବକ। ସେ ବିଚ ରାସ୍ତାରେ ୨୦୧୬ରେ ମା’ଙ୍କ ସହ ଫେରାର ହୋଇଥିବା ବ୍ୟକ୍ତିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା( Murder) କରିଛି। ଏଥିସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ମୃତଦେହ ଉପରେ ପାଦ ରଖି ଯୁବକ ଜଣଙ୍କ ଛିଡ଼ା ହେବା ସହ ନିଜେ ପୁଲିସ୍‌କୁ ଫୋନ କରି ଡାକିଛି।

Advertisment

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ଯାଏ ଯୁବକ ଜଣଙ୍କ ସେମିତି ଶବ ଉପରେ ଗୋଡ଼ ରଖି ରହିଥିଲା। ହାତରେ ତା’ର ଧାରୁଆ ଅସ୍ତ୍ର ମଧ୍ୟ ରହିଥିଲା। କର୍ଣ୍ଣାଟକାରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଅଭିଯୁକ୍ତ ଜଣଙ୍କ ହେଲା ଇରାୟା ମଥାପତି। 

ସୋମବାର ସନ୍ଧ୍ୟାରେ ସବଦାତ୍ତିରେ ଥିବା ହୋଲିକାଟ୍ଟି ଗାଁ ନିକଟରେ ପୂରା ଘଟଣା ଘଟିଛି। ଘଟଣାକୁ ଦେଖି ସ୍ଥାନୀୟ ଲୋକମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ମୃତକ ଜଣଙ୍କ ହେଲେ ବସାଦୋନି ଗାଁର ୫୧ ବର୍ଷୀୟ ବାସାପ୍ପା ହୋସମଣି। ସେ ସୋମବାର ସନ୍ଧ୍ୟାରେ ଗାଁ ପାଖ ରାସ୍ତାରେ ଯାଉଥିବା ବେଳେ ଇରାୟା ତାଙ୍କୁ ଅଟକାଇଥିଲା। ଏହାପରେ ଗୋଟିଏ ଧାରୁଆ ଅସ୍ତ୍ରରେ ତାଙ୍କୁ ମନଇଚ୍ଛା ହାଣି ଚାଲିଥିଲା। ୧୬ ଥର ହଣା ଖାଇବା ଯୋଗୁ ଘଟଣା ସ୍ଥଳରେ ହିଁ ହୋସମଣିଙ୍କ ମୃତ୍ୟୁ ହୋଇଯାଇଥିଲା। 

Advertisment

ହୋସମଣି ପ୍ରାଣ ହରାଇ ସାରିଥିଲେ ହେଁ ଇରାୟାର ପ୍ରତିଶୋଧର ନିଆଁ ଥମି ନଥିଲା। ସେ ଘଟଣା ସ୍ଥଳରେ ଫିଲ୍ମ ଭଳି ଷ୍ଟାଇଲ ଦେଖାଇଥିଲା। ରକ୍ତ ଝରୁଥିବା ଧଳା ଗଞ୍ଜି ପିନ୍ଧି ସେ ଗୋଟିଏ ଗୋଡ଼ ହୋସମଣିର ମୃତଦେହ ଉପରେ ରଖିଥିଲା। ଲୋକମାନେ ଏହାକୁ ଦେଖୁଥିଲେ ହେଁ ଇରାୟା ଏହାକୁ ଖାତିର କରି ନଥିଲା।

୧୦ ବର୍ଷ ଧରି ତା’ ଭିତରେ ଜଳୁଥିବା ପ୍ରତିଶୋଧର ନିଆଁ ତା’କୁ ପୂରା ଅନ୍ଧ କରି ଦେଇଥିଲେ। ସେହି ଅବସ୍ଥାରେ ସେ ପୁଲିସ୍‌କୁ ଫୋନ କରିଥିଲା ଓ ନିଜର ଅପରାଧକୁ ସ୍ୱୀକାର କରିଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଇରାୟାକୁ ଗିରଫ କରିଛି। 

ପୁଲିସ୍‌ କହିଛି ଯେ ପ୍ରାୟ ଗୋଟିଏ ଦଶନ୍ଧି ଧରି ହୋସମଣିଙ୍କ ଉପରେ ରାଗ ରଖିଥିଲା ଇରାୟା। କାରଣ ୨୦୧୬ରେ ହୋସମଣି ତା’ ମା’ଙ୍କ ସହ ଫେରାର ହୋଇଯାଇଥିଲା। ଏଥିଯୋଗୁ ଇରାୟଙ୍କ ପରିବାରରେ ଦେଖା ଯାଇଥିବା ବିବାଦ। ୨୦୧୬ ପର ଠାରୁ ହୋସମଣି କୋହ୍ଲାପୁରରେ ରହୁଥିଲେ। ନିକଟରେ ହିଁ ସେ ସବଦାତ୍ତିକୁ ଆସିଥିଲେ। 

ସବଦାତ୍ତିକୁ ହୋସମଣିଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି ରହିଥିଲା ଇରାୟା। ନିକଟରେ ହୋସମଣି ଫେରିଥିବାରୁ ତାଙ୍କୁ ମାରିବାକୁ ଯୋଜନା ଆରମ୍ଭ କରିଥିଲା। ଯୋଜନା ଅନୁସାରେ ସୋମବାର ସନ୍ଧ୍ୟାରେ ସେ ହୋସମଣି ଠାରୁ ନିଜର ପ୍ରତିଶୋଧ ନେଇଛି। 

Murder