Advertisment

ଘର ଭଡ଼ା ମାଗିବାରୁ ଛୁରୀ ଭୁଷିଦେଲେ ଭଡ଼ାଟିଆ; ନାତି ସହ ବୃଦ୍ଧା ମୃତ

ଘର ଭଡ଼ାକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ନିତିଦିନ ହେଉଥିବା ଝଗଡ଼ା। ଏଥିରେ ଅତିଷ୍ଠ ହୋଇ ପଡ଼ିଥିଲେ ଭଡ଼ାଟିଆ ଯୁବକ । ଆଉ ଶେଷରେ ତାଙ୍କୁ ପାନେ ଦେବାକୁ ସ୍ଥିର କରି ଘଟାଇ ବସିଲେ ଅଭାବନୀୟ କାଣ୍ଡ।

Murder

Murder

Advertisment

ଘର ଭଡ଼ାକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ନିତିଦିନ ହେଉଥିବା ଝଗଡ଼ା। ଏଥିରେ ଅତିଷ୍ଠ ହୋଇ ପଡ଼ିଥିଲେ ଭଡ଼ାଟିଆ ଯୁବକ । ଆଉ ଶେଷରେ ତାଙ୍କୁ ପାନେ ଦେବାକୁ ସ୍ଥିର କରି ଘଟାଇ ବସିଲେ ଅଭାବନୀୟ କାଣ୍ଡ। ପ୍ରତିଶୋଧ ପରାୟଣ ହୋଇ ଯାଇଥିବା ଭଡ଼ାଟିଆ ଘର ମାଲିକାଣିଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାଦେଖି ଚିତ୍କାର କରିବାରୁ ଘର ମାଲିକାଣୀଙ୍କ ୭ ବର୍ଷୀୟ ନାତିକୁ ବି ଛାଡ଼ିଲେନି ଜହ୍ଲାଦ ଭଡ଼ାଟିଆ । ତାଙ୍କୁ ବି ଛୁରୀ ଭୁଷି ଜୀବନ ନେଇଗଲେ। ପୁଲିସ୍‌ ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ଭଡ଼ାଟିଆଙ୍କୁ ଗିରଫ କରିଛି।

Advertisment

ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ରାଜଧାନୀ ଜୟପୁରେ ଘଟିଛି। ଜୟପୁରରେ ପ୍ରେମ ଦେବୀ ନାମ୍ନୀ ବୃଦ୍ଧା ନିଜ ଘରକୁ ମନୋଜ ବୈରୱା ନାମକ ଯୁବକଙ୍କୁ ଭଡ଼ା ଦେଇଥିଲେ। ମାତ୍ର ଘର ଭଡ଼ାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।

ଘଟଣା ଦିନ ବି ପ୍ରେମ ଦେବୀ ଘର ଭଡ଼ା ମାଗିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଏଥିରେ ଅତିଷ୍ଠ ମନୋଜ ନିଶାସକ୍ତ ଅବସ୍ଥାରେ ଥିବା ବେଳେ  ଏକ ଛୁରୀ ସାହାଯ୍ୟରେ ପ୍ରେମ ଦେବୀଙ୍କ ହତ୍ୟା କରିଥିଲେ। ଏହା ତାଙ୍କ ନାବାଳକ ନାତି ଦେଖି ଚିଲାଇବାରୁ ମନୋଜ ତାଙ୍କୁ ବି ଛୁରୀ ଭୁଷି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ଜେଜେ ମା’ ଓ ନାତିଙ୍କ ମୃତ୍ୟୁ ହୋଇଥିଲା।

Advertisment

ଏହାପରେ ମନୋଜ ଉଭୟ ମୃତଦେହକୁ ପାଣି ଟାଙ୍କିରେ ଫୋପାଡ଼ି ଫେରାର ହୋଇ ଯାଇଥିଲେ। ପଡ଼ୋଶୀ ଏହା ଜାଣିପାରି ମନୋଜଙ୍କ ପିଛା କରି ତାଙ୍କୁ କାବୁ କରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ମନୋଜଙ୍କୁ ବାନ୍ଧିଛି। ମନୋଜଙ୍କୁ ପଚରାଉଚରା କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେ ଏପରି କାଣ୍ଡ ଘଟାଇଥିବା କହିଛନ୍ତି। 

Murder Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe