Advertisment

ଗର୍ଲଫ୍ରେଣ୍ଡଙ୍କ ବାପାଙ୍କୁ ଫସାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ଫୋନ୍ ଚୋରି କରି ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଘଟାଇଥିବା ଯୁବକଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।

ଅଦ୍ୟତନ ହୋଇଛି
Yogi Adityanath

Yogi Adityanath

Advertisment

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜି ସକାଳେ ମିଳିଥିବା ହତ୍ୟା ଧମକର ଗୁମର ଫିଟିଛି। ଜଣେ ଯୁବକ ତାଙ୍କ ଗର୍ଲ ଫ୍ରେଣ୍ଡଙ୍କ ବାପାଙ୍କ ଉପରେ ରାଗ ରଖି ଘଟାଇଥିଲେ ଏହି କାଣ୍ଡ। ପୁଲିସ ତାଙ୍କୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟରେ ହାଜର କରିବ।

Advertisment

ୟୁପି ୧୧୨ ନମ୍ବରକୁ ଆଜି ସକାଳେ ଏକ କଲ୍ ଆସିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି କଲ୍ କରିଥିବା ବ୍ୟକ୍ତି କହିଥିଲେ। ସେହିପରି ୟୁପି ୧୧୨ ହ୍ୱାଟସପ ଗ୍ରୁପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏହା ପରେ ଲକ୍ଷ୍ନୌ ପୁଲିସ ସଙ୍ଗେ ସଙ୍ଗେ ସତର୍କ ହୋଇଯାଇଥିଲା। ଫୋନ୍ ନମ୍ବରଟି ଯାହା ନାଁରେ ଥିଲା, ତାଙ୍କ ଘରେ ପୁଲିସ ପହଞ୍ଚିଲା। ତାଙ୍କ ନାଁ ସଜ୍ଜଦ ହୁସେନ। ହେଲେ ସଜ୍ଜଦ ହୁସେନ ପୁଲିସକୁ କହିଥିଲେ ଯେ ଦୁଇ ଦିନ ତଳେ ତାଙ୍କ ଫୋନଟି ଚୋରି ହୋଇଯାଇଛି।

ଏହା ପରେ ପୁଲିସ ଅଧିକ ଖୋଳତାଡ଼ କଲା। ପଚରାଉଚରା ବେଳେ ସଜ୍ଜଦଙ୍କ ଝିଅଙ୍କ ବୟଫ୍ରେଣ୍ଡ ନାଁ ସାମ୍ନାକୁ ଆସିଥିଲା। ତାଙ୍କ ନାଁ ଅମୀନ। ସଜ୍ଜଦଙ୍କ ପଡ଼ୋଶୀମାନେ କହିଥିଲେ ଯେ ଅମୀନଙ୍କ ଉପରେ ସେ (ସଜ୍ଜଦ) ଆଦୌ ଖୁସି ନଥିଲେ। ସଜ୍ଜଦ ସେମାନଙ୍କ ରିଲେସନସିପକୁ ଆଦୌ ଗ୍ରହଣ କରୁନଥିଲେ। ଫଳରେ ଅମୀନ ତାଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିଲେ। ସେ ସଜ୍ଜଦଙ୍କୁ ଫସାଇବା ପାଇଁ ଏହି ଷଡ଼ଯନ୍ତ୍ର (ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ) କରିଥାଇପାରନ୍ତି ବୋଲି ସେମାନେ ପୁଲିସକୁ କହିଥିଲେ।

Advertisment

ଏହି ତଥ୍ୟ ପାଇବା ପରେ ପୁଲିସ ଅମୀନଙ୍କୁ ଧରିଥିଲା। ଆଉ ତା’ପରେ ସତ କଥା ସାମ୍ନାକୁ ଆସିଥିଲା। ପୁଲିସ୍ କହିଛି ଯେ ଅମୀନଙ୍କ ସହିତ ଝିଅର ରିଲେସନସିପକୁ ନେଇ ସଜ୍ଜଦ ଖୁସି ନଥିଲେ। ସେ ବାରମ୍ବାର ତାଙ୍କ ଝିଅ ଓ ଅମୀନକୁ ଆକଟ କରୁଥିଲେ। ଏଥିରେ ରାଗି ଯାଇ ସଜ୍ଜଦଙ୍କୁ ପାନେ ଦେବା ପାଇଁ ଅମୀନ ଯୋଜନା କରିଥିଲେ। ସେ ସଜ୍ଜଦଙ୍କ ଫୋନ୍ ଚୋରି କରି ସେଥିରୁ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ।

ପୁଲିସ ଅମୀନଙ୍କ ନାଁରେ ହତ୍ୟା ଧମକ, ଫୋନ୍ ଚୋରି ସହିତ ଅନ୍ୟାନ୍ୟ କିଛି ଦଫାରେ ମାମଲା ରୁଜୁ କରିଛି। ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନେକ ହତ୍ୟା ଧମକ ଆସିଥିଲା। ଅପରାଧ ପ୍ରତି ଶୂନ ସହନଶୀଳତା ନୀତି ଓ ଅପରେସନ ବୁଲଡୋଜର ଆରମ୍ଭ ହେବା ପରେ ତାଙ୍କ ପାଖକୁ ଏମିତି ଧମକ ଆସୁଛି।

Uttar Pradesh CM Yogi Adityanath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe