Advertisment

ଆଇପିଏଲ ବେଟିଂରେ ସ୍ୱାମୀ ହାରିଗଲେ ୧ କୋଟି, ଜୀବନ ହାରିଦେଲେ ସ୍ତ୍ରୀ

ଦର୍ଶନ ବାବୁ ହୋସାଦୁର୍ଗ ସ୍ଥିତ ଜଳସେଚନ ବିଭାଗରେ ଆସିସଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିଲେ। ଅଧିକ ଟଙ୍କା ପାଇବା ଲୋଭରେ ସେ ୨୦୨୧ରୁ ୨୦୨୩ ଯାଏ ଆଇପିଏଲର ବିଭିନ୍ନ ମ୍ୟାଚ୍‌ରେ ବେଟିଂ ଲଗାଇ ଚାଲିଥିଲେ।

author-image
Hemant Lenka
IPL

IPL

ଆଇପିଏଲ ମ୍ୟାଚ୍‌ରେ ଟଙ୍କା ଲଗାଇବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବେଟିଂ ପାଇଁ ଉଜୁଡ଼ି ଯାଇଛି ତାଙ୍କ ସୁନାର ସଂସାର। ଆର୍ଥିକ କ୍ଷତି ପରେ ପତ୍ନୀ ବି ଜୀବନ ହାରି ଛନ୍ତି। ସ୍ୱାମୀଙ୍କ ଋଣଦାତା ବାରମ୍ବାର ହଇରାଣ କରୁଥିବା ୨୩ ବର୍ଷୀୟ ପତ୍ନୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ଣ୍ଣାଟକାର ଚିତ୍ରଦୁର୍ଗରେ ପୂରା ଘଟଣା ମାର୍ଚ୍ଚ ୧୮ରେ ଘଟିଛି।

Advertisment

ଦର୍ଶନ ବାବୁ ଜଣେ ଇଞ୍ଜିନିୟର। କିନ୍ତୁ କ୍ରିକେଟ ମ୍ୟାଚ୍‌ରେ ସେ ବେଟିଂ ଲଗାନ୍ତି। ୨୦୨୧ରୁ ସେ ଆଇପିଏଲ ମ୍ୟାଚ୍‌ରେ ଟଙ୍କା ଲଗାଇବା ଆରମ୍ଭ କରିଥିଲେ। ବାରମ୍ବାର ହାରୁ ଥିଲେ ମଧ୍ୟ ତାଙ୍କର ବେଟିଂ ନିଶା ଉତୁରି ନଥିଲା। ସେ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଣି ବେଟିଂ ଲଗାଇବାକୁ ମଧ୍ୟ ପଛାଉ ନଥିଲେ।

ସ୍ଥିତି ଏପରି ହୋଇଥିଲା ଯେ ଦର୍ଶନ ବାବୁ ପ୍ରାୟ ୧ କୋଟି ଟଙ୍କା ଆଇପିଏଲ ବେଟିଂରେ ହାରି ଯାଇଥିଲେ। ଶେଷରେ ଋଣଦାତାମାନେ ଟଙ୍କା ମାଗିବା ଆରମ୍ଭ କରିବା ସହ ତାଙ୍କ ପତ୍ନୀ ରଞ୍ଜିତାଙ୍କୁ ହଇରାଣ କରୁଥିଲେ। ବାରମ୍ବାର ଋଣଦାତାଙ୍କ କଥା ଶୁଣି ନ ପାରି ରଞ୍ଜିତା ମାର୍ଚ୍ଚ ୧୮ରେ ତାଙ୍କ ଘର ଭିତରେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଛନ୍ତି।

Advertisment

ପୁଲିସ୍‌ କହିଛି ଯେ ଦର୍ଶନ ବାବୁ ହୋସାଦୁର୍ଗ ସ୍ଥିତ ଜଳସେଚନ ବିଭାଗରେ ଆସିସଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିଲେ। ଅଧିକ ଟଙ୍କା ପାଇବା ଲୋଭରେ ସେ ୨୦୨୧ରୁ ୨୦୨୩ ଯାଏ ଆଇପିଏଲର ବିଭିନ୍ନ ମ୍ୟାଚ୍‌ରେ ବେଟିଂ ଲଗାଇ ଚାଲିଥିଲେ। ଏଥିଯୋଗୁ ଦମ୍ପତିଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲେ।

