Advertisment

ଅନଲାଇନ୍‌ରେ ମଦ କିଣିବାକୁ ଯାଇ ୧.୨ ଲକ୍ଷ ହରାଇଲେ

ବ୍ୟକ୍ତି ଜଣଙ୍କ ଅନଲାଇନରେ ମଦ ମଗାଇବାକୁ ଚେଷ୍ଟା କରୁଥିବା ବେଳେ ସାଇବର ଅପରାଧୀମାନେ ଏହାର ଫାଇଦା ଉଠାଇଥିଲେ। ଅଭିଯୁକ୍ତମାନେ ବେଶ ଚତୁରତାର ସହ ଉକ୍ତ ବ୍ୟକ୍ତିଙ୍କୁ ଓଟିପି ପଠାଇବା ସହ ତାଙ୍କୁ ଏହା ମାଗିଥିଲେ।

author-image
Hemant Lenka
Liquor

Liquor

ମଦ ପାଇଁ ୧.୨ ଲକ୍ଷ ଟଙ୍କା ହରାଇଛନ୍ତି ମୁମ୍ବାଇର ମାଲାବାର ହିଲ୍‌ରେ ରହୁଥିବା ଜଣେ ବ୍ୟକ୍ତି। ସେ ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ଗୋଟିଏ ମଦ ଦୋକାନରୁ ଅନଲାଇନରେ ବୋତଲ ମଗାଇବାକୁ ଚେଷ୍ଟା କରି ସାଇବର ଲୁଟର ଶିକାର ହୋଇଛନ୍ତି।

Advertisment

ବ୍ୟକ୍ତି ଜଣଙ୍କ ଅନଲାଇନରେ ମଦ ମଗାଇବାକୁ ଚେଷ୍ଟା କରୁଥିବା ବେଳେ ସାଇବର ଅପରାଧୀମାନେ ଏହାର ଫାଇଦା ଉଠାଇଥିଲେ। ଅଭିଯୁକ୍ତମାନେ ବେଶ ଚତୁରତାର ସହ ଉକ୍ତ ବ୍ୟକ୍ତିଙ୍କୁ ଓଟିପି ପଠାଇବା ସହ ତାଙ୍କୁ ଏହା ମାଗିଥିଲେ। ସେ ମଦ ଅର୍ଡର ନିଶ୍ଚିତ କରିବା ପାଇଁ ଅଭିଯୁକ୍ତମାନଙ୍କୁ ଓଟିପି ମଧ୍ୟ ଦେଇଥିଲେ। ଏହାପରେ ସେମାନେ ତାଙ୍କ ଆକାଉଣ୍ଟରୁ ୧.୨ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।

ମାଲାବାର ହିଲ ପୁଲିସ୍‌ ଆଇପିସି ଓ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି। ସାଇବର ସେଲ ପୁଲିସ୍‌ ମଧ୍ୟ ସମାନ୍ତରଳ ଭାବେ ଘଟଣାର ତଦନ୍ତ କରୁଛି। ଠକାମୀରେ ପଡ଼ିଥିବା ୪୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ଗୋଟିଏ ଲିଗାଲ ଫାର୍ମରେ ଟେକ୍ନିସିଆନ ଭାବେ କାମ କରନ୍ତି।

Advertisment

ସେ ଅନଲାଇନର ପୀକେ ୱାଇନ ଶପ୍‌ରୁ ମଦ ଆଣିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଗୁଗଲରୁ ଦୋକାନର କଣ୍ଟାକ୍ଟ ନମ୍ବର ଆଣିଥିଲେ। ସେ ନମ୍ବରକୁ କଲ୍‌ କରିବା ମାତ୍ରେ ସାଇବର ଠକମାନେ ଏହାର ଫାଇଦା ଉଠାଇ ତାଙ୍କୁ ଲୁଟ କରିଛନ୍ତି।

ପୁଲିସ୍‌ କହିଛି ସାଇବର ଠକମାନେ ଅନଲାଇନରେ ବେଶ ସକ୍ରିୟ ରହିଛନ୍ତି। ସେମାନେ ଦୀପକ ୱାଇନ୍ସ, ଶାହ ୱାଇନ୍ସ ଓ ପୀକେ ୱାଇନ୍ସ ନାଁରେ ନିଜ ମୋବାଇ ନମ୍ବର ଦେଇ ଲୋକଙ୍କୁ ଠକୁବାକୁ ଉଦ୍ୟମ କରୁଛନ୍ତି।

Mumbai Cyber Crime Liquor Scam