ସ୍ଥିତି ଏପରି ହୋଇଥିଲା ଯେ ଦର୍ଶନ ବାବୁ ୧.୫ କୋଟି ଟଙ୍କା ଋଣ ଆଣି ବେଟିଂ ଲଗାଇଥିଲେ। ତେବେ ଏତେ ପରିମାଣର ଟଙ୍କା ସେ ବେଟିଂରେ ହାରି ଯାଇଥିଲେ। ତଥାପି ବିଭିନ୍ନ ସୂତ୍ରରୁ ସେ ଟଙ୍କା ପାଇବା ସହ ୧ କୋଟି ଟଙ୍କାର ଋଣ ଶୁଝି ଥିଲେ। ତଥାପି ତାଙ୍କ ଉପରେ ଏବେ ବି ୮୪ ଲକ୍ଷ ଟଙ୍କାର ଋଣ ରହିଥିବା ପୁଲିସ କହିଛି।

ରଞ୍ଜିତା ୨୦୨୦ରେ ଦର୍ଶନଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କର ୨ ବର୍ଷର ପୁଅ ମଧ୍ୟ ରହିଛି। ୨୦୨୧ରୁ ଦର୍ଶନ ବେଟିଂ ଲଗାଉଥିବା ରଞ୍ଜିତା ଜାଣିଥିଲେ। ସେ ଏନେଇ ଦର୍ଶନଙ୍କୁ ବୁଝାସୁଝା କରିବା ସହ ବେଟିଂରୁ ଦୂରେଇ ରହିବାକୁ କହିଥିଲେ। କିନ୍ତୁ ଦର୍ଶନ କିଛି ବି ଶୁଣି ନଥିଲେ। ଦର୍ଶନଙ୍କ ଉପରେ ଋଣ ଭାର ବଢ଼ି ଯିବାରୁ ତାଙ୍କୁ ଟଙ୍କା ଦେଇଥିବା ଲୋକମାନେ ରଞ୍ଜିତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିଲେ।

ବାରମ୍ବାର ଋଣଦାତାମାନେ ବିଭିନ୍ନ ପ୍ରକାରର କଥା କହିବାରୁ ରଞ୍ଜିତା ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଭେଙ୍କଟେଶ ଅଭିଯୋଗ କରିଛନ୍ତି। ସେ ପୁଲିସ୍‌କୁ ଦେଇଥିବା ଅଭିଯୋଗପତ୍ରରେ ୧୩ ଜଣ ଋଣ ଦାତାଙ୍କ ନାଁ ମଧ୍ୟ ରହିଛି।

ସେ କହିଛନ୍ତି ଯେ “ମୋ ଜ୍ୱାଇଁଙ୍କୁ ଅଧିକ ଟଙ୍କା ଆୟ କରିବାର ପ୍ରଲଭୋନ ଦେଖାଇ ବେଟିଂ ଲଗାଇବାକୁ ପ୍ରୋତ୍ସାହିତ କରାଯାଇଥିଲା। ପ୍ରଥମେ ଦର୍ଶନ ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ତାଙ୍କୁ ବଳ ପୂର୍ବ ବେଟିଂ ଲଗାଇ ବଡ଼ ଲୋକ ହେବାକୁ କୁହାଯାଇଥିଲା। ସେମାନେ ହିଁ ଦର୍ଶନଙ୍କୁ ଟଙ୍କା ଦେଇ ବେଟିଂ ଲଗାଇବାକୁ କହିଥିଲେ।”

ପୁଲିସ୍‌ ତଦନ୍ତ ବେଳେ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ରଞ୍ଜିତା ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

Karnataka IPL IPL Betting IPL 2024